ETV Bharat / state

ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳିଲେ ସ୍ତ୍ରୀ - husband

ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳରେ ବେଶ୍ ଉତ୍ସାହର ସହ ସାବିତ୍ରୀ ବ୍ରତ ପାଲିଛନ୍ତି ସଧବା ମହିଳା ।

ଫଟୋ ସୌଜନ୍ଯ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Jun 3, 2019, 8:32 PM IST

ରାଇରଙ୍ଗପୁର: ସଧବାଙ୍କ ପର୍ବ ସାବିତ୍ରୀ ଅମାବାସ୍ୟା ପାଳିଛନ୍ତି ରାଇରଙ୍ଗପୁରବାସୀ । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ତଥା ଆଖପାଖ ଅଞ୍ଚଳରେ ବେଶ୍ ଉତ୍ସାହ ସହକାରେ ପାଳିତ ହୋଇଯାଇଛି ସାବିତ୍ରୀ ବ୍ରତ ବା ସାବିତ୍ରୀ ପୂଜା। ସକାଳୁ ସକାଳୁ ବ୍ରତଧାରୀ ମହିଳାମାନେ ନୂଆ ବସ୍ତ୍ର ପରିଧାନ କରି ମାଆ ପାର୍ବତୀ, ମାଆ ଲକ୍ଷ୍ମୀ, ମାଆ ବିମଳାଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି। ସଧବା ସ୍ତ୍ରୀ ନୂଆ ଶାଢ଼ୀ, ନାଲି ଶଙ୍ଖା, ସିନ୍ଦୂର, ଅଳତା, କଜଳ, ବ୍ରତ ଆଣି ମନ୍ଦିରରେ ପୂଜା କରି ନେଉଛନ୍ତି। ତା ସହିତ ଧୂପ, ଦୀପ, ନୈବେଦ୍ୟ, ଫଳମୂଳ ଇତ୍ୟାଦି ମାଆଙ୍କ ପାଖରେ ଅର୍ପଣ କରିଛନ୍ତି।

ଭିଡିଓ ସୌଜନ୍ଯ: ପ୍ରତିନିଧି, ରାଇରଙ୍ଗପୁର

ଏଥିସହ ମାଆଙ୍କ ପାଖରେ ପୂଜା ସମ୍ପନ୍ନ କରି ବଟବୃକ୍ଷ ମୂଳରେ ବ୍ରତଧାରୀ ମହିଳାମାନେ ପୂଜାର୍ଚ୍ଚନା କରିବା ସହିତ ବଟବୃକ୍ଷ ଚାରିପଟେ ପରିକ୍ରମା କରିଥାନ୍ତି। ଏହାପରେ ଗଛରେ ରାକ୍ଷୀ ବାନ୍ଧିବାର ବିଧି ସମ୍ପନ୍ନ କରିଥାନ୍ତି। ତାପରେ ଘରକୁ ଯାଇ ସ୍ବାମୀଙ୍କୁ ପୂଜା କରିବା ସହିତ ପରିବାରର ମଙ୍ଗଳ କାମନା କରି ଉପବାସ ରଖିଥାନ୍ତି। ଏହାଦ୍ବାରା ସେମାନଙ୍କ ପୂଜା ସମ୍ପନ୍ନ ହେବା ସହିତ ସୌଭାଗ୍ୟ ପ୍ରାପ୍ତି ହୁଏ ବୋଲି ସେମାନଙ୍କର ଦୃଢ ଆଶା ଓ ବିଶ୍ବାସ ରହିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.