ETV Bharat / state

ସ୍କୁଟି-ବାଇକ୍ ଧକ୍କା: ଠିକାଦାର ମୃତ, ଜଣେ ଅଟକ - ରାଇରଙ୍ଗପୁର-ଜଶିପୁର ରାସ୍ତାରେ ସଡକ ଦୁର୍ଘଟଣା

ରାଇରଙ୍ଗପୁର-ଜଶିପୁର ରାସ୍ତାରେ ସଡକ ଦୁର୍ଘଟଣା । ସ୍କୁଟି ଚାଳକଙ୍କୁ ଧକ୍କା ଦେଲେ ପଲସର ଚାଳକ । ସ୍କୁଟି ଚାଳକ ଅଜୟ କୁମାର ପୁଥାଳଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ମଦ୍ୟପ ଚାଳକ ଯୋଗୁଁ ଅକାରଣରେ ଚାଲିଗଲା ନୀରିହ ଜୀବନ

author img

By

Published : Apr 26, 2022, 11:04 AM IST

ରାଇରଙ୍ଗପୁର : ମୟୂରଭଞ୍ଜ ଟାଉନଥାନା ଅନ୍ତର୍ଗତ ରାଇରଙ୍ଗପୁର-ଜଶିପୁର ରାସ୍ତାରେ ସଡକ ଦୁର୍ଘଟଣା । ସ୍କୁଟି ଚାଳକଙ୍କୁ ଧକ୍କା ଦେଲେ ପଲସର ଚାଳକ । ଫଳରେ ସ୍କୁଟି ଚାଳକ ଅଜୟ କୁମାର ପୁଥାଳଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ ଚାଳକଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ସୂଚନା ଅନୁଯାୟୀ ଗତକାଲି ରାତିରେ ଅଜୟ କୁମାର ପୁଥାଳ ସ୍କୁଟି ଯୋଗେ ଜଗନ୍ନାଥ ମାର୍କେଟରୁ ଘରକୁ ଯାଉଥିବା ସମୟରେ ରାଇରଙ୍ଗପୁର ପଟ ଏକ ପଲସର ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଅଜୟ ତଳେ ପଡିଯାଇଥିଲେ, ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇ ପଲସର ଚାଳକ ଜଣକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବାଇକ ଚାଳକ ଜଣଙ୍କୁ ଅଟକ ରଖିଥିଲା ।

ମଦ୍ୟପ ଚାଳକ ଯୋଗୁଁ ଅକାରଣରେ ଚାଲିଗଲା ନୀରିହ ଜୀବନ

ସେପଟେ ଠିକାଦାର ଭାବେ କାମ କରୁଥିବା ଅଜୟକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ମୃତଦେହ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି । ଅଜୟଙ୍କ ମୃତ୍ୟୁପରେ ରାଇରଙ୍ଗପୁରରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ବେପରୁଆ ଭାବେ ଓ ମଦ୍ୟପାନ କରି ଦ୍ରୁତ ଗତିରେ ରାଇରଙ୍ଗପୁର ସହର ମଧ୍ୟରେ ଚଳାଉଥିବା ଏପରି ବାଇକ ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.