ETV Bharat / state

୨ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ଦୁଇ ଗିରଫ - ମୟୂରଭଞ୍ଜ ବ୍ରାଉନ ସୁଗାର ଜବତ

ବାରିପଦା ସହର ପାଲବଣି ନିକଟରୁ ଟାଉନ ପୋଲିସ ଚଢ଼ାଉ କରି ପ୍ରାୟ ଦୁଇ ଲକ୍ଷ ପଚାଶ ହଜାର ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

୨ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ, ଦୁଇ ଗିରଫ

author img

By

Published : Sep 9, 2021, 10:19 PM IST

ବାରିପଦା: କିଛି ଦିନର ବ୍ୟବଧାନ ପରେ ପୁନଶ୍ଚ ଧଳା ଜହର ଜବତ ହୋଇଛି। କରୋନା କାଳରେ ବଢ଼ି ଚାଲିଛି ନିଶାଖୋର ମାଫିଆଙ୍କ ରାଜ। ପୋଲିସ୍‌କୁ ଚ୍ୟାଲେଞ୍ଜ ଦେଉଛନ୍ତି ଧଳା ଜହର ବେପାରୀ। ବାରିପଦା ଟାଉନ ଥାନା ପୋଲିସ ପକ୍ଷରୁ ସ୍ଥାନୀୟ ପାଲବଣି ନିକଟରୁ ବ୍ରାଉନସୁଗାର ଜବତ ହୋଇଛି। ଜବତ ବ୍ରାଉନ ସୁଗାରର ୨୫ଗ୍ରାମ ଓଜନର ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଖୋଲା ବଜାରରେ ୨ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି କୁହାଯାଉଛି।

୨ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ, ଦୁଇ ଗିରଫ

ସୂଚନା ଅନୁଯାୟୀ, ବାରିପଦା ଟାଉନ ଥାନା ଅଧିନ ପାଲବଣି ଗୋଳେଇ ନିକଟରେ ଏହି କାରବାର ଚାଲୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଏହାପରେ ବାରିପଦା ଟାଉନ ଥାନାଧିକାରୀ ବିରେନ୍ଦ୍ର କୁମାର ସେନାପତିଙ୍କ ଦ୍ୱାରା ଏକ ପୋଲିସ ଟିମ ଚଢ଼ାଉ କରି ଏହି ୨୫ ଗ୍ରାମ ଓଜନର ଧଳା ଜହର ଜବତ କରିବାରେ ସଫଳ ହୋଇଛନ୍ତି। ଅନ୍ୟପଟେ ଉକ୍ତ କାରବାରରେ ଲିପ୍ତ ଥିବା ଦୁଇ ଅପରାଧୀଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି। ଧରାପଡିଥିବା ଦୁଇ ଅପରାଧୀଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଅନ୍ୟଜଣେ ସୁନଗଡ଼ିଆ ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ବେହେରା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବାରିପଦା ସହରରେ ଏହି ବେପାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ତେବେ ଏନେଇ ପୋଲିସ ପକ୍ଷରୁ ପାଟ୍ରୋଲିଂ ଜୋରଦାର କରିବାର ସହ ଆଗକୁ ଏବାବଦରେ ତଦନ୍ତ କରି କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବା ଅନ୍ୟ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.