ETV Bharat / state

ମହଙ୍ଗା ପଡିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ଫଟୋ ଉଠାଇବା, ଚାକିରିରୁ ନିଲମ୍ବିତ ହେଲେ ଫାର୍ମାସିଷ୍ଟ - ଫାର୍ମାସିଷ୍ଟଙ୍କୁ ମହଙ୍ଗା ପଡିଲା ଫଟୋ ଉଠାଇବା

ରାଷ୍ଟ୍ରପତିଙ୍କ ହେଲିକପ୍ଟର ସହ ଫଟୋ ଉଠାଇବାରୁ ଚାକିରିରୁ ନିଲମ୍ବିତ ହେଲେ ଫାର୍ମାସିଷ୍ଟ । ଅଧିକ ପଢନ୍ତୁ

Pharmacist take a selfie with president helicopter

author img

By

Published : May 8, 2023, 7:26 AM IST

Updated : May 8, 2023, 11:42 AM IST

Pharmacist suspended

ରାଇରଙ୍ଗପୁର: ଫାର୍ମାସିଷ୍ଟଙ୍କୁ ମହଙ୍ଗା ପଡିଲା ଫଟୋ ଉଠାଇବା । ରାଷ୍ଟ୍ରପତିଙ୍କ ହେଲିକପ୍ଟର କଡ଼ରେ ବସି ଫଟୋ ଉଠାଇବାରୁ ଚାକିରିରୁ ନିଲମ୍ବିତ ହେଲେ ଫାର୍ମାସିଷ୍ଟ ଯଶୋବନ୍ତ ବେହେରା । ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଫାର୍ମାସିଷ୍ଟଙ୍କୁ ନିଲମ୍ବନ କଲେ ସିଡିଓମଓ । ଅନ୍ୟପଟେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ 4 ଚାରି ତାରିଖରେ ତିନି ଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଜିଲ୍ଲାରେ ପହଞ୍ଚିଥିଲେ । ତେବେ ହେଲିକପ୍ଟର ଅବତରଣ କରିବା ପାଇଁ ଜିଲ୍ଲାର ବାହାମପାହାଡ, ରାଇରଙ୍ଗପୁର, ଯଶିପୁର ଓ ବାରିପଦା ଠାରେ ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରାଯାଇଥିଲା । ତେବେ ରାଷ୍ଟ୍ରପତି ପହଞ୍ଚିବା ପରେ ବାଦାମପାହାଡ ଦିଘିଆବେଡା ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ ସ୍ବତନ୍ତ୍ର ବିମାନ । ସେହିପରି ଦ୍ବିତୀୟ ଦିନରେ ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ବିଭିନ୍ନ ସ୍ଥାନ ପରିଦର୍ଶନ କରି ରାଇରଙ୍ଗପୁର ଦାଣ୍ଡବୋସ ଏୟାରଷ୍ଟ୍ରିପରେ ପହଞ୍ଚି ସେଠାରୁ ହେଲିକପ୍ଟର ଯୋଗେ ଯଶିପୁର ବ୍ଲକ ଅନ୍ତର୍ଗତ ଛେଳିଗୁଦୁରି ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ । ସେଠାରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସ୍ବତନ୍ତ୍ର ଗାଡ଼ିରେ ଶିମିଳିପାଳ ଅଭିମୁଖେ ଯାତ୍ରା କରିଥିଲେ ।

ତେବେ ହେଲିପ୍ୟାଡରେ ବାୟୁସେନାର ସ୍ବତନ୍ତ୍ର ବିମାନଟି ଅବତରଣ କରିବା ପରେ ଏଠାରେ ପୂର୍ବରୁ ଉକ୍ତ ହେଲିପ୍ୟାଡ ନିକଟରେ ପୋଲିସ ଫୋର୍ସ ସହିତ ମେଡିକାଲ ଟିମ୍ ମଧ୍ୟ ଉପସ୍ଥିତ ଥିଲେ । ଏହି ସମୟରେ ଆମ୍ବୁଲାନ୍ସ ଦାୟିତ୍ୱରେ ଥିଲେ ଜାମୁକେଶ୍ୱର ସିଏଚସିରେ କାର୍ଯ୍ୟରତ ଫାର୍ମାସିଷ୍ଟ ଯୋଶବନ୍ତ। ରାଷ୍ଟ୍ରପତି ଶିମିଳିପାଳ ଯିବା ପରେ ଯଶୋବନ୍ତ ହେଲିକପ୍ଟର କଡରେ ବସି ଫଟୋ ଉଠାଇଥିଲେ ଏଥିସହ ସେଲଫି ମଧ୍ୟ ନେଇଥିଲେ । ପରେ ଫଟୋ ଗୁଡିକୁ ଫେସବୁକରେ ମଧ୍ୟ ଅପଲୋଡ କରିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା ।

ତେବେ ବିଭିନ୍ନ ପୋଜରେ ଫଟୋ ଉଠାଇଲେ ଫାର୍ମାସିଷ୍ଟ ଜଣଙ୍କ । ହେଲିକପ୍ଟର ସାମ୍ନାରେ ଠିଆ ହୋଇ ଫଟୋ ଉଠାଇବା ସହ ସିଡିରେ ବସି ଓ ତା ଉପରେ ହାତ ରଖି ମଧ୍ୟ ଫଟୋ ଉଠାଇଥିଲେ ଯଶୋବନ୍ତ । କଡ଼ା ସୁରକ୍ଷା ବଳୟ ଭେଦି କିଭଳି ହେଲିକପ୍ଟର ସାମନାରେ ବସି ଫଟୋ ଉଠାଇଲେ ଫାର୍ମାସିଷ୍ଟ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ? ତେବେ ଯାହା ସୂଚନା ରହିଛି ଫାର୍ମାସିଷ୍ଟ ଜଣକ ଏକ ଅଭୁଲା ସ୍ମୃତି ଭାବେ ଫଟୋ ରଖିବାକୁ ଚାହିଁ ଏଭଳି କରିଥିଲେ । ପରେ ନିଜ ଫେସ୍‌ବୁକରେ ଅପଲୋଡ ପରେ ଡିଲିଟ୍‌ ମଧ୍ୟ କରିଦେଇଥିଲେ ଯଶୋବନ୍ତ । ତେବେ ଏଠି ପ୍ରଶ୍ନ ଉଠୁଛି ଯେତେବେଳେ ଯଶୋବନ୍ତ ହେଲିକପ୍ଟର ସହ ଫଟୋ ଉଠାଉ ଥିଲେ ସେତେବେଳେ ସୁରକ୍ଷା ଦାୟିତ୍ବ ରେ ଥିବା ଅଧିକାରୀ ଓ କର୍ମଚାରୀ ମାନେ ତାଙ୍କୁ କାହିଁକି ମନା କଲେ ନାହିଁ । ଏହି ଫଟୋ ଭାଇରାଲ ପରେ ସିଡିଏମଓ କାର୍ଯ୍ୟରେ ଅବହେଳା ଦର୍ଶାଇ ଫାର୍ମାସିଷ୍ଟ ଯଶୋବନ୍ତ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : May 8, 2023, 11:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.