ETV Bharat / state

ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ପାଳିତ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତ ଦାଣ୍ଡବୋଷ ଗ୍ରାମର କପିଡୁଙ୍ଗୁରି ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

ଅଲଚିକି ଲିପିର ସ୍ରଷ୍ଠା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ପାଳିତ

author img

By

Published : May 16, 2022, 10:50 PM IST

ରାଇରଙ୍ଗପୁର: ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଦିନ ପାଳିତ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତ ଦାଣ୍ଡବୋଷ ଗ୍ରାମର କପିଡୁଙ୍ଗୁରି ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସାନ୍ତାଳୀ ସମ୍ପ୍ରଦାୟର ଭଗବାନ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସ୍ମୃତି ଚାରଣ କରିବା ସହ ଆଶୀର୍ବାଦ ପ୍ରାପ୍ତି ପାଇଁ ଚଳିତ ବର୍ଷ ମଧ୍ୟ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଆଜି(ସୋମବାର) ତାଙ୍କ ଜନ୍ମ ଜୟନ୍ତୀରେ ଯୋଗଦେଇ ପୂଜାର୍ଚ୍ଚନା କରିଛନ୍ତି । ଓଡିଶା ତଥା ପଡୋଶୀ ରାଜ୍ୟରୁ ଶହଶହ ସଂଖ୍ୟାରେ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ଛୁଟି ଆସି ହର୍ଷୋଲ୍ଲାସର ସହିତ ତାଙ୍କର ସମାଧି ପୀଠରେ ପୂଜାର୍ଚ୍ଚନା କରି ତାଙ୍କର ସ୍ମୃତିଚାରଣ କରିଥିଲେ ।

ଅଲଚିକି ଲିପିର ସ୍ରଷ୍ଠା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ପାଳିତ

ପଣ୍ଡିତ ରଘୁନାଥ ମୁର୍ମୁ ୧୯୦୫ ମସିହା ମଇ ୧୮ ତାରିଖରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତର ଦାଣ୍ଡବୋଷ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତେବେ ସେ ଜନ୍ମଗ୍ରହଣ କରିଥିବା ଦିନ ବୈଶାଖ ମାସର ପୂର୍ଣ୍ଣମୀ ତିଥି ଥିବାରୁ ଆଜିର ଦିନରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥାଏ । ସେ ଜଣେ ସାନ୍ତାଳୀ ଭାଷା ଓ ଲିପିର ଗବେଷକ ମଧ୍ୟ ଥିଲେ ।

ସେ ପ୍ରଥମେ ଅଲଚିକି ଲିପି ତିଆରି କରିଥିବାରୁ ଏହି ଲିପିର ଜନକ ଭାବରେ ବେଶ ଜଣାଶୁଣା । ୧୯୨୫ ମସିହାରୁ ଅଲଚିକି ଲିପି ସାନ୍ତାଳୀ ଭାଷାରେ ଲେଖିବା ନିମନ୍ତେ ଭାରତ ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଯାଇଥିଲା । ସାନ୍ତାଳୀ ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଓଡ଼ିଶା, ପଶ୍ଚିମ ବଙ୍ଗ, ବିହାରର ସାନ୍ତାଳୀ ସମ୍ପ୍ରଦାୟ ପାଇଁ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । ଓଡ଼ିଶା ସରକାର ମଧ୍ୟ ବାରିପଦା ସ୍ଥିତ ରାଜ୍ୟର ପଞ୍ଚମ ମେଡିକାଲ କଲେଜକୁ ତାଙ୍କ ନାଁରେ ନାମିତ କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.