ETV Bharat / state

Panchayat Poll: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତ ରାଇରଙ୍ଗପୁର ଉପଖଣ୍ଡ

author img

By

Published : Feb 21, 2022, 6:10 PM IST

ରାଇରଙ୍ଗପୁର ଉପଖଣ୍ଡର ଜାମଦା, ବହଳଦା, ତିରିଂ ଓ ରାଇରଙ୍ଗପୁର ବ୍ଲକରେ ହେବ ନିର୍ବାଚନ । ଏନେଇ ରାଇରଙ୍ଗପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ

Panchayat Poll: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତ ରାଇରଙ୍ଗପୁର ଉପଖଣ୍ଡ
Panchayat Poll: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତ ରାଇରଙ୍ଗପୁର ଉପଖଣ୍ଡ

ରାଇରଙ୍ଗପୁର: ଆସନ୍ତାକାଲି(ମଙ୍ଗଳବାର) ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ରାଇରଙ୍ଗପୁର ଉପଖଣ୍ଡର ଜାମଦା, ବହଳଦା, ତିରିଂ ଓ ରାଇରଙ୍ଗପୁର ବ୍ଲକରେ ହେବ ନିର୍ବାଚନ । ଏନେଇ ରାଇରଙ୍ଗପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ସମସ୍ତ ପୋଲିଂ ଅଫିସର, ପୋଲିଂ ପାର୍ଟି ବ୍ଲକରୁ ବ୍ୟାଲଟ ପେପର ଓ ବ୍ୟାଲଟ ବକ୍ସ ଧରି ନିଜନିଜ ବୁଥରେ ପହଞ୍ଚି ଯାଇଛନ୍ତି । ଏପିଡି ଡିଆରଡିଏ ଓ ରାଇରଙ୍ଗପୁର ବ୍ଲକର ବିଡ଼ିଓ ରାଇରଙ୍ଗପୁର ବ୍ଲକରେ ଥିବା ସମସ୍ତ ୧୨୪ଟି ବୁଥ ମଧ୍ୟରୁ କିଛି ବୁଥ ପରିଦର୍ଶନ କରିଥିଲେ ।

ସୁରୁଖୁରୁରେ କିପରି ମତଦାନ ସମ୍ପନ୍ନ ହୋଇପାରିବ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସେପଟେ ରାଇରଙ୍ଗପୁର ବ୍ଲକରେ ୨୬ଟି ସମ୍ବେଦନଶୀଳ ବୁଥ ରହିଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଉକ୍ତ ବୁଥ୍ ଗୁଡିକ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି । ଅନ୍ୟପଟେ ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ପିଙ୍କ୍ ବୁଥ କରାଯାଇଥିବା ବେଳେ ରାଇରଙ୍ଗପୁର ବ୍ଲକର ରାଣିପାଳ ଠାରେ ମହିଳାଙ୍କ ପାଇଁ ପିଙ୍କ ବୁଥ କରାଯାଇଛି ।

ସେହିପରି ରାଇରଙ୍ଗପୁର ଉପଖଣ୍ଡର ସମସ୍ତ ଚାରିଗୋଟି ବ୍ଲକରେ ୮ଟି ଜିଲ୍ଲାପରିଷଦ ଜୋନ୍ ସଦସ୍ୟ ପଦ, ୨୪୪ ସରପଞ୍ଚ ପଦ, ୧୭୨ ପଞ୍ଚାୟତ ସମିତି ସଦସ୍ୟ ପଦ ଓ ୮୪୨ ୱାର୍ଡ଼ ମେମ୍ବର ପଦ ପାଇଁ ୫୭୬ଟି ବୁଥ ରହିଥିବାବେଳେ ସେଥିମଧ୍ୟରୁ ୯୬ଟି ସମ୍ବେଦନଶୀଳ ବୁଥ ଓ ୪ଟି ପିଙ୍କ୍ ବୁଥ ରହିଛି । ତେବେ ଆସନ୍ତାକାଲି ପ୍ରାର୍ଥୀ ମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଚାରୋଟି ବ୍ଲକର ୨,୧୪,୩୩୧ ଜଣ ଭୋଟର ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.