ETV Bharat / state

ଖାକିରେ ଲାଗିଲା ଦାଗ, ସହକର୍ମୀଙ୍କ ଦିବ୍ୟାଙ୍ଗ ଝିଅକୁ ଦୁଷ୍କର୍ମ କଲା ପୋଲିସ ଡ୍ରାଇଭର

author img

By

Published : Jun 5, 2020, 9:10 PM IST

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନାରେ କାର୍ଯ୍ୟରତ ଜନୈକ ପୋଲିସ କର୍ମୀଙ୍କ ଦିବ୍ୟାଙ୍ଗ ଝିଅଙ୍କୁ ଦୁଷ୍କର୍ମ । ସେହି ଥାନାରେ କାର୍ଯ୍ୟରତ ପୋଲିସ ଡ୍ରାଇଭର ଏମ.ଡି ଆଝାଉଦିନ ତାଙ୍କୁ ଦୁଷ୍କର୍ମ କରିଥିବା ଲିଖିତ ଅଭିଯୋଗ କରିଛନ୍ତି ପିଡିତା ।

ଖାକିରେ ଲାଗିଲା ଦାଗ, ସହକର୍ମୀଙ୍କ ଦିବ୍ୟାଙ୍ଗ ଝିଅକୁ ଦୁଷ୍କର୍ମ କଲା ପୋଲିସ ଡ୍ରାଇଭର
ଖାକିରେ ଲାଗିଲା ଦାଗ, ସହକର୍ମୀଙ୍କ ଦିବ୍ୟାଙ୍ଗ ଝିଅକୁ ଦୁଷ୍କର୍ମ କଲା ପୋଲିସ ଡ୍ରାଇଭରଖାକିରେ ଲାଗିଲା ଦାଗ, ସହକର୍ମୀଙ୍କ ଦିବ୍ୟାଙ୍ଗ ଝିଅକୁ ଦୁଷ୍କର୍ମ କଲା ପୋଲିସ ଡ୍ରାଇଭର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଲଜ୍ଜାଜନକ ଘଟଣା । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନାରେ କାର୍ଯ୍ୟରତ ଜନୈକ ପୋଲିସ କର୍ମୀଙ୍କ ଦିବ୍ୟାଙ୍ଗ ଝିଅଙ୍କୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକାରୀଙ୍କ ପରିବାର ଘରେ ନଥିବାର ସୁଯୋଗରେ ସେହି ଥାନାରେ କାର୍ଯ୍ୟରତ ପୋଲିସ ଡ୍ରାଇଭର ଏମ.ଡି ଆଝାଉଦିନ ତାଙ୍କୁ ଦୁଷ୍କର୍ମ କରିଥିଲେ ।

ଖାକିରେ ଲାଗିଲା ଦାଗ, ସହକର୍ମୀଙ୍କ ଦିବ୍ୟାଙ୍ଗ ଝିଅକୁ ଦୁଷ୍କର୍ମ କଲା ପୋଲିସ ଡ୍ରାଇଭର

ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ । ଗତକିଛି ଦିନ ହେବ ଠାକୁରମୁଣ୍ଡା ଥାନାର ଜନୈକ ପୋଲିସ କର୍ମଚାରୀ କୋରୋନା କାର୍ଯ୍ୟ ପାଇଁ ବାରିପଦାରେ କାର୍ଯ୍ୟ କରୁଥିବା ବେଳେ ଠାକୁରମୁଣ୍ଡାରେ ଥିବା ସରକାରୀ ଘରେ ଏକ ମାତ୍ର ଦିବ୍ୟାଙ୍ଗ ଝିଅ ରହୁଥିଲେ । ଏହାର ସୁଯୋଗ ନେଇ ଠାକୁରମୁଣ୍ଡା ଥାନାରେ କାର୍ଯ୍ୟରତ ଏମ.ଡି ଆଝାଉଦିନ ଗୁରୁବାର ରାତିରେ ଦିବ୍ୟାଙ୍ଗ ଝିଅକୁ ବାରମ୍ବାର ଦୁଷ୍କର୍ମ କରିଥିବା ଲିଖିତ ଅଭିଯୋଗ କରିଛନ୍ତି ପିଡିତା । ଅଭିଯୋଗ ପରେ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ ଏହାର ତଦନ୍ତ କରି ଅଭିଯୁକ୍ତ ପୋଲିସ ଡ୍ରାଇଭରଙ୍କୁ ଅଟକ ରଖି ଏକ ମାମଲା ରୁଜୁ କରିଛନ୍ତି ।

ତେବେ ଅଧିକ ତଦନ୍ତ ପାଇଁ କରଞ୍ଜିଆ ଥାନା ଅଧିକାରିଣୀ ସରୋଜିନୀ ସିଂଙ୍କୁ ଦାୟିତ୍ବ ଦେଇଥିବା ଜଣାପଡିଛି । ଉଭୟଙ୍କ ମେଡ଼ିକାଲ ଯାଞ୍ଚ ପରେ ପୋଲିସ ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ତଦନ୍ତ ଦାୟିତ୍ବ ଥିବା ଥାନା ଅଧିକାରିଣୀ । ତେବେ ଏପରି ଏକ ଘୃଣ୍ୟ କାର୍ଯ୍ୟ କରିଥିବା ପୋଲିସ ଡ୍ରାଇଭରଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ମୟୂରଭଞ୍ଜ ପୋଲିସ ତାହା ଦେଖିବା ପାଇଁ ବାକି ରହିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.