ETV Bharat / state

ଶହୀଦ ନନ୍ଦୁରାମଙ୍କ ପରିବାରକୁ ବୀମା ରାଶି ପ୍ରଦାନ କଲା ଏସବିଆଇ - martyr Nanduram Soren

ପୂର୍ବ ଲଦାଖ ଗଲଓ୍ବାନ ଘାଟି ଭାରତ-ଚୀନ ଯବାନଙ୍କ ହିଂସାତ୍ମକ ସଂଘର୍ଷରେ ଶହୀଦ ନନ୍ଦୁରାମ ସୋରେନାଙ୍କ ପରିବାରକୁ ବୀମା ରାଶି ପ୍ରଦାନ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଅଧିକ ପଢନ୍ତୁ...

SBI paid the sum insured to the family of martyr Nanduram Soren
ଶହୀଦ ନନ୍ଦୁରାମ ସୋରେନଙ୍କ ପରିବାରକୁ ବୀମା ରାଶି ପ୍ରଦାନ କଲା ଏସବିଆଇ
author img

By

Published : Jun 27, 2020, 4:31 PM IST

ରାଇରଙ୍ଗପୁର: ପୂର୍ବ ଲଦାଖ ଗଲଓ୍ବାନ ଘାଟି ଭାରତ-ଚୀନ ଯବାନଙ୍କ ହିଂସାତ୍ମକ ସଂଘର୍ଷରେ ଶହୀଦ ନନ୍ଦୁରାମ ସୋରେନାଙ୍କ ପରିବାରକୁ ବୀମା ରାଶି ପ୍ରଦାନ କରିଛି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ।

ଶହୀଦ ନନ୍ଦୁରାମ ସୋରେନଙ୍କ ପରିବାରକୁ ବୀମା ରାଶି ପ୍ରଦାନ କଲା ଏସବିଆଇ

ରାଇରଙ୍ଗପୁର ଶାଖା ପରିଚାଳକ ଗୋବର୍ଦ୍ଧନ ଦାସଙ୍କ ନେତୃତ୍ବରେ ଦେବବ୍ରତ ପଟ୍ଟନାୟକ, ଲକ୍ଷ୍ମଣ ମାଝୀ ଓ ସୁଦର୍ଶନ ହେମ୍ବ୍ରମ ଶହୀଦଙ୍କ ପୈତୃକ ଗ୍ରାମ ବଡ଼ଚମ୍ପାଉଦା ପହଞ୍ଚି ତାଙ୍କ ସ୍ତ୍ରୀ ଓ 3 ଝିଅଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଏଥିସହିତ ସେନାବାହିନୀ ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କ ପାଇଁ ଥିବା ବୀମା ଯୋଜନା ମୁତାବକ 30 ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ ଯେ, ଭାରତ-ଚୀନ ସୀମା ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚୀନ ସେନାଙ୍କ ସହ ସଂଘର୍ଷରେ ଜଣେ କର୍ଣ୍ଣେଲଙ୍କ ସମେତ 20 ଜଣ ଯବାନ ଶହୀଦ ହୋଇଥିଲେ । ଶହୀଦ 20 ବୀର ଯବାନଙ୍କ ମଧ୍ୟରେ ଦୁଇ ଓଡିଆ ପୁଅ ମଧ୍ୟ ରହିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.