ETV Bharat / state

ଗାଡି ଚେକିଂ ବେଳେ ଅଘଟଣ: ଚଢିଗଲା ପଲସର୍‌, ଚାଲିଗଲା ଏସଆଇଙ୍କ ଜୀବନ - ଚେକିଂ ସମୟରେ ଅଘଟଣ

ବାରିପଦା ତକତପୁର ସ୍ଥିତ ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟ ରାସ୍ତାରେ ଚେକିଂ ସମୟରେ ଅଘଟଣ । ପୋଲିସ ସବଇନ୍ସପେକ୍ଟର ଦୟାନିଧି ଦାସଙ୍କ ମୃତ୍ୟୁ...

ଗାଡି ଚେକିଂ ବେଳେ ଅଘଟଣ: ପୋଲିସ ସବ ଇନ୍ସପେକ୍ଟରଙ୍କ ମୃତ୍ୟୁ
author img

By

Published : Nov 18, 2019, 11:42 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଗାଡି ଚେକିଂ ଚାଲିଥିବା ବେଳେ ଅଘଟଣ । ଗାଡି ଚେକିଂରୁ ବର୍ତ୍ତିବା ପାଇଁ ଦ୍ରୁତ ଗତିରେ ଗାଡି ଚଳାଇ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସବଇନ୍ସପେକ୍ଟର ଦୟାନିଧି ଦାସଙ୍କ ଉପରକୁ ଚଢିଗଲା ଗାଡି ।

ଗାଡି ଚେକିଂ ବେଳେ ଅଘଟଣ: ପୋଲିସ ସବ ଇନ୍ସପେକ୍ଟରଙ୍କ ମୃତ୍ୟୁ

ସୋମବାର ବାରିପଦା ତକତପୁର ସ୍ଥିତ ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟ ରାସ୍ତାରେ ପୋଲିସ ପକ୍ଷରୁ ମଦୁଆ ଡ୍ରାଇଭରଙ୍କୁ ଧରିବା ପାଇଁ ଚେକିଂ ଆରମ୍ଭ ହୋଇଥିଲା। ଏହି ସମୟରେ ଦୁଇ ଜଣ ଛାତ୍ର ଏକ ପଲସର ଗାଡ଼ିରେ ଚେକିଂରୁ ବର୍ତ୍ତିବା ପାଇଁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ବାରିପଦା ଟାଉନ ଥାନାର ସବ ଇନ୍ସପେକ୍ଟର ଦୟାନିଧି ଦାସଙ୍କୁ ଧକ୍କା ଦେଇଥିଲେ । ପରେ ଗୁରୁତର ହୋଇପଡିଥିବା ସବ ଇନ୍ସପେକ୍ଟରଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା।

ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଛି। ମୟୂରଭଞ୍ଜ ଏସ୍‌ପି ମେଡ଼ିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ପଲସର ଗାଡି ସହ ଦୁଇ ଜଣ ଛାତ୍ରଙ୍କୁ ବାରିପଦା ଟାଉନ ପୋଲିସ ଅଟକ ରଖିଛି। ସେପଟେ ଘଟଣାକୁ ନେଇ ମୟୂରଭଞ୍ଜ ପୋଲିସ ବିଭାଗରେ ଖେଳିଯାଇଛି ଶୋକର ଛାୟା ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା ବାରିପଦା ସହରରେ ଗାଡି ଚେକିଂ ଚାଲିଥିବା ବେଳେ ଅଘଟଣ । ଗାଡି ଚେକିଂ ରୁ ବର୍ତ୍ତିବା ପାଇଁ ଦ୍ରୁତ ଗତିରେ ଗାଡି ଚଳାଇ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସବ ଇନ୍ସପେକ୍ଟର ଦୟାନିଧି ଦାସ ଙ୍କ ଉପରକୁ ଚଢି ଗଲା ଗାଡି । ଆଜି ବାରିପଦା ତକତପୁର ସ୍ଥିତ ଉତ୍ତର ଓଡିଶା ବିଶ୍ଵ ବିଦ୍ୟାଳୟ ରାସ୍ତାରେ ପୋଲିସ ପକ୍ଷରୁ ମଦୁଆ ଡ୍ରାଇଭର ଙ୍କୁ ଧରିବା ପାଇଁ ଚେକିଂ ଆରମ୍ଭ ହୋଇଥିଲା। ଦୁଇ ଜଣ ଛାତ୍ର ଏକ ପଲସର ଗାଡ଼ିରେ ଚେକିଂ ରୁ ବର୍ତ୍ତିବା ପାଇଁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବାରିପଦା ଟାଉନ ଥାନା ର ସବ ଇନ୍ସପେକ୍ଟର ଦୟାନିଧି ଦାସଙ୍କୁ ଧକ୍କା ଦେଇଥିଲେ । ପଲସର ଧକ୍କାରେ ଗୁରୁତର ହୋଇପଡିଥିବା ସବ ଇନ୍ସପେକ୍ଟର ଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ଗୁରୁତର ସବ ଇନ୍ସପେକ୍ଟର ଜଣଙ୍କ ର ମୃତ୍ୟ ଘଟିଛି। ମୟୁରଭଞ୍ଜ ଏସ ପି ମେଡ଼ିକାଲ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ଘଟାଇ ଥିବା ପଲସର ଗାଡ଼ି ସହ ଦୁଇ ଜଣ ଛାତ୍ର ଙ୍କୁ ବାରିପଦା ଟାଉନ ପୋଲିସ ଅଟକ ରଖିଛି।ଏ ନେଇ ମୟୁରଭଞ୍ଜ ପୋଲିସ ବିଭାଗ ରେ ଶୋକ ର ଛାୟା ଖେଳିଯାଇଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.