ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ବିଭିନ୍ନ ଦାବି ନେଇ ଏହି ଧାରଣା ଦେଇଛି ମୟୂରଭଞ୍ଜ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ। ବିଶେଷ କରି ରାଜ୍ୟରେ ଅପ୍ର୍ୟତ୍ୟାଶିତ ଭାବେ ବୃଦ୍ଧି ପାଉଥିବା ବିଦ୍ୟୁତ ଶୁଳ୍କ, କେନ୍ଦ୍ର ସରକାରଙ୍କ ଦ୍ବାରା ସରକାରୀ ସଂସ୍ଥାଗୁଡ଼ିକୁ ଘରୋଇକରଣ ଉଦ୍ୟମ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମିକ, କର୍ମଚାରୀ ଓ କୃଷକ ବିରୋଧି ନିତିକୁ ଏହି ଧାରଣାରେ ପ୍ରତିବାଦ କରାଯାଇଛି।
ସାରା ରାଜ୍ୟରେ ଏହି ଧାରଣା ଆଜିଠାରୁ(ମଙ୍ଗଳବାର) ଆରମ୍ଭ ହୋଇଥିବା ନେଇ ସୂଚନା ଦେଇଛି ମୟୂରଭଞ୍ଜ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ। ନଭେମ୍ବର ୪ ଓ ୫ ତାରିଖରେ ମଧ୍ୟ ସାରା ରାଜ୍ୟରେ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସୂଚନା ଦେଇଛି ମୟୂରଭଞ୍ଜ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ।
ଆଜି(ମଙ୍ଗଳବାର) ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଧାରଣାରେ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲା। ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟପାଳ ଗଣେଷୀଲାଲଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ରାଷ୍ଟ୍ରୀୟ ମଜଦୁର କଂଗ୍ରେସ। ଦାବି ପୂରଣ ନହେଲେ ସାରା ରାଜ୍ୟରେ ତୀବ୍ର ଆନ୍ଦୋଳନ କରିବାକୁ ଧମକ ଦିଆଯାଇଛି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ