ବାରିପଦା: କୋରୋନା କଟକଣା ନିୟମ ମଧ୍ୟରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ରାଜ୍ୟ ସେବାୟତ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟଶରର ଦାବିପତ୍ର। ଦାବି ପୂରଣ ନହେଲେ ଆଗାମୀ ସୋମବାର ସେପ୍ଟେମ୍ବର ୭ ରୁ ଓଡ଼ିଶାର ପ୍ରତ୍ୟେକ ମନ୍ଦିରର ସେବାୟତ ନିଜ ଅଞ୍ଚଳର ମନ୍ଦିର ସମ୍ମୁଖରେ ରଜ୍ୟସରକାର ମନ୍ଦିର ଖୋଲିବାର ଅନୁମତି ନ ଦେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସକାଳ ୯ ଘଟିକା ଠାରୁ ଦିବା ୧୨ ଘଟିକା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।
ବିଶ୍ବମହାମାରୀ କୋରନା ପାଇଁ ଗତ ମାର୍ଚ୍ଚ ୨୦ ରିଖ ଠାରୁ ସାରା ଦେଶରେ ଧର୍ମାନୁଷ୍ଠାନ ଗୁଡ଼ିକରେ ଭକ୍ତଙ୍କ ପ୍ରବେଶ ନିଷେଧ କରାଯାଇଅଛି। କେନ୍ଦ୍ରସରକାର ଓ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଗତ ଜୁନ ୮ ରିଖ ଠାରୁ ସାରାଦେଶରେ ଧର୍ମାନୁଷ୍ଠାନ ଖୋଲାଯାଇଥିବା ବେଳେ ଆମ ରାଜ୍ୟରେ ଏପର୍ଯ୍ୟନ୍ତ ବନ୍ଦ ରହିଅଛି। ମନ୍ଦିର ଖୋଲିବା ପାଇଁ ସେବାୟତମାନେ କଟକ ଠାରେ ଓଡିଶାର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଠାରେ ନିବେଦନ କରିବା ଫଳରେ ମାନ୍ୟବର ମଧ୍ୟ ସରକାରଙ୍କୁ ସମସ୍ତ ନୀତିନିୟମ ମଧ୍ୟରେ ମନ୍ଦିର ଖୋଲିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ କାର୍ଯ୍ୟକ୍ରମ ସହ ପର୍ଯ୍ୟଟନ ସ୍ଥଳ ଓ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିର ଖୋଲିଛନ୍ତି ।
ଲକଡାଉନ, ସାପ୍ତାହିକ ସଟଡାଉନ ଏବଂ ରାତ୍ରୀକାଳିନ କର୍ଫ୍ୟୁ ଉଠିଯାଇଥିଲେ ମଧ୍ୟ ସରକାର ଧର୍ମାନୁଷ୍ଠାନ ମନ୍ଦିର ମାନ ନ ଖୋଲି ଆଗାମୀ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦରଖିବାକୁ ନିର୍ଦ୍ଦେଶନାମା ଜାରିକରିଛନ୍ତି। ଏନେଇ ସେବାୟତ ମାନେ ସରକାରଙ୍କୁ ନିବେଦନ କରି ପୁନଃବିଚାର କରି କୋରନା ନିୟମ ମଧ୍ୟରେ ମନ୍ଦିର ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରିଛନ୍ତି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ