ETV Bharat / state

ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ପ୍ରତିବାଦରେ କଲମ ଛାଡ଼ ଆନ୍ଦୋଳନ

author img

By

Published : Aug 8, 2019, 7:37 PM IST

ମୟୁରଦର ପଞ୍ଚାୟତର ପିଇଅ ରବିନ୍ଦ୍ର ନାଥ କୁମ୍ଭକାରଙ୍କୁ ମାରପିଟ ଅଭିଯୋଗ । ଆକ୍ରମଣ ପ୍ରତିବାଦରେ କୁସୁମୀ ବ୍ଲକର ୧୪ଟି ପଞ୍ଚାୟତର ୯ ଜଣ ପିଇଅ ଓ ୧୧ ଜଣ ଜିଆରଏସ୍‌ଙ୍କ କଲମ ଛାଡ଼ ଆନ୍ଦୋଳନ ସହିତ ଧାରଣା ପ୍ରଦର୍ଶନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ପ୍ରତିବାଦରେ କଲମ ଛାଡ଼ ଆନ୍ଦୋଳନ ଓ ଧାରଣା । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଗତ ଗୁରୁବାର ଅଗଷ୍ଟ ୧ ତାରିଖରେ କୁସୁମୀ ବ୍ଲକ ଅଧିନରେ ଥିବା ମୟୁରଦର ପଞ୍ଚାୟତ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ୯ଟି ଗାଁର ଗ୍ରାମବାସୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଥିବା ଗାଁ ଲୋକେ ଘେରାଉ କରିଥିଲେ । ତେବେ ପୋଲିସ ଉପସ୍ଥିତିରେ ଗ୍ରାମବାସୀଙ୍କୁ ବୁଝାସୁଝା କରି କୁସୁମୀ ବ୍ଲକ ମୟୁରଦର ପଞ୍ଚାୟତର ଏପିଅ ମୃତ୍ୟୁଞ୍ଜୟ ପତ୍ରୀ ଏକ ବୈଠକ କରିଥିଲେ ।

ଗରିବ ହିତାଧିକାରୀଙ୍କୁ କାହିଁକି ଆବାସ ଯୋଜନାରେ ଘର ମିଳି ପାରୁନାହିଁ ସେ ନେଇ ଏପିଅ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନଥିବା ବେଳେ ଗାଁ ଲୋକଙ୍କୁ ମିଛ ପ୍ରତିଶ୍ରୃତି ଦେଇ ଆଶ୍ବାସନା ଦେଇଥିଲେ । ତେବେ ସେହି ସମୟରେ କିଛି ଅସାମାଜିକ ଲୋକେ ମୟୁରଦର ପଞ୍ଚାୟତର ପିଇଅ ରବିନ୍ଦ୍ର ନାଥ କୁମ୍ଭକାରଙ୍କୁ ଗାଳିଗୁଲଜ, ଠେଲାପେଲା, ମାରପିଟ କରିଥିୂବା ଅଭିଯୋଗ ହୋଇଛି । ଏ ନେଇ ବାଦାମପାହାଡ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ରବିନ୍ଦ୍ର ନାଥ କୁମ୍ଭକାର । ଏଥିସହ ବିଡ଼ିଓଙ୍କ ଜରିଆରେ ଉପଜିଲ୍ଲାପାଳ, ଜିଲ୍ଲାପାଳ, ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ରବିନ୍ଦ୍ର ।

ଏହି ଆକ୍ରମଣ ପ୍ରତିବାଦରେ କୁସୁମୀ ବ୍ଲକର ୧୪ଟି ପଞ୍ଚାୟତର ୯ ଜଣ ପିଇଅ ( ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) ଓ ୧୧ ଜଣ ଜିଆରଏସ୍ କୁସୁମୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଲମ ଛାଡ଼ ଆନ୍ଦୋଳନ ସହିତ ଧାରଣା ପ୍ରଦର୍ଶନ କରିଛନ୍ତି । ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି । ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ସହିତ କଲମ ଛାଡ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଆକ୍ରମଣ ପ୍ରତିବାଦରେ କଲମ ଛାଡ଼ ଆନ୍ଦୋଳନ ଓ ଧାରଣା। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ। ସୂଚନା ଅନୁଯାୟୀ ଗତ ଗୁରୁବାର ଅଗଷ୍ଟ ମାସ ୧ ତାରିଖରେ କୁସୁମୀ ବ୍ଲକ ଅଧିନରେ ଥିବା ମୟୁରଦର ପଞ୍ଚାୟତ କାର୍ଯ୍ୟାଳୟ କୁ ଘେରାଉ କରିଥିଲେ ୯ଟି ଗାଁ ର ଗ୍ରାମବାସୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଥିବା ଗାଁ ଲୋକେ ଘେରାଉ କରିଥିଲେ। ତେବେ ପୋଲିସ ଉପସ୍ଥିତି ରେ ଗ୍ରାମବାସୀ ଙ୍କୁ ବୁଝାସୁଝା କରି କୁସୁମୀ ବ୍ଲକ ମୟୁରଦର ପଞ୍ଚାୟତ ର ଏପିଅ ମୃତ୍ୟୁଞ୍ଜୟ ପତ୍ରୀ ଏକ ବୈଠକ କରିଥିଲେ। ଗରିବ ହିତାଧିକାରୀଙ୍କୁ କାହିଁକି ଆବାସ ଯୋଜନାରେ ଘର ମିଳି ପାରୁନାହିଁ ସେ ନେଇ ଏପିଅ କ୍ୟାମେରା ସାମନାରେ ମୁହଁ ଖୋଲି ନ ଥିଲେ। ଗାଁ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଆଶ୍ବାସନା ଦେଇଥିଲେ। ତେବେ ସେହି ସମୟରେ କିଛି ଅସାମାଜିକ ଲୋକ ମୟୁରଦର ପଞ୍ଚାୟତ ର ପିଇଅ ରବିନ୍ଦ୍ର ନାଥ କୁମ୍ଭକାର ଙ୍କୁ ଗାଳିଗୁଲଜ, ଠେଲାପେଲା, ମାରପିଟ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବାଦାମପାହାଡ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି ରବିନ୍ଦ୍ର ନାଥ କୁମ୍ଭକାର। ତା ସହିତ ଏ ନେଇ ବିଡ଼ିଓ ଙ୍କ ଜରିଆରେ ଉପଜିଲ୍ଲାପାଳ, ଜିଲ୍ଲାପାଳ, ଏସପି ଙ୍କୁ ଏକ ମେମରେଣ୍ଡ୍ରମ ପ୍ରଦାନ କରିଛନ୍ତି। ଏହି ଆକ୍ରମଣ ପ୍ରତିବାଦରେ କୁସୁମୀ ବ୍ଲକର ୧୪ ଟି ପଞ୍ଚାୟତ ର ୯ ଜଣ ପିଇଅ( ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) ଓ ୧୧ ଜଣ ଜିଆରଏସ୍ କୁସୁମୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଲମ ଛାଡ଼ ଆନ୍ଦୋଳନ ସହିତ ଧାରଣା ପ୍ରଦର୍ଶନ କରିଛନ୍ତି। ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି। ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ସହିତ କଲମ ଛାଡ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।
ବାଇଟ୧- ରବିନ୍ଦ୍ର ନାଥ କୁମ୍ଭକାର, ପିଇଅ, ମୟୁରଦର ପଞ୍ଚାୟତ।
ବାଇଟ୨- ଉପେନ୍ଦ୍ର ନାଥ ମହାନ୍ତ, ପିଇଅ, ବଡ଼ହାତନାବେଡା ପଞ୍ଚାୟତ।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.