ETV Bharat / state

ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧା ହେଲେ ପୋଲିସକର୍ମୀ

ମୟୂରଭଞ୍ଜ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ପାର୍ଶ୍ଵରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ପୋଲିସ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଲୋକେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇଥିଲେ ।

author img

By

Published : Sep 8, 2019, 7:56 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା: ରକ୍ଷକ ସାଜିଲା ଭକ୍ଷକ । ଜଣେ ପୋଲିସ କର୍ମଚାରୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ସମ୍ନାକୁ ଆସିଛି । ଏଭଳି ଏକ ଲଜ୍ଜାକର ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟ ପାର୍ଶ୍ଵରେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଖବରମୁତାବକ, ଜହରଲାଲ ବେହେରା ନାମକ ଜଣେ ଚତୁର୍ଥ ଶ୍ରେଣୀ ପୋଲିସ କର୍ମଚାରୀ ଇଣ୍ଡୋର ଷ୍ଟାଡିୟମ ଦେଇ ଆସୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଟଣା ଓଟରା କରିଥିଲେ । ଏଥିସହ ଏକ ନିଛାଟିଆ ସ୍ଥାନରେ ଥିବା ପମ୍ପ ହାଉସ ନିକଟକୁ ଟାଣି ନେଇଥିଲେ। ତେବେ ଛାତ୍ରୀ ଜଣକ ଏ ଘଟଣା ସମ୍ପର୍କରେ ଘରଲୋକଙ୍କୁ ଜଣାଇବା ପରେ ତାଙ୍କ ବାପା ଆସି ଅଭିଯୁକ୍ତଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ।

ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଥାନାକୁ ନେଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ପୁଣି ଲଜ୍ୟା, ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ପୋଲିସ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଲୋକେ।ଏଭଳି ଏକ ଲଜ୍ଜା ଜଣକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଏସ ପି ଙ୍କ କାର୍ଯ୍ୟାଳୟ ପାର୍ଶ୍ଵରେ।ଘଟଣା ମୁତାବକ ଜହରଲାଲ  ବେହେରା ନାମକ ଜଣେ ଚତୁର୍ଥ ଶ୍ରେଣୀ ପୋଲିସ କର୍ମଚାରୀ ଇଣ୍ଡୋର ଷ୍ଟାଡିୟମ ଦେଇ ଆସୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୋର ଜବରଦସ୍ତ ଟଣା ଓଟରା କରିବା ସହ ଏକ ନିଛାଟିଆ ଜାଗା ପମ୍ପ ହାଉସ ନିକଟକୁ କୁ ଟାଣି ନେଇଥିଲେ।ତେବେ ଛାତ୍ରୀ ଜଣକ ଏ ବାବଦକୁ ଘରଲୋକଙ୍କୁ ଜଣାଇବା ପରେ ତାଙ୍କ ବାପା ଆସି ଅଭିଯୁକ୍ତଙ୍କୁ ଏକ ବିଦ୍ୟୁତ ଖୂଂଟୀରେ ବାନ୍ଧି ଦେଇ ପୋଲିସ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଂଚି ଅଭିଯୁକ୍ତକୁ ଥାନାକୁ ନେଇ ଯାଇଥିଲେ। ଜଣେ ରକ୍ଷକ ହୋଇ ଭକ୍ଷକ ସାଜିବା ସାଧାରଣରେ ନିନ୍ଦା କରାଯାଉଛି।
ବାଇଟ-ଛାତ୍ରୀ ଙ୍କ ବାପାConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.