ETV Bharat / state

ଦକ୍ଷିଣପୂର୍ବ ରେଳବାଇ ଡିଆରଏମଙ୍କ ବାଦାମପାହାଡ ଗସ୍ତ - railway latest news

ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ମଣ୍ଡଳ ଡିଆରଏମ ଛତ୍ରପାଲ ସିଂ ଅଧିକାରୀବର୍ଗଙ୍କ ଏକ ଦଳସହ ବାଦାମପାହାଡ ରେଳପଥ ନିରୀକ୍ଷଣରେ ଆସିଥିଲେ । ରେଳଷ୍ଟେସନରେ ସ୍ଥାନୀୟ ଲୋକେ ବିଭିନ୍ନ ଦାବି ଜଣାଇବା ସହ ଡିଆରଏମଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିସହ ରାଇରଙ୍ଗପୁର ରେଳଷ୍ଟେସନରେ ବିଜେଡି ପକ୍ଷରୁ ଡିଆରଏମଙ୍କୁ ମଧ୍ୟ ଏକ ଦାବିପତ୍ର  ପ୍ରଦାନ କରାଯାଇଥିଲା।

ରେଳବାଇ
author img

By

Published : Oct 20, 2019, 10:52 PM IST

ରାଇରଙ୍ଗପୁର: ଦକ୍ଷିଣ ପୂର୍ବ ରେଳବାଇ ଡିଆରଏମଙ୍କ ବାଦାମପାହାଡ ଗସ୍ତ। ଆଜି ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ମଣ୍ଡଳ ଡିଆରଏମ ଛତ୍ରପାଲ ସିଂ ଅଧିକାରୀବର୍ଗଙ୍କ ଏକ ଦଳସହ ସ୍ବତନ୍ତ୍ର ନିରୀକ୍ଷଣ ଟ୍ରେନ ଯୋଗେ ଟାଟାନଗର-ବାଦାମପାହାଡ ରେଳପଥ ନିରୀକ୍ଷଣରେ ପହଞ୍ଚିଥିଲେ। ଝରାଡିହି ରେଳ ଷ୍ଟେସନରେ ୧୧ଟା୪୫ ବେଳକୁ ପହଞ୍ଚିଥିଲେ। ଝରାଡିହି ରେଳଷ୍ଟେସନରେ ଏକତ୍ରିତ ହୋଇଥିବା ସ୍ଥାନୀୟ ଲୋକେ ବିଭିନ୍ନ ଦାବି ଜଣାଇବା ସହ ଡିଆରଏମଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ଡିଆରଏମଙ୍କ ବାଦାମପାହାଡ ଗସ୍ତ

ପ୍ରମୁଖ ଦାବି ଗୁଡିକ ମଧ୍ୟରେ ପ୍ଲାଟଫର୍ମର ଉଚ୍ଚତା କମ୍ ଥିବାରୁ ମହିଳା,ବୟୋଜ୍ୟଷ୍ଠ ବ୍ୟକ୍ତି, ଦିବ୍ୟାଙ୍ଗ ଓ ଛୋଟ ପିଲାମାନଙ୍କ ଟ୍ରେନରେ ଚଢିବା ଓଲ୍ଲାଇବା ବେଳେ ଅସୁବିଧାର ସମ୍ମୁଖିନ ହେଉଥିବାରୁ ପ୍ଲାଟଫର୍ମକୁ ଉଚ୍ଚ କରାଯିବ । ରେଳଷ୍ଟେସନକୁ ଯାଇଥିବା ରାସ୍ତା ମରାମତି ଅଭାବରୁ ଜରାଜୀର୍ଣ୍ଣ ହୋଇ ରହିଛି । ଫଳରେ ଯାତ୍ରୀମାନେ ନାହିଁନଥିବା ଅସୁବିଧା ଭୋଗ କରୁଥିବାରୁ ରାସ୍ତାର ମରାମତି କରାଯିବା। ଷ୍ଟେସନରେ ଥିବା ଶୌଚାଳୟ ଗୁଡିକ ଖରାପ ଅବସ୍ଥାରେ ରହିଛି । ସେଗୁଡିକ ବ୍ୟବହାର ଯୋଗ୍ୟ କରାଯିବ । ସଫେଇ କର୍ମଚାରୀଙ୍କ ନିୟୋଜିତ କରାଯିବା ଆଦି ଦାବି ଆଣିଛନ୍ତି ସ୍ଥାନୀୟ ଲୋକ ଆଣିଛନ୍ତି।

ଟ୍ରେନ୍ ନଂ '୭୮୦୩୦'କୁ ଟ୍ରେନ୍ ନଂ '୧୨୮୭୧' ସହ ଲିଙ୍କ କରାଗଲେ ବାଦାମପାହାଡ ରୁଟର ଯାତ୍ରୀମାନେ ରାଉରକେଲା ଯାତ୍ରା କରିବାକୁ ସୁବିଧା ପାଇପାରିବେ ତେଣୁ ଉକ୍ତ ଟ୍ରେନର ସମୟ ପରିବର୍ତ୍ତନ କରାଯାଇ ଲିଙ୍କ କରାଯିବା ପରି ପ୍ରମୁଖ ଦାବି ଗୁଡିକ ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା ।

ପ୍ରଭାକର ଦାସ ଏବଂ ଆନନ୍ଦ ସିଂଙ୍କ ନେତୃତ୍ବରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିବା । ଏଥିସହ ରାଇରଙ୍ଗପୁର ରେଳଷ୍ଟେସନରେ ମଧ୍ୟ ବିଜେଡି ତରଫରୁ ଡିଆରଏମଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।

ତେବେ ସୂଚନା ଅନୁଯାୟୀ ଟାଟା-ବାଦାମପାହାଡ ରେଳ ରୁଟ୍‌କୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ, ଟାଟା -ବାଦାମପାହାଡ ରେଳଲାଇନ ବିଦ୍ୟୁତିକରଣ ଏବଂ ଡବଲ ଲାଇନ କରାଯିବା ପ୍ରକ୍ରିୟା ନେଇ ଡିଆରଏମ ପରିଦର୍ଶନ କରିଥିଲେ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର: ଦକ୍ଷିଣ ପୂର୍ବ ରେଳବାଇ ଡିଆରଏମଙ୍କ ବାଦାମ ପାହାଡ ଗସ୍ତ।
ଆଜି ଦକ୍ଷିଣ ପୂର୍ବ ରେଳପଥ ଚକ୍ରଧରପୁର ମଣ୍ଡଳ ଡିଆରଏମ ଛତ୍ରପାଲ ସିଂ ଅଧିକାରୀବର୍ଗଙ୍କ ଏକ ଦଳସହ ସ୍ବତନ୍ତ୍ର ନିରୀକ୍ଷଣ ଟ୍ରେନ ଯୋଗେ ଟାଟାନଗର-ବାଦାମପାହାଡ ରେଳପଥ ନିରୀକ୍ଷଣରେ ପହଞ୍ଚି ଥିଲେ।ଝରାଡିହି ରେଳ ଷ୍ଟେଷନରେ ୧୧.୪୫ ବେଳକୁ ପହଞ୍ଚିଥିଲେ। ଝରାଡିହି ରେଳ ଷ୍ଟେସନରେ ଏକତ୍ରିତ ହୋଇଥିବା ସ୍ଥାନୀୟ ଲୋକେ ବିଭିନ୍ନ ଦାବି ଜଣାଇବା ସହ ଡିଆରଏମଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ପ୍ରମୁଖ ଦାବି ଗୁଡିକ ମଧ୍ୟରେ ପ୍ଲାଟଫର୍ମର ଉଚ୍ଚତା କମ୍ ଥିବାରୁ ମହିଳା,ବୟଜ୍ୟଷ୍ଠ ବ୍ୟକ୍ତି, ଦିବ୍ୟାଙ୍ଗ ଓ ଛୋଟ ପିଲା ମାନଙ୍କ ଟ୍ରେନରେ ଚଢିବା ଓଲ୍ଲାଇବା ବେଳେ ଅସୁବିଧାର ସମ୍ମୁଖିନ ହେଉଥିବାରୁ ପ୍ଲାଟଫର୍ମର ଉଚ୍ଚ କରାଯିବା। ରେଳ ଷ୍ଟେସନ କୁ ଯାଇଥିବା ରାସ୍ତା ମରାମତି ଅଭାବରୁ ଜରାଜିର୍ଣ୍ଣ ହୋଇ ରହିଥିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧା ଭୋଗ କରୁଥିବାରୁ ରାସ୍ତାର ମରାମତି କରାଯିବା।ଷ୍ଟେସନରେ ଥିବା ଶୌଚାଳୟ ଗୁଡିକ ଖରାପ ଅବସ୍ଥାରେ ଥିବାରୁ ସେଗୁଡିକ ବ୍ୟବହାର ଯୋଗ୍ୟ କରାଯିବା।ସଫେଇ କର୍ମଚାରୀ ନଥିବାରୁ ଷ୍ଟେସନ ପରିସର ଅଳିଆ ଆବର୍ଜନା ପୂର୍ଣ୍ଣ ହୋଇ ରହିଥାଏ ତେଣୁ ସଫେଇ କର୍ମଚାରୀ ନିଯୁକ୍ତ କରାଯିବା। ଟ୍ରେନ୍ ନଂ ୭୮୦୩୦' କୁ ଟ୍ରେନ୍ ନଂ ୧୨୮୭୧ ସହ ଲିଙ୍କ କରାଗଲେ ବାଦାମପାହାଡ ରୁଟର ଯାତ୍ରୀମାନେ ରାଉରକେଲା ଯାତ୍ରା କରିବାକୁ ସୁବିଧା ପାଇପାରିବେ ତେଣୁ ଉକ୍ତ ଟ୍ରେନର ସମୟ ପରିବର୍ତ୍ତନ କରାଯାଇ ଲିଙ୍କ କରାଯିବା ପରି ପ୍ରମୁଖ ଦାବି ଗୁଡିକ ଦାବିପତ୍ରରେ ଉଲ୍ଲେଖ କରାଯାଇଥିଲା।ପ୍ରଭାକର ଦାସ ଏବଂ ଆନନ୍ଦ ସିଂ'ଙ୍କ ନେତୃତ୍ବରେ ଏହି ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ରାଇରଙ୍ଗପୁର ରେଳ ଷ୍ଟେସନ ରେ ମଧ୍ୟ ବିଜେଡ଼ି ତରଫରୁ ଡିଆରଏମ ଙ୍କୁ ଏକ ମେମରେଣ୍ଡ୍ରମ ପ୍ରଦାନ କରାଯାଇଥିଲା। ସେଠାରୁ ତାଙ୍କ ଟିମ୍ ବାଦାମପାହାଡ ରେଳ ଷ୍ଟେସନ ଯାଇ ପରିଦର୍ଶନ କରିଥିଲେ। ତେବେ ସୂଚନା ଅନୁଯାୟୀ ଟାଟା-ବାଦାମପାହାଡ ରେଳ ରୁଟକୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ, ଟାଟା ବାଦାମପାହାଡ ରେଳ ଲାଇନ ବିଦ୍ୟୁତିକରଣ ଏବଂ ଡବଲ ଲାଇନ କରାଯିବା ପ୍ରକ୍ରିୟା ନେଇ ଡିଆରଏମ ଙ୍କ ପରିଦର୍ଶନ ବୋଲି ଜଣାପଡିଛି। ତଥା ନିକଟରେ ଝାରଖଣ୍ଡ ସୀମାନ୍ତ ଚାକଡି ଠାରେ ନୂତନ ରେଳ ଷ୍ଟେସନ ଉଦଘାଟନ ଉତ୍ସବରେ ଡିଆରଏମ'ଙ୍କ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ମଧ୍ୟ ଜଣାପଡିଛି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.