ETV Bharat / state

ଭୋଟର ତାଲିକାରେ ନାହିଁ ସ୍ଥାୟୀ ଭୋଟରଙ୍କ ନାମ - ଭୋଟର ତାଲିକା ରାଇରଙ୍ଗପୁର

ଆଗାମୀ ପଞ୍ଚାୟତ ନିର୍ବାଚନ ଭୋଟର ତାଲିକାରେ ରାଇରଙ୍ଗପୁର ଭୋଟରଙ୍କ ନାଁ ବାଦ ପଡିଥିବା ଅଭିଯୋଗ । ଅଧିକ ପଢନ୍ତୁ

ଭୋଟର ତାଲିକାରେ ନାହିଁ ସ୍ଥାୟୀ ଭୋଟରଙ୍କ ନାମ
ଭୋଟର ତାଲିକାରେ ନାହିଁ ସ୍ଥାୟୀ ଭୋଟରଙ୍କ ନାମ
author img

By

Published : Jan 21, 2022, 9:06 PM IST

ରାଇରଙ୍ଗପୁର: ଆଗାମୀ ପଞ୍ଚାୟତ ନିର୍ବାଚନ ଭୋଟର ତାଲିକାରେ ଭୋଟରଙ୍କ ନାଁ ବାଦ ପଡିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ହଳଦା ପଞ୍ଚାୟତ ୧୧ ନଂ ୱାର୍ଡ ସାନ ବାଇକଳା ଗ୍ରାମରୁ । ଭୋଟର ତାଲିକାରେ ତ୍ରୁଟି ହୋଇଥିବା ଅଭିଯୋଗ କରାଯାଇଛି ।

ଭୋଟର ତାଲିକାରେ ନାହିଁ ସ୍ଥାୟୀ ଭୋଟରଙ୍କ ନାମ

ତୁରନ୍ତ ସଂଶୋଧନ ନହେଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟିଂ ପ୍ରକ୍ରିୟାକୁ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଗତ ବିଧାନସଭା ନିର୍ବାଚନରେ ଭୋଟ ଦେଇଥିଲେ ସୁଦ୍ଧା ଆଗାମୀ ନିର୍ବାଚନ ପାଇଁ ଭୋଟର ତାଲିକାରେ ଗ୍ରାମବାସୀଙ୍କ ନାମ ନଥିବା କାରଣରୁ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ସାନ ବାଇକଳା ଗ୍ରାମବାସୀ ।

ସ୍ଥାୟୀ ଭାବେ ବସବାସ କରୁଥିବା ୨୦୦ ରୁ ଉର୍ଦ୍ଧ୍ବ ଭୋଟରଙ୍କ ନାମ ଭୋଟର ତାଲିକାରେ ନ ଥିବାରୁ ଆସନ୍ତା ନିର୍ବାଚନରେ ନିର୍ବାଚନ ଲଢିବା କିମ୍ବା ଭୋଟ୍‌ ଦାନ ଭଳି ଗୁରୁତ୍ବପୂର୍ଣ କାର୍ଯ୍ୟରୁ ବଞ୍ଚିତ ହେବାର ସମ୍ଭାବନା ରହିଛି । ଅନେକ ଆଶାୟୀ ପ୍ରାର୍ଥୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇ ଭୋଟର ଲିଷ୍ଟରେ ନାମ ନଥିବାରୁ ହଟହଟା ହୋଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.