ETV Bharat / state

କୋରୋନା ଯୋଦ୍ଧା ସଂକ୍ରମିତ, ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଟଡାଉନ - Thakurmunda Health Center

ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିବା ପରେ ସ୍ବାସ୍ଥ୍ୟକେନ୍ଦ୍ରକୁ ସଟଡାଉନ ଘୋଷଣା କଲା ସ୍ଥାନୀୟ ପ୍ରଶାସନ । ଅଧିକ ପଢନ୍ତୁ...

ଠାକୁରମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ କୋରୋନା ଆକ୍ରାନ୍ତ, ସ୍ବାସ୍ଥ୍ୟକେନ୍ଦ୍ର ସଟଡାଉନ କଲା ପ୍ରଶାସନ

author img

By

Published : Jul 18, 2020, 6:38 PM IST

ରାଇରଙ୍ଗପୁର: ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିବା ପରେ ସ୍ବାସ୍ଥ୍ୟ କେନ୍ଦ୍ରକୁ ସଟଡାଉନ ଘୋଷଣା କଲା ସ୍ଥାନୀୟ ପ୍ରଶାସନ ।

ଠାକୁରମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ କୋରୋନା ଆକ୍ରାନ୍ତ, ସ୍ବାସ୍ଥ୍ୟକେନ୍ଦ୍ର ସଟଡାଉନ କଲା ପ୍ରଶାସନ

ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ଅଣାୟତ୍ତ ହେଲାଣି କୋରୋନା । ପ୍ରତ୍ୟେକ ଦିନ ଆକ୍ରାନ୍ତଙ୍କ ସଂଖା ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ସଂକ୍ରମଣ ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ପ୍ରତ୍ୟେକ ଦିନ କିଛି କିଛି କୋରୋନା ସଂକ୍ରମିତ ହୋଇ ଜିଲ୍ଲାରେ ୪୫୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇସାରିଲେଣି । ଅନ୍ୟପକ୍ଷରେ ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଶନିବାର ଜିଲ୍ଲାର ୨୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ସ୍ଥାନୀୟ ସଂକ୍ରମଣ ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ୧୯ ଜଣଙ୍କ ମଧ୍ୟରୁ ଦୁଇ ଜଣ କୋରୋନା ଯୋଦ୍ଧା ଥିବା ସୂଚନା ମିଳିଛି । ଜଣେ କରଞ୍ଜିଆ ବ୍ଲକର ତାଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ହୋଇଥିବା ବେଳେ ଅନ୍ୟ ଜଣେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ହୋଇଥିବା ଜଣାପଡିଛି । ତେବେ ଉଭୟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସେହିପରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କରି ସ୍ଥାନୀୟ ପ୍ରଶାସନ ଶନିବାର ଠାରୁ ଆସନ୍ତା ୨୧ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ପ୍ରଶାସନ ସଟଡାଉନ ଘୋଷଣା କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.