ରାଇରଙ୍ଗପୁର: ହସ୍ପିଟାଲ ଛାଡୁଛନ୍ତି ରୋଗୀ । ଖାଁଖାଁ ହସ୍ପିଟାଲ ବେଡ୍ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ।
ସୂଚନାନୁସାରେ, ସୋମବାର କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ କରି ଡାକ୍ତରଙ୍କୁ ମାଡ ମାରିଥିଲେ । ଉକ୍ତ ଘଟଣା ପରେ ଚିକିତ୍ସାଳୟ ଚିକିତ୍ସିତ ହେଉଥିବା ରୋଗୀ ମଙ୍ଗଳବାର ଚିକିତ୍ସାଳୟ ଛାଡିଛନ୍ତି । ଉକ୍ତ ଘଟଣା ପରେ ଚିକିତ୍ସାଳୟର 2 ଜଣ ଡାକ୍ତର ଲକ୍ଷ୍ମୀକାନ୍ତ ମହାନ୍ତ ଓ ଡ଼ ପତି ଛୁଟିରେ ଅଛନ୍ତି । ଫଳରେ ଚିକିତ୍ସାଳୟର 4-5ଜଣ ଡାକ୍ତର ନିଜର ଅସୁବିଧା ଜଣାଇବାକୁ ବାରିପଦା ସିଡିଏମଓଙ୍କ ପାଖକୁ ଯାଇଥିବା ସୂଚନା ଦେଇଛନ୍ତି କରଞ୍ଜିଆ ଏସଡିଏମଓ କ୍ଷେତ୍ରବାସୀ ଦାସ ।
ତେବେ କ୍ଷେତ୍ରବାସୀ ଆଉଟଡୋରରେ ବସି ରୋଗୀ ସେବା କରୁଥିବା ବେଳେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ମଧ୍ୟ ମେଡିକାଲରେ ଉପସ୍ଥିତ ଥିଲେ । ଅପରପକ୍ଷେ ମେଡିକାଲରେ ଚିକିତ୍ସାଧୀନ କିଛି ରୋଗୀ ଡାକ୍ତରଙ୍କ ପାଇଁ ହସ୍ପିଟାଲ ଛାଡୁଥିବା ଅଭିଯୋଗ କରିଛନ୍ତି । ସାମାନ୍ୟ ଗୁରୁତର ରୋଗୀ ମାନଙ୍କୁ ବାରିପଦା, କଟକ ଆଦି ହସ୍ପିଟାଲକୁ ସ୍ଥାନାନ୍ତର କରିଯାଇଥିବା କହିଛନ୍ତି ।
ସେପଟେ ନୋଟିସ ବୋର୍ଡରେ ଲାଗିଥିବା ଡ୍ୟୁଟି ଚାର୍ଟରେ ଯେଉଁ ଡ଼ାକ୍ତରଙ୍କ ନାଁ ଅଛି ସେମାନେ ମଧ୍ୟ ବାରିପଦା ଯାଇଥିବା ଜଣାପଡିଛି । ତେବେ ଏତେ ବଡ଼ ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର ନଥିବା ଯୋଗୁଁ ପଞ୍ଚପୀଢ ଉପଖଣ୍ଡର ଶହ ଶହ ରୋଗୀ ଚିକିତ୍ସା ପାଇଁ କେନ୍ଦୁଝର, ବାରିପଦା, କଟକ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ