ETV Bharat / state

ଆବାସ ଯୋଜନାରେ ଅଯୋଗ୍ୟ ପ୍ରକୃତ ହିତାଧିକାରୀ, ଲାଞ୍ଚ ନଦେବାରୁ ବ୍ଲାକ୍ ଲିଷ୍ଟରେ ନାମ

author img

By

Published : Oct 3, 2020, 3:37 PM IST

Updated : Oct 4, 2020, 10:45 AM IST

ଗରୀବ ଶ୍ରେଣୀର ଲୋକଙ୍କ ପାଇଁ ସରକାର କରୁଛନ୍ତି ଅନେକ ଯୋଜନା । ହେଲେ ସେହି ସବୁ ଯୋଜନା ଯୋଗ୍ୟ ହିତାଧୀକାରୀଙ୍କ ନିକଟରେ ପହଞ୍ଚିପାରୁନାହିଁ । ଯାହା ଫଳରେ ଅତୀ ଦୟନୀୟ ଅବସ୍ଥାରେ ଭଙ୍ଗା ଦଦରା ଘରେ ରହି ଦିନ କାଟୁଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଗରିବ ହିତାଧିକାରୀ

ରାଇରଙ୍ଗପୁର: ରହିବାକୁ ନାହିଁ ଖଣ୍ଡିଏ ପକ୍କା ଘର । ଖରା, ବର୍ଷା ଓ ଶୀତରେ ଭଙ୍ଗା ଘରେ ବିତୁଛି ଜୀବନ । ବର୍ଷା ଦିନରେ ଘରେ ପାଣି ଗଳୁଥିବା ବେଳେ, ଘରର ଅବସ୍ଥା ନ କହିବା ଭଲ । ପ୍ରଶାସନର ଖାମଖିଆଲି ଓ ଦୁର୍ନୀତିଖୋର ମନୋଭାବ ଯୋଗୁଁ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ବଡପଳସା ଗାଁର ହିତାଧୀକାରୀଙ୍କ କଥା । ଯେଉଁଠି ଲାଞ୍ଚ ନ ଦେଲେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖଣ୍ଡିଏ ପକ୍କା ଘର । ବଡପଳସା ଗାଁର ୩୦ ରୁ ଊର୍ଦ୍ଧ୍ବ ଲୋକେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇଛନ୍ତି । ଆସନ୍ତୁ ଦେଖିବା ବହଳଦା ବ୍ଲକ ବଡପଳସା ଗ୍ରାମରୁ ଇଟିଭି ଭାରତର ଏହି ସ୍ବତନ୍ତ୍ର ରିପୋର୍ଟ ।

ଆବାସ ଯୋଜନାରେ ଅଯୋଗ୍ୟ ପ୍ରକୃତ ହିତାଧିକାରୀ, ଲାଞ୍ଚ ନଦେବାରୁ ବ୍ଲାକ୍ ଲିଷ୍ଟରେ ନାମ

ବଡପଳସା ଗାଁର ଶିବ ଶଙ୍କର ମଣ୍ଡଳଙ୍କ ଠାରୁ 2019 ମସିହାରେ ଆବଶ୍ୟକୀୟ କାଗଜ ପତ୍ର ନେଇ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ପାଇଁ 10 ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ପିଇଓ ଓ ଜିଆରଏସ । ମଣ୍ଡଳ ବାର୍ଦ୍ଧକ୍ୟ ଭତ୍ତାରେ ଚଳୁଥିବା ଜଣେ ଅତ୍ୟନ୍ତ ଗରିବ ବ୍ୟକ୍ତି ହୋଇଥିବାରୁ ଲାଞ୍ଚ ଟଙ୍କା ଦେଇ ନ ପାରିବାରୁ ଦୁଇ ମହଲା କୋଠାଘର ଥିବା ଦର୍ଶାଇ ତାଙ୍କୁ କଳା ତାଲିକାଭୁକ୍ତ କରାଯିବା ସହ ଆବାସ ଗୃହକୁ ତାଲିକାରୁ କାଟି ଦେଇଥିବା ନେଇ ଅଭିଯୋଗ କରିଛନ୍ତି ଶିବ ।

ଏନେଇ ସେ ଜିଲ୍ଲାପାଳ, ଭିଜିଲାନ୍ସ ମନିଟରିଂ କମିଟି ନିକଟରେ ଏକ ଅଭିଯୋଗ ପତ୍ର ଦାଖଲ କରିଥିଲେ । ବାସଗୃହ ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ମାନେ ମଧ୍ୟ ବର୍ଷା ଖରାରେ ଭଙ୍ଗା ଘର ଉପରେ ପଲିଥିନ ଦେଇ ରହୁଥିବା ବେଳେ ଲାଞ୍ଚ ଦେଇ ନ ପାରି ଚାହିଁ ବସିଛନ୍ତି ଆବାସ ଗୃହକୁ । ଏହାର ତଦନ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ବାସଗୃହ ଯୋଗାଇଦେବା ସହିତ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ, ସରପଞ୍ଚ, ଜିଆରଏସ ଓ ପିଇଓଙ୍କ ହୀନ ଚକ୍ରାନ୍ତରେ ଅନୈତିକ ଭାବେ ଭୂଲ ରିପୋର୍ଟ ପ୍ରଦାନ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ବାସଗୃହରୁ ବଞ୍ଚିତ କରାଯାଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପ୍ରକୃତ ହିତାଧିକାରୀଙ୍କୁ ଖୁବଶୀଘ୍ର ବାସଗୃହ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Oct 4, 2020, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.