ETV Bharat / state

ସାନ୍ତାଳୀ ନବବର୍ଷ ‘ମାଘମୁଲୁଃ’: ମହିଳାଙ୍କୁ ରୋଷେଇ କରି ଖାଇବାକୁ ଦିଅନ୍ତି ପୁରୁଷ - ମାଘମୁଲୁଃ ପାଳିତ

ମୟୂରଭଞ୍ଜ କେନ୍ଦୁଆ ଗାଁରେ  ଆଦିବାସୀ ମାନଙ୍କ ପକ୍ଷରୁ ସାନ୍ତାଳୀ ନବବର୍ଷ "ମାଘମୁଲୁଃ" ପାଳିତ। ମାଘ ମାସର  ପ୍ରଥମ ଚନ୍ଦ୍ର ଦର୍ଶନରୁ ତିଥିରୁ  ଆଦିବାସୀଙ୍କ ନବବର୍ଷ ଆରମ୍ଭ। ଅଧିକ ପଢନ୍ତୁ...

santali new year
ସାନ୍ତାଳୀ ନବବର୍ଷ
author img

By

Published : Jan 31, 2020, 11:38 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କେନ୍ଦୁଆ ଗାଁରେ ଆଦିବାସୀ ମାନଙ୍କ ପକ୍ଷରୁ ସାନ୍ତାଳୀ ନବବର୍ଷ "ମାଘମୁଲୁଃ" ପାଳିତ ହୋଇଯାଇଛି। ଏହି ଗାଁରେ ପ୍ରତ୍ୟକ ବର୍ଷ ନିଆରା ଢଙ୍ଗରେ ସାନ୍ତାଳୀ ନବବର୍ଷ ପାଳନ କରାଯାଇଥାଏ। ମାଘ ମାସର ପ୍ରଥମ ଚନ୍ଦ୍ର ଦର୍ଶନରୁ ତିଥିରୁ ଆଦିବାସୀଙ୍କ ନବବର୍ଷ ଆରମ୍ଭ ହୋଇଥାଏ। ଏହି ଚନ୍ଦ୍ର ଦର୍ଶନ ତିଥିରେ ସାନ୍ତାଳ ସମ୍ରଦାୟର ଲୋକେ ମାଘମୁଲୁଃ ପାଳନ କରି ଥାନ୍ତି। ଏହି ଉତ୍ସବରେ ଗାଁର ମହିଳା, ପୁରୁଷ ଏକାଠି ହୋଇ ନୃତ୍ୟ ଗୀତ କରିବା ସହ ଖାଇଥାନ୍ତି। ବର୍ଷସାରା ମହିଳା ମାନେ ପୁରୁଷଙ୍କୁ ରାନ୍ଧିବାଢି ଖାଇବାକୁ ଦେଇଥିବା ବେଳେ ଏହି ଉତ୍ସବରେ ପୁରୁଷମାନେ ମହିଳାମାନଙ୍କୁ ରୋଷେଇ କରି ଖାଦ୍ୟ ପରଷି ଦେଇଥାନ୍ତି। ଏହା ଏକ ନିଆରା ପରମ୍ପରା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ମାଘମୁଲୁଃ ପାଳିତ

ଏହି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ବାବାତିଲକା ପାଠାଗାରର ପ୍ରତିଷ୍ଠାତା ରାମଦାଶ ମୁର୍ମୁ ଯୋଗ ଦେଇଥିବା ବେଳେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବଡପଳସା ଗ୍ରାମପଞ୍ଚାୟତ କେନ୍ଦୁଆ ଗ୍ରାମରେ ଖେରଓ୍ବାଳ ସମାଜ ତଥା ଆଦିବାସୀ ମାନଙ୍କ ପକ୍ଷରୁ ସାନ୍ତାଳୀ ନବବର୍ଷ "ମାଘମୁଲୁଃ" ପାଳିତ ହୋଇଯାଇଛି।
କେନ୍ଦୁଆ ଗ୍ରାମରେ ପ୍ରତ୍ୟେକ ବର୍ଷ ସାନ୍ତାଳୀ ନବବର୍ଷ ମାଘମୁଲୁଃ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଆଦିବାସୀ ମାନେ ବଣ, ଜଙ୍ଗଲ, ପାହାଡ, ପର୍ବତ, ନଦୀ ତଥା ସୂର୍ଯ ଓ ଚନ୍ଦ୍ରକୁ ପୂଜ୍ୟ ଦେବତା ମାନିଥାନ୍ତି ଏବଂ ମାଘ ମାସର ପ୍ରଥମ ଚନ୍ଦ୍ର ଦର୍ଶନ ତିଥିରୁ ଆଦିବାସୀଙ୍କ ନବବର୍ଷ ଆରମ୍ଭ ହୋଇଥାଏ। ଏହି ଚନ୍ଦ୍ର ଦର୍ଶନ ତିଥିରେ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଲୋକେ ନବବର୍ଷ ବା ମାଘମୁଲୁଃ ପାଳନ କରିଥାନ୍ତି। ମାଘମୁଲୁଃ ଅବସରରେ ଆୟୋଜିତ ହୋଇଥିବା ଉତ୍ସବରେ କେନ୍ଦୁଆ ତଥା ଆଖପାଖ ପୋଡା ଗ୍ରାମର ଆଦିବାସୀ ସାନ୍ତାଳ, ହୋ, ମୁଣ୍ଡା ସମ୍ପ୍ରଦାୟର ମହିଳା ଓ ପୁରୁଷ ମାନେ ଯୋଗଦେଇ ବଣଭୋଜି ଉତ୍ସବରେ ଏକତ୍ରୀତ ହୋଇ ନୃତ୍ୟ ଗୀତ ସହ ଭୋଜନ କରିଥାନ୍ତି। ବର୍ଷସାରା ମହିଳାମାନେ ରାନ୍ଧି ବାଢି ପୁରୁଷ ମାନଙ୍କୁ ଖାଇବାକୁ ଦେଉଥିବା ବେଳେ ଏହି ନବବର୍ଷ ଉତ୍ସବ ଭୋଜିରେ ପୁରୁଷ ମାନେ ରୋଷେଇ କରିବା ସହିତ ମହିଳା ମାନଙ୍କୁ ଖାଇବାକୁ ପରସି ଥାଆନ୍ତି। ଏପରି ଭାବେ ଅନ୍ତତଃ ବର୍ଷକର ଗୋଟିଏ ଦିନ ଗ୍ରାମର ପୁରୁଷମାନେ ମହିଳା ମାନଙ୍କ ସେବା କରିବାର ସୁଯୋଗ ପାଇ ଖୁସି ବ୍ୟକ୍ତ କରିଥିବାର ଦେଖିବାକୁ ମିଳିଛି। ଭୋଜି ପରେ ଏକ ବୌଠକରେ ଏକତ୍ରୀତ ହୋଇ ଆଦିବାସୀ ଭାଷା, ପରମ୍ପରାକୁ ବଞ୍ଚାଇ ରଖିବା ସହ ଆଗାମୀ ଦିନରେ କିପରି ସମସ୍ତେ ପରସ୍ପର ସହିତ ମନମାଳିନ୍ୟ ନରଖି ସ୍ନେହ, ଶ୍ରଦ୍ଧା, ହସଖୁସି ସହ ମିଳିମିଶି ଭଲରେ ରହିବେ ସେ ବିଷୟରେ ଆଲୋଚନା କରି ଶେଷରେ ଆଦୀବାସୀ ଗୀତରେ ସମସ୍ତେ ନୃତ୍ୟ କରିଥିଲେ।
ଏହି ମାଘମୁଲୁଃ ଉତ୍ସବରେ ସମ୍ମାନୀୟ ଅତିଥୀ ଭାବେ ବରିଷ୍ଠ ସାମ୍ବାଦିକ ତଥା ବାବାତିଲକା ପାଠାଗାରର ପ୍ରତିଷ୍ଠାତା ରାମଦାଶ ମୁର୍ମୁ, ଶିକ୍ଷକ କିଶୁନ ସୋରେନ, ଗ୍ରାମ ମାଝୀବାବା ବଳଭଦ୍ର ମାଝୀ, ନାଏକେ ବାବା ମେଘ୍ରାୟ ବାସ୍କେ, କାଳିଚରଣ ବାସ୍କେ, ଇଶ୍ବର ବାସ୍କେ, ଗୋପିନାଥ ହାଁସଦାଃ, ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଗ୍ରାମର ଯୁବକ ମାନେ ସହଯୋଗ କରିଥିଲେ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.