ETV Bharat / state

ଶିକ୍ଷୟତ୍ରୀଙ୍କ ଗୁଣ୍ଡାରାଜକୁ ବିରୋଧ, ସ୍କୁଲରେ ତାଲା ପକାଇଲେ ଅଭିଭାବକ

ଶିକ୍ଷୟତ୍ରୀଙ୍କ ଗୁଣ୍ଡାରାଜ ଅଭିଯୋଗରେ ସ୍କୁଲରେ ତାଲା ପକାଇ ଅଭିଭାବକଙ୍କ ବିକ୍ଷୋଭ ପ୍ରଦର୍ଶନ । ଛାତ୍ରଙ୍କୁ ଦୁର୍ବ୍ୟବହାର ସହ ଅଭିଭାବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ।

author img

By

Published : Jul 31, 2019, 10:19 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ମୟୂରଭଞ୍ଜ: ଶିକ୍ଷୟତ୍ରୀଙ୍କ ଗୁଣ୍ଡାରାଜ ଅଭିଯୋଗ କରି ନୂଆ ସାହି ପ୍ରାଥମିକ ବିଦ୍ୟାଳୟ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ପାରିବାରିକ କଳହ କାରଣରୁ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ଦୁର୍ବ୍ୟବହାର ସହ ଗୁଣ୍ଡା ଲଗାଇ ଅଭିଭାବକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ନାମ ପ୍ରମିଳା ପୋଥାଳ । ଶିକ୍ଷୟତ୍ରୀଙ୍କୁ ବଦଳି କରିବା ସହ ଆକ୍ରମଣକାରୀଙ୍କୁ ଗିରଫ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ତେବେ ଖବର ପାଇ କପ୍ତିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ଘଟଣାସ୍କଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କ ବୁଝାସୁଝା କରିବା ସହ ଶିକ୍ଷୟିତ୍ରୀଙ୍କ ବଦଳି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ପାରିବାରିକ କାରଣରୁ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ଛାତ୍ରଙ୍କୁ ର୍ଦୁବ୍ୟବହାର କରିବା ସହିତ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ଏବଂ ଗୁଣ୍ଡା ଲଗାଇ ଛାତ୍ରଙ୍କ ଅଭିଭ।ବକଙ୍କୁ ମରଣାନ୍ତକ ଆକ୍ରମଣ
କରିବା ଘଟଣା ପ୍ରତିବାଦରେ ବିଦ୍ୟାଳୟ ଗେଟରେ ତାଲା ପକଇବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି
ଅଭିଭାବକ ଏବଂ ଛାତ୍ରଛାତ୍ରୀ । ଏଭଳି ଘଟଣା ଘଟିଛି କପ୍ତିପଦା ବ୍ଲକ ଅଧିନ ନୂଆସାହି ପ୍ରାଥମିକ ବିଦ୍ୟାଳୟରେ ।
Body:ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧୀନ ନୂଆସାହି ପ୍ରାଥ ମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଚଲାଇଛନ୍ତି
ଗୁଣ୍ଡାରାଜ । ପାରିବାରିକ କାରଣରୁ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ବିଦ୍ୟାଳୟର ଜଣେ ଛାତ୍ରକୁ ଦୁର୍ବ୍ୟବହାର କରିବା ସହିତ ଅଶାଳୀନ ଭ।ଷାରେ ଗାଳିଗୁଲଜ କରିଛନ୍ତି । କେବଳ ସେତିକି ନୁହେଁ ଛାତ୍ର ଜଣକର ବହିଖାତା ଫିଙ୍ଗା ଫୋପଡା କରିଛନ୍ତି ଉକ୍ତ ଶିକ୍ଷୟିତ୍ରୀ । ଏହି ଘଟଣାକୁ ଛାତ୍ରଙ୍କ ପରିବାର ଲେ।କେ ବିରୋଧ କରିବାରୁ ଗୁଣ୍ଡାଲଗାଇ ଶିକ୍ଷୟତ୍ରୀ ଜଣକ ଛାତ୍ରଙ୍କ ଅଭିଭାବକଙ୍କୁ ମରଣାନ୍ତକ ଆକ୍ରମଣ କରାଇଥିବା ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ବିରୋଧ
କରି ଆଜି ନୂଆ ସାହି ପ୍ରାଥମିକ ବିଦ୍ୟାଳୟରେ ତାଲା ପକାଇବା ସହିତ ବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ । ସଂପୃକ୍ତ ଶିକ୍ଷୟିତ୍ରୀ ପ୍ରମିଳା ପୋଥାଳଙ୍କ ବଦଳି କରିବା ସହିତ ଛାତ୍ରଙ୍କ ଅଭିଭାବକ ଙ୍କୁ ଆକ୍ରମଣ କରିଥୁବା ଆକ୍ରମଣକାରୀଙ୍କୁ ଗିରଫ କରିବା ଦାବି ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖବର ପାଇ କଷ୍ତିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ଘଟଣାସ୍କଳରେ ପହଂଚି ଉତ୍ୟକ୍ତ ଲୋକଙ୍କ ବୁଝାସୂଝା କରିବା ସହିତ ଶିକ୍ଷୟିତ୍ରୀଙ୍କ ବଦଳି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ବାଇଟ୍‌ ୧ - କୃତିରାଣୀ ବିନ୍ଧାଣୀ (ଛାତ୍ରଙ୍କ ମାଆ)

ବାଇଟ୍‌ ୨ - ହରିଶ ଚନ୍ଦ୍ର ବେହେରା (ସ୍କୁଲ କମିଟି ଚେୟାରମ୍ୟାନ୍‌)

ବାଇଟ୍‌ ୩ - ଶଶିଧର ସିଂ (ବିଇଓ, କପ୍ତିପଦା ବ୍ଲକ)

ମୟୁରଭଞ୍ଜ ରୁ ମୃତ୍ୟୁଞ୍ଜୟ ସେନାପତି ଇ ଟି ଭି ଭାରତConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.