ETV Bharat / state

ବାଲୁକା କଳାରେ ଭେଟେରାନ ମିହିର ଦାସଙ୍କୁ ଶ୍ରଦ୍ଧାଞ୍ଜଳି - ମିହିର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବାଲୁକା କଳା ମାଧ୍ୟମରେ ଭେଟେରାନ କଳାକାର ମିହିର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅଧିକ ପଢନ୍ତୁ

ବାଲୁକା କଳା ମାଧ୍ୟମରେ ଭେଟେରାନ କଳାକାର ମିହିର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

author img

By

Published : Jan 12, 2022, 5:50 PM IST

ରାଇରଙ୍ଗପୁର: ବାଲୁକା କଳା ମାଧ୍ୟମରେ ଭେଟେରାନ କଳାକାର ମିହିର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଓଡ଼ିଶାର ଜଣେ ସୁନାମଧନ୍ୟ କଳାକାର ତଥା ମୟୂରଭଞ୍ଜ ମାଟିର ପୁଅ ମିହିର ଦାସଙ୍କ ମଙ୍ଗଳବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଖବର ଜଣାପଡିବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ମିହିର ଦାସଙ୍କ ଦେହାନ୍ତକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୟୂରଭଞ୍ଜବାସୀ।

ବାଲୁକା କଳା ମାଧ୍ୟମରେ ଭେଟେରାନ କଳାକାର ମିହିର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଏନେଇ ରାଇରଙ୍ଗପୁର ମୁଖ୍ୟ ବଜାରରେ ବାଲୁକା କଳା ମାଧ୍ୟମରେ ବାଲୁକା ଶିଳ୍ପୀ ଅଜୟ ଘୋଷ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ବାଲୁକା କଳାରେ ନିର୍ମିତ ପ୍ରତିଛବି ନିକଟରେ ରାଇରଙ୍ଗପୁର ଏଏସପି ମନରଞ୍ଜନ ବିଶ୍ୱାଳଙ୍କ ସମେତ ଅନେକ କଳାକାର ଓ ପ୍ରଶଂସକ କ୍ୟାଣ୍ଡେଲ ଜଳାଇ ନୀରବ ପ୍ରାର୍ଥନା କରି ମିହିର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଓଡିଆ ଫିଲ୍ମ ଜଗତରେ ତାଙ୍କର ଅବଦାନ ପାଇଁ ଝୁରୁଛି କଳାଜଗତ । ଆଉ ତାଙ୍କୁ ମନେ ପକାଉଛନ୍ତି ଦର୍ଶକ ।

ରାଇରଙ୍ଗପୁରରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.