ETV Bharat / state

ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ଘଟଣା: ଧରାପଡିଲେ 2 ଅଭିଯୁକ୍ତ

ମୟୂରଭଞ୍ଜ ଜିଲ୍ଲାରେ ଥମୁନି ଡାହାଣୀ ସନ୍ଦେହରେ ହତ୍ୟା ଘଟଣା । ରବିବାର ଟୀକା ନାଏକ ଓରଫ୍ ଭସ୍ଲ ନାଏକଙ୍କ ମୃତଦେହ ଉଦ୍ଧାର ଘଟଣାରେ ଧରାପଡିଲେ 2 ଅଭିଯୁକ୍ତ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jan 15, 2020, 3:59 PM IST

ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ଘଟଣା: ଧରାପଡିଲେ 2 ଅଭିଯୁକ୍ତ
ଡାହାଣୀ ସନ୍ଦେହରେ ହତ୍ୟାକାଣ୍ଡ ଘଟଣା: ଧରାପଡିଲେ 2 ଅଭିଯୁକ୍ତ

ରାଇରଙ୍ଗପୁର: ବନ୍ଧୁ ସାଜିଲା ବଇରୀ । ଡାହାଣୀ ସନ୍ଦେହରେ ଅତି ନିର୍ମମ ଭାବେ ହତ୍ୟା କଲା ବନ୍ଧୁ । ରବିବାର ଟୀକା ନାଏକ ଓରଫ୍ ଭସ୍ଲ ନାଏକଙ୍କ ମୃତଦେହ ଉଦ୍ଧାର ଘଟଣାରେ ଧରାପଡିଲେ 2 ଅଭିଯୁକ୍ତ । ମୟୂରଭଞ୍ଜ ଜିଲ୍ଲାରେ ଥମୁନି ଡାହାଣୀ ସନ୍ଦେହରେ ହତ୍ୟା କରିବା ଘଟଣା । ବିଶୋଇ ଥାନା ଅଞ୍ଚଳରେ 2019 ଡିସେମ୍ବର 09 ତାରିଖ ସୋମବାର ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଗୁଳିମାଡ କରିଥିବା ଘଟଣାର ମାସେ ନପୁରୁଣୁ ପୁଣି ଏକ କଟୁରୀ ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।

ଅନ୍ଧବିଶ୍ଵାସ ଯୋଗୁଁ ବନ୍ଧୁ ସାଜିଲା ବନ୍ଧୁର ବଇରୀ । ଅନ୍ଧବିଶ୍ଵାସରେ ବଶବର୍ତ୍ତୀ ହୋଇ ନିଜ ବନ୍ଧୁଙ୍କୁ କୁକୁଡା କଟା କଟୁରୀ ସାହାଯ୍ୟରେ ବେକରେ ବାରମ୍ବାର ପ୍ରହାର କରି ଜୀବନ ନେବାକୁ ପଛାଇ ନଥିଲେ ବନ୍ଧୁ । ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଣଦା କଲୋନୀ ସାହିରେ।

ସୂଚନାନୁଯାୟୀ ମଣଦା ଗ୍ରାମର ଟୀକା ନାଏକ, ପାଣ୍ଡୁ ନାଏକ ଓ ବିକାଶ ସେଠୀ ତିନିଜଣ ବନ୍ଧୁ ଥିଲେ I ତେବେ ପାଣ୍ଡୁ ନାଏକର ବାପାଙ୍କ ଦୁଇ ବର୍ଷ ତଳେ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଦେହ ଅସୁସ୍ଥ ହେବା କାରଣ ଡାହାଣୀ ବୋଲି କହିଲେ । ଆଉ ଏସବୁ ଟୀକା ନାଏକଙ୍କ ଯୋଗୁଁ ହୋଇଥିବା ତାଙ୍କ ବାପା ମୃତ୍ୟୁ ସମୟରେ କହିଥିଲେ I ବାପାଙ୍କୁ ଡାହାଣୀ ଖାଇଥିବା ସନ୍ଦେହ କରି ପାଣ୍ଡୁ ନାଏକ ପୂର୍ବରୁ ଦୁଇ ଥର ଟୀକା ନାଏକଙ୍କୁ ହତ୍ୟା କରିବା ନେଇ ଷଡଯନ୍ତ୍ର କରି ବିଫଳ ହୋଇଥିଲେ I ଗତ ଶନିବାର ରାତି 10 ଟା ବେଳେ ପାଣ୍ଡୁ ନାଏକ ଓ ତାଙ୍କ ସାଙ୍ଗ ବିକାଶ ସେଠୀଙ୍କ ଟୀକା ନାଏକଙ୍କ ସହ ଦେଖା ହୋଇଥିଲା I

ଟୀକା ନାଏକଙ୍କୁ ମଦ ପିଆଇ ଘରେ ଛାଡିଦେବା କହି ଉଭୟ ତାଙ୍କୁ ନିଜ ଘର ନିକଟରେ କୁକୁଡା କଟା କଟୁରୀରେ ପ୍ରହାର କରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ I ତେବେ ରବିବାର ସକାଳୁ ପୋଲିସ ମଣଦା କଲୋନୀ ସାହିରେ ଟୀକା ନାଏକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରିଥିଲେ । ପରେ ବିଶୋଇ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ଛାନଭିନ ଚଳାଇବା ପରେ ଘଟଣାର ପର୍ଦାଫାଶ ହୋଇଥିଲା I ବିଶୋଇ ପୋଲିସ ହତ୍ୟାକାରୀ ଦୁଇ ବନ୍ଧୁ ପାଣ୍ଡୁ ନାଏକ ଓ ବିକାଶ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ବନ୍ଧୁ ସାଜିଲା ବଇରୀ , ଡାହାଣୀ ସନ୍ଦେହରେ ଅତି ନିର୍ମମ ଭାବେ ହତ୍ୟା, ରବିବାର ଟୀକା ନାଏକ ଓରଫ୍ ଭସ୍ଲ ନାଏକ ଙ୍କ ମୃତ୍ୟ ଦେହ ଉଦ୍ଧାର ଘଟଣା
ମୟୂରଭଞ୍ଜ ଜିଲ୍ଲାରେ ଥମୁନି ଡାହାଣୀ ସନ୍ଦେହରେ ନିର୍ଯାତନା ଓ ହତ୍ୟା ପରି ଘଟଣା। ବିଶୋଇ ଥାନା ଅଞ୍ଚଳରେ 09 ଡିସେମ୍ବର 2019 ସୋମବାର ଦିନ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଗୁଳିମାଡ କରିଥିବା ଘଟଣାର ମାସେ ନ ପୁରୁଣୁ ପୁଣି ଏକ କଟୁରୀ ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଅନ୍ଧବିଶ୍ଵାସ ଯୋଗୁ ବନ୍ଧୁ ସାଜିଲା ବନ୍ଧୁର ବଇରୀ। ଅନ୍ଧବିଶ୍ଵାସରେ ବଶବର୍ତ୍ତୀ ହୋଇ ନିଜ ବନ୍ଧୁଙ୍କୁ କୁକୁଡା କଟା କଟୁରୀ ରେ ବେକରେ ବାରମ୍ବାର ପ୍ରହାର କରି ଜୀବନ ନେବାକୁ ପଛାଇ ନଥିଲେ ବନ୍ଧୁ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ମଣଦା କଲୋନୀ ସାହିରେ। ସୂଚନାନୁଯାୟୀ ମଣଦା ଗ୍ରାମର ଟୀକା ନାଏକ, ପାଣ୍ଡୁ ନାଏକ ଓ ବିକାଶ ସେଠୀ ତିନିଜଣ ବନ୍ଧୁ ଥିଲେ I ତେବେ ପାଣ୍ଡୁ ନାଏକର ବାପାଙ୍କ ଦୁଇ ବର୍ଷ ତଳେ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଦେହ ଅସୁସ୍ଥ ହେବା ଡାହାଣୀ ଟୀକା ନାଏକଙ୍କ ଯୋଗୁଁ ହୋଇଥିବା ତାଙ୍କ ବାପା ମୃତ୍ୟୁ ସମୟରେ କହିଥିଲେ I ତେବେ ବାପାଙ୍କ ମୃତ୍ୟୁ ପରେ ବାପାଙ୍କୁ ଡାହାଣୀ ଖାଇଥିବା ସନ୍ଦେହ କରି ପାଣ୍ଡୁ ନାଏକ ପୂର୍ବରୁ ଦୁଇ ଥର ଟୀକା ନାଏକଙ୍କୁ ହତ୍ୟା କରିବା ନେଇ ଷଡଯନ୍ତ୍ର କରି ବିଫଳ ହୋଇଥିଲେ I ତେବେ ଗତ ଶନିବାର ରାତି 10 ଟା ବେଳେ ପାଣ୍ଡୁ ନାଏକ ଓ ତାଙ୍କ ସାଙ୍ଗ ବିକାଶ ସେଠୀ କୁକୁଡା କଟା ବ୍ୟବସାୟ ସାରି ନିଆଁ ପୁଊ ଥିବା ବେଳେ ସାଙ୍ଗ ଟୀକା ନାଏକଙ୍କ ସହ ଦେଖା ହୋଇଥିଲା I ଟୀକା ନାଏକଙ୍କୁ ମଦ ପିଆଇ ଘରେ ଛାଡିଦେବା କହି ନେଇ ତାଙ୍କୁ ନିଜ ଘର ନିକଟରେ କୁକୁଡା କଟା କଟୁରୀ ରେ ବେକରେ ପ୍ରହାର କରି ଅତି ନିର୍ମମ ଭାବେ ହତ୍ୟା କରିଥିଲେ I ତେବେ ରବିବାର ସକାଳୁ ପୋଲିସ ମଣଦା କଲୋନୀ ସାହିରେ ଟୀକା ନାଏକଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର ପରେ ବିଶୋଇ ଥାନା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ଛାନଭିନ ଚଳାଇବା ପରେ ଘଟଣାର ପର୍ଦାଫାଶ ହୋଇଥିଲା I ବିଶୋଇ ପୋଲିସ ହତ୍ୟାକାରୀ ଦୁଇ ବନ୍ଧୁ ପାଣ୍ଡୁ ନାଏକ ଓ ବିକାଶ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I ତେବେ ଉଭୟ ସାଙ୍ଗ ଙ୍କ ମଝିରେ ମଝିରେ ଦେହ ଖରାପ ହେଉଥିବା ବେଳେ ମଧ୍ୟ ଟୀକା ନାଏକ ଗୁଣିଗାରେଡି କରୁଥିବା ସନ୍ଦେହ କରି ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି IBody:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.