ETV Bharat / state

ଝିଅ ପାଇଁ ପ୍ରଚାର ମୈଦାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଝିଅ ଅଞ୍ଜନୀ ସୋରେନଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍ ସୁପ୍ରିମୋ ଶିବୁ ସୋରେନ୍ । ଗାଁ ଗାଁ ବୁଲି ଝିଅ ପାଇଁ ପ୍ରଚାର କରିଛନ୍ତି ଶିବୁ ।

author img

By

Published : Apr 25, 2019, 10:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦତା ମୟୂରଭ୍ଞ୍ଜ

ବାରିପଦା: ଝିଅ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବାପା । ଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜରେ ହେବ ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରଚାର ଦେଖିବାକୁ ମିଳୁଛି । ଝିଅ ଅଞ୍ଜନୀ ସୋରେନଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍‌ଏମ୍ ସୁପ୍ରିମୋ ଶିବୁ ସୋରେନ୍ । ଗାଁ ଗାଁ ବୁଲି ଝିଅ ପାଇଁ ପ୍ରଚାର କରିଛନ୍ତି ଶିବୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦତା ମୟୂରଭ୍ଞ୍ଜ

ମୟୂରଭଞ୍ଜ ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛନ୍ତି ଶିବୁ ସୋରେନ୍ । ଜିଲ୍ଲାରେ ଆଗାମୀ ନିର୍ବାଚନ ଲଢିବା ନିମନ୍ତେ କଂଗ୍ରେସ୍ ଏବଂ ଜେଏମଏମ ମେଣ୍ଟ ହୋଇଛି । ଲୋକସଭା ନିମନ୍ତେ ଜେଏମ୍‌ଏମ୍‌ ପକ୍ଷରୁ ଶିବୁ ସୋରେନ୍‌ଙ୍କ ଝିଅ ଅଞ୍ଜନୀ ସୋରେନ୍ ନିର୍ବାଚନ ଲଢ଼ୁଛନ୍ତି । ତେବେ ନିର୍ବାଚନ ପ୍ରଚାରକୁ ଜୋରଦାର କରିବା ନିମନ୍ତେ ଆଜି ଝିଅର ପ୍ରଚାର କରିଛନ୍ତି ବାପା ଶିବୁ ସରେନ୍ ।

ହେଲିକପ୍ଟର ଯୋଗେ ଉଦଳା ନିର୍ବାଚନ ମଣ୍ଡଳୀର ଶ୍ରୀଦାମଚନ୍ଦ୍ରପୁର ପଞ୍ଚାୟତ ହାତୀମଡା ଠାରେ ଓ ମୋରଡ଼ା ନିର୍ବାଚନ ମଣ୍ଡଳୀର ଶୁଳିଆପଦାରେ ଉଭୟ ବିଧାୟକ ପ୍ରାର୍ଥୀ କଳିଙ୍ଗ କେଶରୀ ଜେନା ଓ ସାଂସଦ ପ୍ରାର୍ଥୀ ଅଞ୍ଜନୀ ସୋରେନଙ୍କ ସହ ନିର୍ବାଚନୀ ପ୍ରଚାର ସଭାରେ ଯୋଗ ଦେଇଥିଲେ ଶିବୁ ସୋରେନ । ନିର୍ବାଚନୀ ସଭାରେ ଯୋଗ ଦେଇ ଶିବୁ ସୋରେନ୍ ଆଦିବାସୀ କାର୍ଡ ଖେଳିଛନ୍ତି । ଏହା ସହିତ ଆଦିବାସୀଙ୍କ ଉନ୍ନତି ନିମନ୍ତେ ଝିଅ ଅଞ୍ଜନୀକୁ ଭୋଟ ଦେଇ ଦିଲ୍ଲୀ ପଠାଇବାକୁ ସେ ଅନୁରୋଧ କରିଛନ୍ତି । ଜନ ସଭାରେ ଅଞ୍ଜନୀ ଏବଂ ଶିବୁ ସୋରେନ୍ ଉଭୟ ଆଦିବାସୀ ଭାଷାରେ କଥା ହୋଇ ଭୋଟ ଭିକ୍ଷା କରିଥିବା ଦେଖୁବାକୁ ମିଳିଥିଲା।

ବାରିପଦାରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.