ETV Bharat / state

୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ - ରାଇରଙ୍ଗପୁରରେ ଖଟିଆରେ ବୁହାହେଲେ ଗର୍ଭବତୀ

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଜଣେ ଗର୍ଭବତୀଙ୍କ ପ୍ରସୂତି ଯନ୍ତ୍ରଣା ହେବାରୁ ସ୍ଥାନୀୟ ଲୋକେ ଖଟିଆରେ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଅଧିକ ପଢନ୍ତୁ...

୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ
୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ
author img

By

Published : May 30, 2021, 2:02 PM IST

ରାଇରଙ୍ଗପୁର: ପୁଣି ୩ କିଲୋମିଟର ଖଟିଆରେ ବୁହାହେଲେ ପ୍ରସୂତି । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଳକ ଦୁଧିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଡ଼ବାରହାକାମୁଡା ଗ୍ରାମରେ ଦେଖିବାକୁ ମିଳିଛି ଏପରି ଘଟଣା । ଉକ୍ତ ଗ୍ରାମର ଜନୈକ ପ୍ରସୂତି ମହିଳାଙ୍କ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ଗ୍ରାମରୁ ନଦୀନାଳ ଘଞ୍ଚଜଙ୍ଗଲ ରାସ୍ତାରେ ତିନି କିଲୋମିଟର ପର୍ଯ୍ୟନ୍ତ ଖଟିଆରେ ବହି ହାତୀବାରି ଗ୍ରାମ ନିକଟରେ ପହଞ୍ଚାଯାଇଥିଲା ।

୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଏହାପରେ ଏକ ଘରୋଇ ଗାଡିରେ ତାଟୋ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ପ୍ରସୂତିଙ୍କୁ ।ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି । ବର୍ତ୍ତମାନ ହାତୀବାରି ଠାରେ ଦେଓନଦୀ ବନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ଥିବାବେଳେ ବର୍ତ୍ତମାନ ଦେଓ ନଦୀବନ୍ଧରେ ଅସ୍ଥାୟୀ ଭାବେ କିଛି ପାଣି ରଖିଥିଲା ପ୍ରଶାସନ । ହେଲେ ବାତ୍ୟା ୟସ୍ ପ୍ରଭାବ ଯୋଗୁଁ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ଦେଓ ନଦୀବନ୍ଧରେ ପାଣି ଭରିଯିବାରୁ ଉପର ମୁଣ୍ଡରେ ଥିବା ଗାଁ ରାସ୍ତା ଜଳମଗ୍ନ ହୋଇଯାଇଛି । ଫଳରେ ଗାଁକୁ ରାସ୍ତା ନ ଥିବାରୁ ପ୍ରସୂତିଙ୍କୁ 3 କିଲୋମିଟର ଖଟିଆରେ ବହି ଗାଡ଼ି ପାଖକୁ ଆଣିବା ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.