ETV Bharat / state

ଛାତ୍ରୀ ନିବାସରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର - hanging _death body

ଭିତର ପଟୁ ବନ୍ଦ ରହିଥିଲା ଅଧ୍ୟାପିକାଙ୍କ ରୁମ । ରାତ୍ରି ଭୋଜନ ପାଇଁ ଡ଼ାକିଥିଲା ମେଟ୍ରୋନ । କିନ୍ତୁ ଶୁଣିନଥିଲେ ଅଧ୍ୟାପିକା । ଶେଷରେ ଛାତ୍ରୀଙ୍କ ସହ ମିଶି କବାଟକୁ ଧକ୍କାମାରି ଦେଖିଲାବେଳକୁ ଫ୍ୟାନରେ ରସି ଦେଇ ଝୁଲୁଛନ୍ତି ଅଧ୍ୟାପିକା ।

physics-lecture
ଛାତ୍ରୀ ନିବାସ
author img

By

Published : Dec 1, 2019, 2:52 AM IST

Updated : Dec 1, 2019, 9:06 AM IST

ରାଇରଙ୍ଗପୁର: ଛାତ୍ରୀ ନିବାସରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏପରି ଅଭାବନୀୟ ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନ ରାଇରଙ୍ଗପୁର ମହାବିଦ୍ୟାଳୟ ଛାତ୍ରୀ ନିବାସରେ । ମୃତ ଅଧ୍ୟାପିକା ଜଣକ ହେଲେ ରାଇରଙ୍ଗପୁର ମହାବିଦ୍ୟାଳୟର କଣ୍ଟ୍ରାକ୍ଟଚୁଆଲ ଫିଜିକ୍ସ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ।

ଛାତ୍ରୀ ନିବାସରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ ରାତି ପ୍ରାୟ ସାଢେ ଆଠଟା ସମୟରେ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସର ରୁମ ନଂ ୮ ରେ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ଭିତର ପଟୁ କବାଟ ବନ୍ଦ କରିଦେଇଲେ । ରାତ୍ରି ଭୋଜନ ପାଇଁ ଛାତ୍ରୀ ନିବାସର ମେଟ୍ରୋନ ତାଙ୍କୁ ଖାଇବା ପାଇଁ ଡାକିଥିଲେ । କବାଟ ନ ଖୋଲିବାରୁ ଏବଂ ଭିତର ପଟୁ କୌଣସି ଶବ୍ଦ ନ ଶୁଭିବାରୁ ମେଟ୍ରୋନ ଓ କିଛି ଛାତ୍ରୀ ମାନେ ମିଶି କବାଟକୁ ଧକ୍କା ଦେଇ ଖୋଲିଥିଲେ । ସେତେବେଳକୁ ଅଧ୍ୟାପିକା ରୁକ୍ମଣୀ ବେକରେ ପ୍ଲାଷ୍ଟିକ ରସି ସାହାଯ୍ୟରେ ଝୁଲୁଥିବା ଦେଖି ତୁରନ୍ତ କଲେଜ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ ଉପସ୍ଥିତ ଛାତ୍ରୀ ।

କଲେଜ କର୍ତ୍ତୃପକ୍ଷ ଏ ନେଇ ରାଇରଙ୍ଗପୁର ରାଇରଙ୍ଗପୁର ଟାଉନ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଓ ରାଇରଙ୍ଗପୁର ଏସଡିପିଓ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ରବିବାର ବାରିପଦା ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲ ପଠାଯିବ ବୋଲି ସୂଚନା ରହିଛି । ତେବେ ଅଧ୍ୟାପିକା ଜଣକ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ଅଧ୍ୟାପିକା ଜଣକ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ତଦନ୍ତ ସାପେକ୍ଷ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଛାତ୍ରୀ ନିବାସରୁ ଅଧ୍ୟାପିକା ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। ଏପରି ଅଭାବନୀୟ ଘଟଣା ଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅଧିନ ରାଇରଙ୍ଗପୁର ମହାବିଦ୍ୟାଳୟ ର ଛାତ୍ରୀ ନିବାସରେ। ମୃତ ଅଧ୍ୟାପିକା ଜଣକ ହେଲେ ରାଇରଙ୍ଗପୁର ମହାବିଦ୍ୟାଳୟ ର କଣ୍ଟ୍ରାକ୍ଟଚୁଆଲ ଫିଜିକ୍ସ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ। ସୂଚନା ଅନୁଯାୟୀ ରାତି ପ୍ରାୟ ସାଢେ ଆଠଟା ସମୟରେ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସ ର ରୁମ ନଂ ୮ ରେ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ଭିତର ପଟୁ କବାଟ ବନ୍ଦ କରିଦେଇ ଥିବାବେଳେ ରାତ୍ରି ଭୋଜନ ପାଇଁ ଛାତ୍ରୀ ନିବାସ ର ମେଟ୍ରୋନ ତାଙ୍କୁ ଖାଇବା ପାଇଁ ଡାକିଥିଲେ। କବାଟ ନ ଖୋଲିବାରୁ ଏବଂ ଭିତର ପଟୁ କୌଣସି ଶବ୍ଦ ନ ଶୁଭିବାରୁ ମେଟ୍ରୋନ ଓ କିଛି ଛାତ୍ରୀ ମାନେ ମିଶି କବାଟ କୁ ଧକ୍କା ଦେଇ ଖୋଲିଥିଲେ।ସେତେବେଳକୁ ଅଧ୍ୟାପିକା ରୁକ୍ମଣୀ ବେକରେ ପ୍ଲାଷ୍ଟିକ ରସି ସାହାଯ୍ୟରେ ଝୁଲୁଥିବା ଦେଖି ତୁରନ୍ତ କଲେଜ କର୍ତ୍ତୃପକ୍ଷ ଙ୍କୁ ଖବର ଦେଇଥିଲେ। କଲେଜ କର୍ତ୍ତୃପକ୍ଷ ଏ ନେଇ ରାଇରଙ୍ଗପୁର ରାଇରଙ୍ଗପୁର ଟାଉନ ପୋଲିସ କୁ ଖବର ଦେବାରୁ ଘଟଣାସ୍ଥଳରେ ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଓ ରାଇରଙ୍ଗପୁର ଏସଡିପିଅ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ। ଅଧ୍ୟାପିକା ଜଣକ ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି। ତେବେ ଅଧ୍ୟାପିକା ଜଣକ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ତଦନ୍ତ ସାପେକ୍ଷ। ମୃତ ଅଧ୍ୟାପିକା ଜଣକ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପାଣ୍ଡରା ଗ୍ରାମର ବୋଲି ଜଣାପଡିଛି।

Body:x

Conclusion:x
Last Updated : Dec 1, 2019, 9:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.