ETV Bharat / state

ବିଜୁ ପ୍ରତିମୂର୍ତ୍ତି ତଳେ JMM କର୍ମୀଙ୍କ ପ୍ରତିବାଦ: କର୍ମୀଙ୍କୁ ଉଠାଇ ନେଲା ପୋଲିସ - mayurbhanj JMM worker protest against bjd attack

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ ବେଳେ ଜେଏମ୍ଏମ୍ କର୍ମୀଙ୍କୁ ବିଜେଡିର ମାଡ ଘଟଣାକୁ ନିନ୍ଦା କରି ବାରିପଦା ବିଜୁ ପଟ୍ଟନାୟକ ଛକରେ ପ୍ରତିବାଦ ବେଳେ କର୍ମୀଙ୍କୁ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ...

ବିଜୁ ପ୍ରତିମୂର୍ତ୍ତି ତଳେ JMM କର୍ମୀଙ୍କ ପ୍ରତିବାଦ: କର୍ମୀଙ୍କୁ ଉଠାଇ ନେଲା ପୋଲିସ

author img

By

Published : Oct 25, 2021, 10:03 PM IST

ବାରିପଦା: ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତକୁ JMM କର୍ମୀ ବିରୋଧ କରି କଳାପତାକା ପ୍ରଦର୍ଶନ କରିଥିଲେ। ତେବେ ବିରୋଧ ବେଳେ ବିଜେଡି କର୍ମୀ JMM କର୍ମୀଙ୍କୁ ମାଡ ମଧ୍ୟ ମାରିଥିବା ଅଭିଯୋଗ ହୋଇଛି । ଆଜି(ସୋମବାର) ବିଜେଡିର ଗୁଣ୍ଡାରାଜ ବିରୋଧରେ ଜେଏମ୍ଏମ୍ କର୍ମୀମାନେ ବାରିପଦା ବିଜୁ ପଟ୍ଟନାୟକ ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଉପରେ ଚଢ଼ି ପ୍ରତିବାଦ କରିବା ସହ ପ୍ରତିମୂର୍ତ୍ତି ନିକଟରେ ଲାଗିଥିବା ବିଜେଡି ପତାକାକୁ କାଢି ଜେଏମ୍ଏମ୍ କର୍ମୀ ବିରୋଧ କରିଥିଲେ।

ବିଜୁ ପ୍ରତିମୂର୍ତ୍ତି ତଳେ JMM କର୍ମୀଙ୍କ ପ୍ରତିବାଦ: କର୍ମୀଙ୍କୁ ଉଠାଇ ନେଲା ପୋଲିସ

ଏନେଇ ପୋଲିସ ସହ ଜେଏମ୍ଏମ୍ କର୍ମୀ ସହ ବଚସା ମଧ୍ୟ ହୋଇଥିଲା । ତେବେ ବିରୋଧ ବେଳେ ଚାରିରୁ ପାଞ୍ଚ ଜଣ ଜେଏମ୍ଏମ୍ କର୍ମୀଙ୍କୁ ବାରିପଦା ଟାଉନ ପୋଲିସ ଜବରଦସ୍ତ ଗାଡିରେ ଉଠାଇ ନେଇଥିଲା । ବିଜେଡି ନେତା ଯତୀନ୍ଦ୍ର ମହାନ୍ତି ଘଟଣାକୁ ବିରୋଧ କରିବା ସହ ତୀବ୍ର ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ସୁରକ୍ଷା ଦୃଷ୍ଟିରୁ ବିଜୁ ପଟ୍ଟନାୟକ ଛକରେ ବ୍ୟାପକ ପୋଲିସ ଫର୍ସ ମୂତୟନ କରାଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.