ETV Bharat / state

ହେଲମେଣ୍ଟ ଚେକିଂ ବେଳେ ପୋଲିସର ଦାଦାଗିରି, ଗାଡିରୁ ପଡି ଦମ୍ପତି ଗୁରୁତର - ଲାଠି ମାଡରେ ସ୍ବାମୀ ଓ ସ୍ତ୍ରୀ ଗୁରୁତର

ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା କୁଳିଅଣା ଛକ ନିକଟରେ ପୋଲିସର ହେଲମେଣ୍ଟ ଚେକିଂ ବେଳେ ଲାଠି ମାଡରେ ସ୍ବାମୀ ଓ ସ୍ତ୍ରୀ ବାଇକରୁ ପଡି ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ହେଲମେଣ୍ଟ ଚେକିଂ ବେଳେ ପୋଲିସର ଦାଦାଗିରି, ଗାଡିରୁ ପଡି ଦମ୍ପତି ଗୁରୁତର

author img

By

Published : Feb 24, 2021, 7:50 AM IST

Updated : Feb 24, 2021, 2:23 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଛକ ନିକଟରେ ହେଲମେଟ୍ ଚେକିଂ ସମୟରେ ପୋଲିସର ଲାଠି ମାଡ। ଏଥିରେ ସ୍ବାମୀ ସୁଦାମ ବାସ୍କେ ସାମାନ୍ୟ ଆହତ ହୋଇଥିବା ବେଳେ ଓ ସ୍ତ୍ରୀ ଆଲାଦି ବାସ୍କେ ଗୁରୁତର ଆହତ ହୋଇଛନ୍ତି। ଉଭୟ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଆଲାଦିଙ୍କ ବାମ ଗୋଡଟି ଭାଙ୍ଗି ଯାଇଥିବା ଜଣାପଡିଛି ।

ହେଲମେଣ୍ଟ ଚେକିଂ ବେଳେ ପୋଲିସର ଦାଦାଗିରି, ଗାଡିରୁ ପଡି ଦମ୍ପତି ଗୁରୁତର

ତେବେ ଅଭିଯୋଗ ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ବାରିପଦା ଠାରୁ ନିଜ ଘର ବିଶୋଇକୁ ଏକ ବାଇକ ଯୋଗେ ଯାଉଥିବା ସମୟରେ କୁଳିଅଣା ଠାରେ ଜଳଖିଆ କରିଥିଲେ । ଜଳଖିଆ ସାରି ୧୮ ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିବା ସମୟରେ ଏକ ଅନ୍ଧାରୁଆ ସ୍ଥାନରେ ପୋଲିସ ହେଲମେଟ୍ ଚେକିଂ କରୁଥିବା ବାଇକ ଛିଡା କରିବା ପୂର୍ବରୁ ଜଣେ କାର୍ଯ୍ୟରତ ପୋଲିସ କର୍ମଚାରୀ ଲାଠିକୁ ଗାଡି ଉପରକୁ ଫିଙ୍ଗି ଦେଇଥିଲେ ।

ଯାହାଫଳରେ ଲାଠିଟି ମୋଟର ସାଇକେଲର ଚକ ମଧ୍ୟରେ ଗଳିଯାଇଥିଲା ଏବଂ ଗାଡି ସମେତ ଉଭୟ ସ୍ବାମୀ ସ୍ତ୍ରୀ ରାସ୍ତା ଉପରେ କଚାଡି ହୋଇ ପଡିଥିଲେ । ଏ ସମ୍ପର୍କରେ କୁଳିଅଣା ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ। ତେବେ ଏଠାରେ ପ୍ରଶ୍ନ ଉଠୁଛି ପୋଲିସ ଚେକିଂ ସମୟରେ କାର୍ଯ୍ୟରତ କର୍ମଚାରୀଙ୍କ ଏମିତି ଲାଠି ଫିଙ୍ଗିମାରିବା ଓ ସାଧାରଣ ଲୋକଙ୍କୁ କ୍ଷତି ପହଞ୍ଚାଇବା କେତେ ଯୁକ୍ତି ଯୁକ୍ତ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Feb 24, 2021, 2:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.