ETV Bharat / state

ସ୍କୁଟିକୁ ପିଟିଲା ଟ୍ରଲର, ତିନି ମୃତ

ତିନି ଜଣ ଯୁବକ ସ୍କୁଟି ଯୋଗେ ଯାଉଥିବା ବେଳେ ପଛ ପଟୁ ପିଟିଲା ଟ୍ରଲର । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ । ଅନ୍ୟ ଦୁଇ ଜଣ ଗୁରୁତର ହସ୍ପିଟାଲରେ ପ୍ରାଣ ହରାଇଛନ୍ତି ।ଅଧିକ ପଢନ୍ତୁ...

ସ୍କୁଟିକୁ ପିଟିଲା ଟ୍ରଲର, ଘଟଣାସ୍ଥଳରେ ଜଣେ ମୃତ

author img

By

Published : Oct 20, 2020, 5:54 PM IST

Updated : Oct 20, 2020, 6:26 PM IST

ରାଇରଙ୍ଗପୁର: ସ୍କୁଟିକୁ ପିଟିଲା ଟ୍ରଲର । ଏଭଳି ଏକ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଫୁଲଗୁନ୍ଥା ଗ୍ରାମ ନିକଟସ୍ଥ 49 ନଂ ଜାତୀୟ ରାଜପଥରେ । ମଙ୍ଗଳବାର ଅପରାହ୍ନରେ ତିନି ଜଣ ଯୁବକ ଏକ ସ୍କୁଟି ଯୋଗେ ଯାଉଥିବା ସମୟରେ ପଛପଟୁ ଏକ ଟ୍ରଲର ଧକ୍କା ଦେଇଛି । ଦୁର୍ଘଟଣାରେ 3 ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ କେନ୍ଦୁଝର ଭଣ୍ଡା ଗ୍ରାମର ଗୁରୁଚରଣ ମୁଣ୍ଡା, ଚୁଟୁନ ମୁଣ୍ଡା ଓ ସୁର ସିଂହ ମୁଣ୍ଡା ।

ସ୍କୁଟିକୁ ପିଟିଲା ଟ୍ରଲର, ଘଟଣାସ୍ଥଳରେ ଜଣେ ମୃତ

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ତିନି ଜଣ ଯୁବକ ଏକ ସ୍କୁଟି ଯୋଗେ ମୟୂରଭଞ୍ଜରୁ କେନ୍ଦୁଝର ଅଭିମୁଖେ ଯାଉଥିଲେ । ଏହି ସମୟରେ 49 ନଂ ଜାତୀୟ ରାଜପଥ ନିକଟରେ ଏକ ଟ୍ରଲର ତାଙ୍କୁ ପଛ ପଟୁ ଧକ୍କା ଦେଇଛି । ଟ୍ରଲରରେ ସ୍କୁଟି ସମେତ ତିନି ଜଣ ଯୁବକ ଚାପି ହୋଇ ରହିଥିବା ବେଳେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ସେଠାରେ ପହଞ୍ଚି ଅନ୍ୟ ଦୁଇ ଜଣ ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲା । ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି । ଏହି ସଡକ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଛନ୍ତି ଲୋକେ । ଘଟଣାସ୍ଥଳରେ ରରୁଆଁ ଥାନା ଅଧିକାରୀ ଓ ଶୁକୃଳି ତହସିଲଦାର ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Oct 20, 2020, 6:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.