ETV Bharat / state

ପ୍ରାର୍ଥୀ ନୁହଁନ୍ତି, ଭୋଟରଙ୍କ ପସନ୍ଦ ନୋଟା - ନୋଟା

କମୁଛି ପ୍ରାର୍ଥୀଙ୍କ ପ୍ରତି ଜନତାଙ୍କ ବିଶ୍ବାସ । ନୋଟାକୁ ପସନ୍ଦ କରୁଛନ୍ତି ଭୋଟର । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜରେ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : May 25, 2019, 3:07 PM IST

Updated : May 25, 2019, 5:30 PM IST

ମୟୂରଭଞ୍ଜ: ସରିଛି ଲୋକସଭା ନିର୍ବାଚନ-2019 । ରାଜ୍ୟରେ ବିଜେଡି ଜିତିଥିବା ବେଳେ କେନ୍ଦ୍ରରେ ବାଜିମାତ କରିଛି ବିଜେପି । ତେବେ ଚଳିତ ନିର୍ବାଚନରେ ସାମ୍ନାକୁ ଆସିଛି କିଛି ଏମିତି ଘଟଣା ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ମୋଟ ୮ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବୀତା କରୁଥିଲେ । କିନ୍ତୁ ପ୍ରାର୍ଥୀଙ୍କଠାରୁ ନୋଟାକୁ ଅଧିକ ପସନ୍ଦ କରିଛନ୍ତି ଭୋଟର ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ବିଜେପି, ବିଜେଡ଼ି ଏବଂ ଜେଏମଏମକୁ ଛାଡ଼ିଲା ପରେ ନୋଟାକୁ ୪ର୍ଥ ସର୍ବାଧିକ ଭୋଟ ମିଳିଛି । ସୂଚନାନୂଯାୟୀ, ବିଜେପି ପ୍ରାର୍ଥୀଙ୍କୁ ୪ ଲକ୍ଷ ୮୩ ହଜାର ୮୧୨ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀଙ୍କୁ ୪ ଲକ୍ଷ ୫୮ ହଜାର ୫୫୬ ଖଣ୍ଡ ଭୋଟ ମିଳିଛି । ସେହିପରି ଜେଏମଏମ ପ୍ରାର୍ଥୀଙ୍କୁ ୧ଲକ୍ଷ ୩୫ହଜାର ୫୫୨ ଖଣ୍ଡ ଭୋଟ ମିଳିଛି।

ପ୍ରମୁଖ ପ୍ରାର୍ଥୀଙ୍କୁ ଛାଡ଼ିଲା ପରେ ଆଉ ବାକି ଥିବା ୫ ପ୍ରାର୍ଥୀଙ୍କ ଠାରୁ ନୋଟା ରହିଛି ଯଥେଷ୍ଟ ଆଗରେ । ଏଠାରେ ନୋଟା ସପକ୍ଷରେ ୨୧ ହଜାର ୩୫୭ ଖଣ୍ଡ ଭୋଟ ପଡ଼ିଛି । ବିଜେପିକୁ ୪୨.୦୬ ପ୍ରତିଶତ ମିଳିଥିବା ବେଳେ ବିଜେଡ଼ିକୁ ୩୯.୮୬ ପ୍ରତିଶତ ଭୋଟ ମିଳିଛି । ସେହିପରି ଜେଏମଏମକୁ ୧୧.୭୮ ପ୍ରତିଶତ ଭୋଟ ମିଳିଥିବା ବେଳେ ନୋଟାକୁ ୧.୮୬ ପ୍ରତିଶତ ଭୋଟ ମିଳିଛି ।

ସଂସଦୀୟ ଆସନରେ ନୋଟା ସପକ୍ଷରେ ଏତେ ସଂଖ୍ୟକ ଭୋଟ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ନୋଟା 8 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଚର୍ତୁଥ ସ୍ଥାନରେ ରହିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

SLUG-NOTA VOTE
AVO-MRUTYUNJAY SENAPATI,MAYURBHANJ
DATE-25.05.2019
ANCHOR-ପ୍ରାର୍ଥୀଙ୍କଠାରୁ ନୋଟା କୁ ଅଧିକ ପସନ୍ଦ କରୁଛନ୍ତି ଭୋଟର।   ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରରେ ମୋଟ ୮ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ। ବିଜେପି, ବିଜେଡ଼ି ଏବଂ ଜେଏମଏମକୁ ଛାଡ଼ିଲା ପରେ ନୋଟାକୁ ୪ର୍ଥ ସର୍ବାଧିକ ଭୋଟ ମିଳିଛି । ବିଜେପି ପ୍ରାର୍ଥୀ ଙ୍କୁ
୪ଲକ୍ଷ ୮୩ ହଜାର ୮୧୨ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀଙ୍କୁ ୪ଲକ୍ଷ ୫୮ ହଜାର ୫୫୬ ଖଣ୍ଡ ଭୋଟ୍ ମିଳିଛି। ସେହିପରି ଜେଏମଏମ ପ୍ରାର୍ଥୀଙ୍କୁ ୧ଲକ୍ଷ ୩୫ହଜାର ୫୫୨ ଖଣ୍ଡ ଭୋଟ୍ ମିଳିଛି। ପ୍ରମୁଖ ପ୍ରାର୍ଥୀଙ୍କୁ ଛାଡ଼ିଲାପରେ ଆଉ ବାକି ଥିବା ୫ ପ୍ରାର୍ଥୀଙ୍କ ଠାରୁ ନୋଟା ଯଥେଷ୍ଟ ଆଗରେଥିବା ଦେଖିବାକୁ ମିଳିଛି । ଏଠାରେ ନୋଟା ସପକ୍ଷରେ ୨୧ହଜାର ୩୫୭ ଖଣ୍ଡ ଭୋଟ୍ ପଡ଼ିଛି । ବିଜେପିକୁ ୪୨.୦୬ ପ୍ରତିଶତ ମିଳିଥିବା ବେଳେ ବିଜେଡ଼ିକୁ
୩୯.୮୬ ପ୍ରତିଶତ ଭୋଟ ମିଳିଛି । ସେହିପରି ଜେଏମଏମକୁ ୧୧.୭୮ ପ୍ରତିଶତ ଭୋଟ ମିଳିଥିବା ବେଳେ ନୋଟାକୁ ୧.୮୬ ପ୍ରତିଶତ ଭୋଟ୍ ମିଳିଛି । ସଂସଦୀୟ ଆସନରେ ନୋଟା ସପକ୍ଷରେ ଏତେ ସଂଖ୍ୟକ ଭୋଟ ଯିବା ସମସ୍ତ ଙ୍କୁ ଆଶ୍ଚର୍ୟ୍ଯ କରିଥିବା ବେଳେ ନୋଟା 8 ଜଣ ପ୍ରାର୍ଥୀ ଙ୍କ ମଧ୍ୟରେ ଚର୍ତୁଥ ସ୍ଥାନରେ ରହିଛି।
Visual FTP
Last Updated : May 25, 2019, 5:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.