ETV Bharat / state

ମହିଳା ସୁପରଭାଇଜରଙ୍କୁ ଦୁର୍ବ୍ୟବହାର ଘଟଣା: ପ୍ରତିବାଦରେ ଶତାଧିକ ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ବାରିପଦା ପୌର ପରିଷଦର ସଫେଇ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରି ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ସଫେଇ କର୍ମଚାରୀଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ...

Protests against the abuse of female supervisors: Hundreds of cleaning workers protest
ମହିଳା ସୁପରଭାଇଜରଙ୍କୁ ଦୁର୍ବ୍ୟବହାର ଘଟଣା: ପ୍ରତିବାଦରେ ଶତାଧିକ ସଫେଇ କର୍ମଚାରୀଙ୍କ ବିକ୍ଷୋଭ
author img

By

Published : Mar 19, 2020, 4:55 PM IST

ବାରିପଦା: ଅଳିଆ ପକାଇବାକୁ ନେଇ ମହିଳା ସୁପରଭାଇଜରଙ୍କୁ ଦୁର୍ବ୍ୟବହାର ଘଟଣା । ଏହାକୁ ପ୍ରତିବାଦ କରି ଶତାଧିକ ସଫେଇ କର୍ମଚାରୀ ପୌରପରିଷଦ କାର୍ଯ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ମହିଳା ସୁପରଭାଇଜରଙ୍କୁ ଦୁର୍ବ୍ୟବହାର ଘଟଣା: ପ୍ରତିବାଦରେ ଶତାଧିକ ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ସୂଚନାନୁସାରେ, ଗୁରୁବାର ବାରିପଦା ପୌରପରିଷଦ ଅନ୍ତର୍ଗତ 1 ନମ୍ବର ୱାର୍ଡରେ ସଫେଇ କର୍ମଚାରୀମାନେ ସଫେଇ କରୁଥିଲେ । ସଫେଇ ପରେ ଅଳିଆ ପକାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ଏହାକୁ ବିରୋଧ କରିବା ସହ ଦାୟିତ୍ବରେ ଥିବା ଜଣେ ମହିଳା ସୁପରଭାଇଜରଙ୍କୁ ଟଣା ଓଟରା କରିଥିଲେ । ଏଥିସହ ତାଙ୍କ ମୋବାଇଲ ଛଡାଇ ନେଇଥିବା ଅଭିଯୋଗ ହୋଇଛି । ସଫେଇ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହିତ ସଫେଇ କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ଦାବି କରିଛନ୍ତି । ତୁରନ୍ତ ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟକାଳ ପାଇଁ ସହରରେ ସଫେଇ ବନ୍ଦ ରହିବ ବୋଲି ସଫେଇ କର୍ମଚାରୀ ଚେତାବନୀ ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.