ETV Bharat / state

ଯୁବକଙ୍କୁ ହତ୍ୟା ଅଭିଯୋଗରେ 4 ଜଣଙ୍କୁ ଗିରଫ କଲା ପୋଲିସ

author img

By

Published : Jan 24, 2021, 3:29 PM IST

ମୟୂରଭଞ୍ଜ ଜିଲ୍ଲାର ସୁନାପୋଷି ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗରେ 4 ଜଣଙ୍କୁ ପୋଲିସ ଗିରଫ କରିଛି । ଅଧିକ ପଢନ୍ତୁ...

Police arrested 4 accused in murder case in Mayurbhanj
ଯୁବକଙ୍କୁ ହତ୍ୟା ଅଭିଯୋଗରେ 4 ଜଣଙ୍କୁ ଗିରଫ କଲା ପୋଲିସ

ବାରିପଦା: ଜିଲ୍ଲା ବାଙ୍ଗରିପୋଷି ଥାନା ସୁନାପୋଷି ଗ୍ରାମର ଯୁବକ ବିମଲ ସିଂ ଗତ ଚାରି ଦିନ ଧରି ନିଖୋଜ ଥିଲେ । ତେବେ 4 ଦିନ ପରେ ବିମଲଙ୍କ ମୃତଦେହ ମିଳିବା ପରେ ପୋଲିସ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ବିମଲ ନିଖୋଜ ହେବା ପରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ପିତା ରମେଶ ସିଂ ଏ ନେଇ ବାଙ୍ଗରିପୋଷି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ତାଙ୍କ ଚାରିଜଣ ସାଙ୍ଗ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ଗାଁ ନିକଟ ପାହାଡ଼ ଉପର ସମସ୍ତେ ସାଙ୍ଗ ହୋଇ ଯାଇଥିବା ବେଳେ ପାହାଡ଼ ଉପରେ ସେଲ୍ଫି ନେଉଥିବା ବେଳେ ତାଙ୍କୁ ଯୋଜନାବଦ୍ଧ ଭାବେ ପଥରରେ ଚେଛି ହତ୍ୟା କରାଯାଇଥିଲା ।

ତେବେ ପୋଲିସ ଚାରିଜଣ ହତ୍ୟାକାରୀଙ୍କୁ ଗିରଫ କରିବା ସହ ରକ୍ତରଞ୍ଜିତ ପଥର, ଚାରୋଟି ମୋବାଇଲ ଓ ବାଇକ ଜବତ କରିଛି । ଗିରଫ ଚାରିଜଣ ଯୁବକ ହେଲେ ତିଳା ଗ୍ରାମର ଜଗନ୍ନାଥ ସରେନ, କ୍ରିପାଦୁମା ଗ୍ରାମର ଦୀପକ ନାୟକ, ରାମଦାସ ମାର୍ଣ୍ଡି ଓ ସନାତନ ମୁର୍ମୁ । ଚାରିଜଣ ହତ୍ୟାକାରୀଙ୍କୁ ପୋଲିସ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.