ETV Bharat / state

ରାଇରଙ୍ଗପୁରରେ ଗଳାପୋଲ ନିର୍ମାଣକୁ ନେଇ ତହସିଲ ଅଫିସ ଘେରାଉ - rairangpur protest

ରାଇରଙ୍ଗପୁର ଜାତୀୟ ରାଜପଥରେ ଗଳାପୋଲ ନିର୍ମାଣକୁ ନେଇ ଗଣଧାରଣା । ପ୍ରତିଶ୍ରୁତି ପରେ ହଟିଛି ଆନ୍ଦୋଳନ । ଅଧିକ ପଢନ୍ତୁ...

ରାଇରଙ୍ଗପୁରରେ ଗଳାପୋଲ ନିର୍ମାଣକୁ ନେଇ ତହସିଲ ଅଫିସ ଘେରାଉ

author img

By

Published : Dec 16, 2020, 6:28 PM IST

ରାଇରଙ୍ଗପୁର: ଜାତୀୟ ରାଜପଥରେ ଗଳାପୋଲ ନିର୍ମାଣକୁ ନେଇ ତହସିଲ ଅଫିସ ସମ୍ମୁଖରେ ଧାରଣା ପ୍ରଦର୍ଶନ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ସମ୍ମୁଖ ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥ ଏବେ ମରଣଯନ୍ତା ପାଲଟିଥିବା ଯୋଗୁଁ ଉକ୍ତ ସ୍ଥାନରେ ଏକ ଗଳାପୋଲ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ଦୀର୍ଘଦିନରୁ ଦାବି କରି ଆସୁଛନ୍ତି ।

ରାଇରଙ୍ଗପୁରରେ ଗଳାପୋଲ ନିର୍ମାଣକୁ ନେଇ ତହସିଲ ଅଫିସ ଘେରାଉ

ତେବେ ପୂର୍ବରୁ ବିଭାଗୀୟ କର୍ତ୍ତୃପକ୍ଷ ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ସୁଫଳ ମିଳିନାହିଁ । ଫଳରେ ବାଧ୍ୟହୋଇ ବିଶୋଇ ୟୁଥ୍ ମାସ୍ ଓ ଗ୍ରାମବାସୀ ମିଳିତ ହୋଇ ଯଥାଶୀଘ୍ର ଏକ ଗଳାପୋଲ ନିର୍ମାଣ କରିବା ପାଇଁ ତହସିଲ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ବିଶୋଇ ତହସିଲଦାରଙ୍କୁ ଭେଟି ଯଥାଶୀଘ୍ର ଗଳାପୋଲ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦାବି ମଧ୍ୟ କରିଥିଲେ ଆନ୍ଦୋଳନକାରୀ ।

ଏଥିସହ ପ୍ରତିଶ୍ରୁତି ନ ମିଳିଲେ ଧାରଣାସ୍ଥଳରୁ ଉଠିବେ ନାହିଁ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ପରେ ବିଶୋଇ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ପୂର୍ବରୁ ଗଳାପୋଲ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ସ୍ଥାନରେ ଜମି ଚିହ୍ନଟ କରି ପୋଲ ନିର୍ମାଣକାରୀ ସଂସ୍ଥାକୁ ହସ୍ତାନ୍ତର କରିବେ ବୋଲି ପ୍ରତିଶୃତି ଦେବାପରେ ଆନ୍ଦୋଳନ ହଟିଛି । ଅନ୍ୟପଟେ ଗଣଧାରଣାକୁ ଦୃଷ୍ଟିରେ ରଖି ବିଶୋଇ ଥାନା ପୋଲିସ ମୁତୟନ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.