ETV Bharat / state

ଗୋ ହତ୍ୟାକୁ କେନ୍ଦ୍ରକରି ରାସ୍ତା ଅବରୋଧ - ରାଇରଙ୍ଗପୁର ଗୋ ହତ୍ୟା

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ-ଠାକୁରମୁଣ୍ଡା ରାସ୍ତାକୁ ଗୋ ହତ୍ୟାକୁ କେନ୍ଦ୍ରକରି ଅବରୋଧ କରିଛନ୍ତି ଗ୍ରାମବାସୀ । ମାଂସ ଓ ଚମଡା ନଦୀ ପୋଲରେ ଫିଙ୍ଗିଦେବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

ଗୋ ହତ୍ୟାକୁ କେନ୍ଦ୍ରକରି ରାସ୍ତା ଅବରୋଧ
ଗୋ ହତ୍ୟାକୁ କେନ୍ଦ୍ରକରି ରାସ୍ତା ଅବରୋଧ
author img

By

Published : Aug 4, 2020, 4:23 PM IST

ରାଇରଙ୍ଗପୁର: ଗୋ ହତ୍ୟାକୁ କେନ୍ଦ୍ରକରି ରାସ୍ତା ଅବରୋଧ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ-ଠାକୁରମୁଣ୍ଡାରେ ଗୋହତ୍ୟା କରି ମାଂସ ଏବଂ ଚମଡାକୁ ନଦୀ ପୋଲ ନିକଟରେ ଫିଙ୍ଗିଦେବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି ।

ଗୋ ହତ୍ୟାକୁ କେନ୍ଦ୍ରକରି ରାସ୍ତା ଅବରୋଧ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ-ଠାକୁରମୁଣ୍ଡା ୫୩ ନମ୍ବର ରାଜ୍ୟ ରାଜପଥ ମଣ୍ଡୁଆପୋଲ ନିକଟରେ ଦୁଇ ତିନିଟି ଗାଈକୁ ହତ୍ୟାକରି ଦୁର୍ବୃତ୍ତମାନେ ଗୋମାଂସ ନେଇଛନ୍ତି । ସେହିପରି ଗତ ଦୁଇ ତିନି ଦିନ ପୂର୍ବରୁ କାଦଡିହା, କୁଳିପୋଷି ଏବଂ ସିଙ୍ଗଡା ଅଞ୍ଚଳରେ ୧୦ ରୁ ଅଧିକ ଗାଈ ଚୋରି ହୋଇଥିବା ବେଳେ ପୋଲିସକୁ ଲିଖିତ ଅଭିଯୋଗ କରିଥିଲେ ସ୍ଥାନୀୟ ଲୋକେ । ହେଲେ ଆଜି ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତକୁ ପୋଲିସ ଧରି ପାରିନାହିଁ । ଆଜି କିଛି ଗାଈ ବଳଦଙ୍କ ଚମଡା ଏବଂ କିଛି ମାଂସ ନଦୀପୋଲ ନିକଟରେ ମିଳିବାକୁ ନେଇ ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

ସ୍ଥାନୀୟ ଲୋକେ ମୁଖ୍ୟ ରାସ୍ତା ଅବରୋଧ କରି ଏପରି ଘୃଣ୍ୟ କାର୍ଯ୍ୟ କରିଥିବା ଦୁର୍ବୁତ୍ତଙ୍କୁ ଯଥା ଶୀଘ୍ର ଗିରଫ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ଗାଇ ଗୋରୁ ଚୋରି ବୃଦ୍ଧିକୁ ରୋକିବା ପାଇଁ ରାତ୍ରି କାଳୀନ ପେଟ୍ରୋଲିଂ ଜୋରଦାର କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.