ETV Bharat / state

ଉଦ୍ଧାର ବଜ୍ରକାପ୍ତାର କୋରୋନା ଟେଷ୍ଟ କଲା ବନବିଭାଗ

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରୁ ଉଦ୍ଧାର ହୋଇଥିବା ବଜ୍ରକାପ୍ତାର କେରୋନା ପରୀକ୍ଷା କରଯାଇଛି । ଅଧିକ ପଢନ୍ତୁ...

author img

By

Published : May 12, 2021, 9:19 AM IST

ବଜ୍ରକାପ୍ତାର କୋରୋନା ଟେଷ୍ଟ
ବଜ୍ରକାପ୍ତାର କୋରୋନା ଟେଷ୍ଟ

ବାରିପଦା: ବଜ୍ରକାପ୍ତାର ହେଲା କୋରୋନା ପରୀକ୍ଷା । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରୁ ଗତ ମେ 6 ତାରିଖରେ ଦିନ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଥିଲା । ବଜ୍ରକାପ୍ତା ଚାଲାଣକାରୀ କୋରୋନା ପଜିଟିଭ ଚିହ୍ନଟ ପରେ ବନ ବିଭାଗ ପକ୍ଷରୁ ଉଦ୍ଧାର ବଜ୍ରକାପ୍ତାର କୋରୋନା ପରୀକ୍ଷା କରାଯାଇଛି ।

ବଜ୍ରକାପ୍ତାର କୋରୋନା ଟେଷ୍ଟ

ସୂଚନାଅନୁସାରେ, ମେ ୬ ତାରିଖ ଦିନ 8କେଜିର ଏକ ବଜ୍ରକାପ୍ତାକୁ ଉଦ୍ଧାର ହୋଇଥିଲା । ବାଙ୍ଗରିପୋଷି ଥାନା ନିଶ୍ଚିନ୍ତା ଗ୍ରାମରେ ବଜ୍ରକାପ୍ତା ଚାଲାଣ ଖବର ପାଇ ମୟୂରଭଞ୍ଜ ପୋଲିସ ଚଢାଉ କରି ଅଭିଯୁକ୍ତ ଚାଲାଣକାରୀଙ୍କ ଘରୁ ବଜ୍ରକାପ୍ତା ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା ।

ତେବେ ଅଭିଯୁକ୍ତ ଚାଲାଣକାରୀକୁ କୋର୍ଟ ଚାଲାଣ ପୂର୍ବରୁ କୋରୋନା ଟେଷ୍ଟ କରାଯାଇଥିଲା। ଅଭିଯୁକ୍ତ ଜଣଙ୍କ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଏହା ପରେ ବନବିଭାଗ ପକ୍ଷରୁ ମଙ୍ଗଳବାର ବଜ୍ରକାପ୍ତାର କୋରୋନା ଟେଷ୍ଟ କରାଯାଇଥିବା ଜଣାପଡିଛି । ଟେଷ୍ଟ ରିପୋର୍ଟ ଆସିବା ପରେ ବଜ୍ରକାପ୍ତାର ଥଇଥାନ ବ୍ୟବସ୍ଥା କରାଯିବ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.