ରାଇରଙ୍ଗପୁର: ମହୁଲ ଗୋଟାଇ ଫେରୁଥିବା ବେଳେ ବୃଦ୍ଧକୁ ଧକ୍କା ଦେଲା ବାଇକ। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ରାଇପଦା ଗ୍ରାମ ନିକଟରେ ।
ରାଇପଦା ଗ୍ରାମ ନିକଟ ରାସ୍ତା ପାର୍ଶ୍ଵରେ ଥିବା ଏକ ମହୁଲ ଗଛରୁ ମହୁଲ ଫୁଲ ଗୋଟାଇ ଗିରିଧାରୀ କାର୍ଜ୍ଜି ନାମକ ଜନୈକ ବୃଦ୍ଧ ଘରକୁ ଫେରୁଥିଲେ। ଉକ୍ତ ରାସ୍ତା ଦେଇ ଏକ ବାଇକ ଅତିକ୍ରମ କରୁଥିବାବେଳେ ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀ ଏବଂ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ମୃତକ ଦୁଇ ଜଣ ହେଲେ କେଲପୋଷି ଗ୍ରାମର ଅଜୁ ମୋହାନ୍ତ ଏବଂ ଗିରିଧାରୀ କାଜ୍ଜି । ସେପଟେ ଖବର ପାଇ ଘଟଣାସ୍ଥଳରେ ଠାକୁରମୁଣ୍ଡା ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବାଇକ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ