ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ । ତେବେ ବିଶେଷ କ୍ଷୟକ୍ଷତି ଘଟି ନଥିବା ବେଳେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଛି ।

ପିଆରଏମ୍ ମେଡ଼ିକାଲ କଲେଜର ସାଇକାଟ୍ରିକ ବିଭାଗର ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ରରୁ ସର୍ଟ ସର୍କିଟ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଇଛି ।
ତେବେ ସୌଭାଗ୍ୟବସତଃ ସାଇକାଟ୍ରିକ ବିଭାଗରେ କୌଣସି ରୋଗୀ ନଥିଲେ । ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି ।
ମୟୁରଭଞ୍ଜରୁ ମୃତ୍ତୁଞ୍ଜୟ ସେନାପତି, ଇଟିଭି ଭାରତ