ETV Bharat / state

ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି, ସ୍ବାଗତ ଅପେକ୍ଷାରେ ରାଇରଙ୍ଗପୁର

author img

By

Published : May 3, 2023, 4:25 PM IST

ରାତି ପାହିଲେ ଜନ୍ମମାଟି ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପଦ ଅଳଙ୍କୃତ ପରେ ପ୍ରଥମ ଥର ପାଇଁ ଜନ୍ମମାଟିକୁ ଆସୁଛନ୍ତି ମାଡାମ ପ୍ରେସିଡେଣ୍ଟ । ଏ ନେଇ ସଜେଇ ହୋଇଛି ଜନ୍ମମାଟି ରାଇରଙ୍ଗପୁର । ଅଧିକ ପଢନ୍ତୁ

president visit to rairangpur
ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ

ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି

ରାଇରଙ୍ଗପୁର: ଯେଉଁଠି ଜନ୍ମ ହୋଇଥିଲେ, ଯେଉଁଠି ବଢିଥିଲେ ପଢିଥିଲେ, ସେହି ମାଟିରେ ପାଦ ରଖିବେ ମାଡାମ ପ୍ରେସିଡେଣ୍ଟ୍‌ । ଆସନ୍ତାକାଲି (ଗୁରୁବାର) ଜନ୍ମମାଟି ରାଇରଙ୍ଗପୁର ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ପଦ ଅଳଙ୍କୃତ କରିବା ପରେ ଏହା ରାଷ୍ଟ୍ରପତିଙ୍କ ପ୍ରଥମ ରାଇରଙ୍ଗପୁର ଗସ୍ତ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାଗତ ପାଇଁ ସଜେଇ ହୋଇଛି ରାଇରଙ୍ଗପୁର ସହର । ପ୍ରସ୍ତୁତି ଜୋରଦାର ହୋଇଛି । ଜନସାଧାରଣଙ୍କ ମନରେ ଉତ୍ସାହ ଭରି ରହିଛି । ପ୍ରଶାସନ ଓ ଜନସାଧାରଣ ପକ୍ଷରୁ ଶେଷ ପର୍ଯ୍ୟାୟରେ ପହିଞ୍ଚିଛି ପ୍ରସ୍ତୁତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଏହା ତୃତୀୟ ଓଡ଼ିଶା ଗସ୍ତ ହୋଇଥିବା ବେଳେ ପ୍ରଥମ ଥର ଜନ୍ମମାଟିକୁ ଆସୁଛନ୍ତି । ଏନେଇ ଜନ୍ମମାଟି ରାଇରଙ୍ଗପୁରରେ ଚାଲିଛ ଜୋରଦାର ପ୍ରସ୍ତୁତି । ସମୟ ଯେତେ ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ଉତ୍ସାହ ସେତିକି ବଢ଼ିବାରେ ଲାଗିଛି । ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି । ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରରେ ପହଞ୍ଚିବେ । ସେଥିପାଇଁ ରାଇରଙ୍ଗପୁର ମ୍ୟୁନିସିପାଲଟି ପ୍ରସ୍ତୁତିରେ ଲାଗି ପଡ଼ିଛି । ରାଇରଙ୍ଗପୁର ମହୁଲଡିହା ସ୍ଥିତ ପୂର୍ତ୍ତ ବିଭାଗର ଡାକବଙ୍ଗଳାରେ ପହଞ୍ଚି ମଧ୍ୟାହ୍ନ ଭୋଜନ କରିବେ ଓ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ସେଥିପାଇଁ ପୂର୍ତ୍ତ ବିଭାଗର ଡାକବଙ୍ଗଳା ସୁରକ୍ଷା ଦୃଷ୍ଟକୋଣରୁ ପୋଲିସ୍ ଛାଉଣୀରେ ରଖାଯାଇଛି । ବିଦ୍ୟୁତ୍ କାଟ ଯେପରି ନହେବ ସେଥିପାଇଁ ଟ୍ରାନ୍ସଫର୍ମର ଲଗାଯାଉଛି । ଡାକବଙ୍ଗଳାର କାନ୍ଥ ଗୁଡ଼ିକରେ ବିଭିନ୍ନ ଚିତ୍ର ଅଙ୍କନ କରି ସଜା ଯାଉଛି । ଏହାପରେ ସେଠାରୁ ବାହାରି ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ, ପରେ ସହରର ବଡବନ୍ଧରେ ୧୦୦ ଫୁଟ୍ ଉଚ୍ଚତାର ଖମ୍ବରେ ଜାତୀୟ ପତାକା ଉତ୍ତୋଳନ କରିବେ ।

ପରିଶେଷରେ ରାଇରଙ୍ଗପୁର ଷ୍ଟାଡିୟମରେ ନାଗରିକ ସମ୍ବର୍ଦ୍ଧନା ସଭାରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁରର ସବୁ ସ୍ଥାନରେ ରାଷ୍ଟ୍ରପତିଙ୍କ ବଡ ବଡ ପୋଷ୍ଟର ଓ ହୋଡ଼ିଂ ଲଗାଯାଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ନେଇ ରାଇରଙ୍ଗପୁର ରାସ୍ତାରେ ବ୍ୟାରିକେଡ କରଯାଇଛି। ରାଇରଙ୍ଗପୁର ମ୍ୟୁନିସିପାଲଟିରେ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯେଭଳି ତ୍ରୁଟି ନହୁଏ ସେଥିପ୍ରତି ପ୍ରାଶାସନିକ ଅଧିକାରୀ ମାନେ ମଧ୍ୟ ତଦାରଖ କରୁଛନ୍ତି । ରାଷ୍ଟ୍ରପତି ହେବା ପରେ ନିଜ ଜନ୍ମମାଟି ଓ କର୍ମ ଭୂମି ରାଇରଙ୍ଗପୁରକୁ ପ୍ରଥମ ଥର ପାଇଁ ଆସୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବାବେଳେ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ସଫଳ ହେବ ବୋଲି ଆଶା ବାନ୍ଧିଛନ୍ତି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ ରାଇରଙ୍ଗପୁର ପ୍ରଜାପିତା ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ଏକ ନିଆରା ପ୍ରାୟାସ କରିଛି । ତାହା ହେଉଛି ନିଶା ମୁକ୍ତି ଓଡ଼ିଶା । କୁସୁମି ବ୍ଲକ୍ ଅନ୍ତର୍ଗତ ସାତପଉଟିଆ ବ୍ରହ୍ମାକୁମାରୀ କେନ୍ଦ୍ର ଦ୍ୱାରା ଆୟୋଜିତ ଏହି 'ନିଶାମୁକ୍ତ ଓଡ଼ିଶା' କାର୍ଯ୍ୟକ୍ରମକୁ ଉଦ‌ଘାଟନ କରିବେ ରାଷ୍ଟ୍ରପତି । ଏହାର ମୁଖ୍ୟ ଉଦେଶ୍ୟ ଓଡ଼ିଶାକୁ ନିଶା ମୁକ୍ତ କରାଇବା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଠାକାର ବିଦ୍ୟାର୍ଥୀ ଥିଲେ । ସେହି ସମୟରେ ଏ ଦିଗରେ କାମ କରିବାକୁ ସଂକଳ୍ପ ନେଇଥିଲେ । ଏହାପରେ ସାତପଉଟିଆ ଠାରେ ଏକ ବିଶାଳ ଶୋଭାକୁ ସମ୍ବର୍ଦ୍ଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତି ଗସ୍ତ ପାଇଁ ଜିଲ୍ଲାରେ 4ଟି ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବାୟୁସେନା ପକ୍ଷରୁ ଘନଘନ ମକଡ୍ରିଲ କରାଯାଇଥିଲା । ସେପଟେ ଯେପରି କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନହୁଏ ସେନେଇ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଏହା ବି ପଢନ୍ତୁ...President Odisha Visit: ଆସୁଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ, ଚାଲିଛି ଜୋରଦାର ପ୍ରସ୍ତୁତି

ରାଷ୍ଟ୍ରପତିଙ୍କ ଗସ୍ତ ସୂଚୀ: 4 ତାରିଖ 10ଟା 15ରେ ବାଦାମପାହାଡ ପହଞ୍ଚିବେ । 12ଟା 45ରେ ବ୍ରହ୍ମକୁମାର ସେଣ୍ଟର ଗସ୍ତ କରିବେ । ସେଠାରେ ନିଶାମୁକ୍ତ କ୍ୟାମ୍ପେନ୍‌ର ଶୁଭାରମ୍ଭ କରିବେ । ପରେ 4ଟା 25ରେ ମହୁଲଡିହାରେ ପତାକା ଉତ୍ତୋଳନ କରିବେ । ସନ୍ଧ୍ୟା 5ଟା 20ରେ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେବେ । ମହୁଲଡିହାରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । 5 ତାରିଖରେ ରାଷ୍ଟ୍ରପତିଙ୍କ ଅନ୍ୟାନ କାର୍ଯ୍ୟକ୍ରମ ରିହିଛି ।

ଦୀର୍ଘ ୧୧ ମାସ ଅପେକ୍ଷା ପରେ ଅତି ଉତ୍ସାହ ଓ ଉତ୍କଣ୍ଠା ସହିତ ମାଟିର ଝିଅ ମହାମହିମ ରାଷ୍ଟ୍ରପତିଙ୍କ ଗୋଟିଏ ଝଲକ ପାଇଁ ଚାହିଁ ରହିଛନ୍ତି ଅଞ୍ଚଳ ବାସୀ । ରାତି ପାହିଲେ ଅଞ୍ଚଳବାସୀଙ୍କ ଆଶା ପୂରଣ ହେବ । ପ୍ରଥମ ଥର ପାଇଁ ଜନ୍ମମାଟି ଗସ୍ତରେ ରାଷ୍ଟ୍ରପତି ଆସୁଥିବାରୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଏହା ଜିଲ୍ଲାବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.