ETV Bharat / state

ଶିମିଳିପାଳରେ ପୋଷା ହାତୀ ଶୋଭାର ମୃତ୍ୟୁ - ଆଖି ବୁଜିଲା କୁଙ୍କି ହାତୀ ଶୋଭା

ଶିମିଳିପାଳରେ ଆଖି ବୁଜିଲା କୁଙ୍କି ହାତୀ ଶୋଭା । ଖାଦ୍ୟ ଅଭାବରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

pet elephant shobha died
ପୋଷା ହାତୀ ଶୋଭାର ମୃତ୍ୟୁ
author img

By

Published : Dec 18, 2022, 3:11 PM IST

ଶିମିଳିପାଳରେ ପୋଷା ହାତୀ ଶୋଭାର ମୃତ୍ୟୁ

ରାଇରଙ୍ଗପୁର: ଶିମିଳିପାଳରେ ପୁଣି ହାତୀ ମୃତ୍ୟୁ, ଶିମିଳିପାଳ ପୋଷା ହାତୀ ଶୋଭାର ମୃତ୍ୟୁ ଘଟିଛି । ଖାଦ୍ୟ ଅଭାବରୁ ମୃତ୍ୟୁ ଘଟିଥିବା ନେଇ ଦାୟିତ୍ୱରେ ଥିବା ଅସ୍ଥାୟୀ ହାତୀ ମାହୁନ୍ତ ତଥା ଅସ୍ଥାୟୀ ବନ କର୍ମଚାରୀ ଅଭିଯୋଗ କରିଛନ୍ତି । ଦୁଇ ଦିନ ପୂର୍ବରୁ ଅସୁସ୍ଥ ଥିଲା କୁଙ୍କି ହାତୀ ଶୋଭା । ମୃତ୍ୟୁ ବେଳକୁ ହାତୀର ବୟସ ପ୍ରାୟ 65ରୁ ଊର୍ଦ୍ଧ୍ବ ହୋଇଥିବା ସୂଚନା ମିଳିଛି ।

ଦାୟିତ୍ଵରେ ଥିବା ରେଞ୍ଜର ଶିବଶଙ୍କର ସାମଲ ଜେନାଙ୍କ ଅବହେଳା ଯୋଗୁଁ କୁଙ୍କି ହାତୀ ଶୋଭାର ଖାଦ୍ୟ ଅଭାବରୁ ମୃତ୍ୟୁ ହୋଇଥିବା ହାତୀ ମାହୁନ୍ତ ଅଭିଯୋଗ କରିଛନ୍ତି । ଶୋଭା ଦୁଇ ଦିନ ପୂର୍ବରୁ ଅସୁସ୍ଥ ଥିବା ବେଳେ ଶନିବାର ମୃତ୍ୟୁବରଣ କରିଛି । ଏସିଆର ଦ୍ବିତୀୟ ଜୈବ ମଣ୍ଡଳ ହେଉଛି ଶିମିଳିପାଳ । ୨୭୫୦ ବର୍ଗ କିଲୋମିଟର ପରିମିତି ଅଞ୍ଚଳ ହେଉଛି ଶିମିଳିପାଳ । ଶିମିଳିପାଳରେ ବ୍ୟାଘ୍ର ଏବଂ ହସ୍ତୀ ପ୍ରକଳ୍ପ ରହିଛି । ମୟୂରଭଞ୍ଜ ଜିଲ୍ଲାର ବେଶ କିଛି ସୁନାମ ଅର୍ଜନ କରିଥିବା ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳ ସୁରକ୍ଷା ଦେବା ପାଇଁ କର୍ଣ୍ଣାଟକରୁ ଅଣାଯାଇଥିଲା ତିନୋଟି ପୋଷା ହାତୀ । ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମସୁରା ବନ୍ୟପ୍ରାଣୀ ଡିଭିଜନର ହସ୍ତୀ ପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ମଧ୍ୟରୁ ଗୋଟିଏ ଦନ୍ତା ହାତୀ ମହେନ୍ଦ୍ର ଏବଂ ଦୁଇଟି ମାଈ ହାତୀ ଭବାନୀ ଓ ଶୋଭା ଅଭୟାରଣ୍ୟର ସୁରକ୍ଷା ଦୃଷ୍ଟିରୁ ଅଣାଯାଇଥିଲା । ପରବର୍ତ୍ତୀ ସମୟରେ ମହେନ୍ଦ୍ର ଓ ଭବାନୀ ଔରସରୁ ଶିବାନୀ(ମାଇ) ଓ ରାଜକୁମାର (ଅଣ୍ଡିରା) ଜନ୍ମ ଗ୍ରହଣ କରିଥିଲେ । ଏହାପରେ ପୁନଃ ମହେନ୍ଦ୍ର ଓ ଭବାନୀ ଔରସରୁ ଜନ୍ମ ହେଇଥିଲା ଲଷ୍ମୀ ହାତୀ । ତାର ଦେହ ଖରାପ ଯୋଗୁଁ ମୃତ୍ୟୁ ହେଇଥିଲା ।

ଶିମିଳିପାଳରେ ହାତୀଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଥିଲା। ବିଶେଷ କରି ଗୁଡ଼ଗୁଡ଼ିଆରେ ହାତୀ ପିଠିରେ ବସିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ହାତୀମାନଙ୍କ ଖାଇବା ଓ ପିଇବା ପାଇଁ ମଧ୍ୟ ବନବିଭାଗ ଅନେକ ଗୁରୁତ୍ୱ ଦେଇଥାନ୍ତି । ହାତୀମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ମାହୁନ୍ତ ମଧ୍ୟ ଅଛନ୍ତି । ଯେଉଁମାନେ ହାତୀର ଭଲମନ୍ଦ କଥା ବୁଝିଥାନ୍ତି । ଶିମିଳିପାଳ ଅଭୟାରଣ୍ୟ ଭିତରେ ଅନେକ ସ୍ଥାନରେ ଚଲାପଥ ନାହିଁ ଯାହା ଫଳରେ ହାତୀ ପିଠିରେ ବନବିଭାଗ କର୍ମଚାରୀ ବସି ବନ୍ୟଜନ୍ତୁ ଶିକାର ରୋକିବା ଏବଂ କାଠ ଚୋରି ରୋକିବା ପାଇଁ ନିୟୋଜିତ ରହୁଥିଲେ । ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟରେ ପୋଷା ହାତୀ ଭବାନୀ, ଶିବାନୀ, ବୋବୁଲୁ ଜେନାବିଲ ରେଞ୍ଜ ଅଞ୍ଚଳରେ ଅଛନ୍ତି । ତେବେ ଶନିବାର ଶିମିଳିପାଳର ଜେନାବିଲ ରେଞ୍ଜରେ କୁଙ୍କି ହାତୀ ଶୋଭାର ମୃତ୍ୟୁ ଘଟିଛି । ୨୦୦୨ରୁ ଶିମିଳିପାଳରେ କୁଙ୍କି ହାତୀ ଭାବେ ରହିଥିଲା ଶୋଭା। ହାତୀର ବୟସ ପ୍ରାୟ ୬୫ରୁ ଊର୍ଦ୍ଧ୍ବ ଥିବା ସୂଚନା ମିଳିଛି । ଦୀର୍ଘ ଦିନରୁ ପର୍ଯ୍ୟଟକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ଶୋଭା ମୃତ୍ୟୁବରଣ କରିଥିବାରୁ ପଶୁପ୍ରେମୀ ଦୁଃଖ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.