ETV Bharat / state

ସୁରୁଖୁରୁରେ ହେବ ଧାନ କିଣା, ମନଇଚ୍ଛା କଟନୀ ଛଟନୀରେ ଲାଗିବ ରୋକ - PADDY PROCUREMENT

ଖୋଲିବ ଧାନ ମଣ୍ଡି । ଆରମ୍ଭ ହେବ ଧାନ କିଣା । ହୋଇପାରିବ ନାହିଁ ମନ ଇଚ୍ଛା କଟନୀ ଛଟନୀ । ମଣ୍ଡିରେ ଚାଷୀଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ୟବସ୍ଥା ।

Paddy Procurement
Paddy Procurement (ETV Bharat Odisha)
author img

By ETV Bharat Odisha Team

Published : Nov 18, 2024, 9:07 PM IST

ଭୁବନେଶ୍ବର: ଖୋଲିବ ଧାନମଣ୍ଡି । ଆସନ୍ତା ୨୦ ତାରିଖରୁ ବରଗଡରେ ଏବଂ ୨୨ ତାରିଖରୁ ସମ୍ବଲପୁରରେ ଧାନ କିଣିବେ ସରକାର । କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣିବେ ସରକାର । ମନଇଚ୍ଛା ହେବ ନାହିଁ କଟନୀ ଛଟନୀ । ସେହିପରି ବାହାର ବେପାରୀ ଓ କଳାବଜାରୀଙ୍କ ଉପରେ ତୀକ୍ଷ୍ଣ ନଜର ରହିବ । ମଣ୍ଡିରେ ଚାଷୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ।

ସୁରୁଖୁରୁରେ ଧାନ କିଣା ହେବ:

Paddy Procurement (ETV Bharat Odisha)

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, "ଧାନ କିଣା ଏକ ବଡ଼ ଚ୍ୟାଲେଞ୍ଜ । ଯେହେତୁ ପ୍ରଥମ ଥର କରାଯାଉଛି । ସରକାର ଏଥିରେ ସଫଳ ହେବେ । ମିଲରଙ୍କ ଦାବିକୁ ଆଲୋଚନା କରି ବିଭାଗୀୟ ମନ୍ତ୍ରୀ ତାକୁ ଦୂର କରିଛନ୍ତି । ସୁରୁଖୁରୁରେ ଧାନ କିଣା ହେବ ସେନେଇ ପ୍ରସ୍ତୁତି ହୋଇଛି । ମନ ଇଚ୍ଛା କଟଣୀ ଛଟଣି ହେବ ନାହିଁ । ଧାନ କିଣାର ଗୋଟେ ସ୍ଲିପ ଚାଷୀ ଏବଂ ଆଉ ଗୋଟେ ସରକାରଙ୍କ ପାଖରେ ରହିବ । ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶାବଳୀ ଦିଆଯାଇଛି । ଧାନରେ ଆର୍ଦ୍ରତା ଓ ଏଫଏକ୍ଯୁ ଅନୁଯାୟୀ କ୍ୱାଲିଟି ଧାନ କିଣାଯିବ । କଟଣୀ ଛଟନି ଯେତେ କମ ହେବ । ଯେଉଁଠି ଏଫଏକ୍ଯୁ୍ କମ କ୍ୱାଲିଟି ଥିବ ଏବଂ ଆର୍ଦ୍ରତା ଥିବ ସେଠାରେ କେତେ ପ୍ରତିଶତ କଢ଼ାଯିବ ତାହା ନିର୍ଦ୍ଧାରିତ କରାଯିବ ।"

କଳାବଜାରୀଙ୍କ ଉପରେ ତୀକ୍ଷ୍ଣ ନଜର:

ସେହିପରି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି, ‘ବାହାର ବେପାରୀଙ୍କ ଉପରେ ସରକାରଙ୍କ କଡା ନଜର ରହିଛି । ଚାଷୀଙ୍କୁ ଅପିଲ କରାଯାଉଛି ଯେ, କାହା କଥାରେ ପଡ଼ନ୍ତୁ ନାହିଁ କି କମ ଦାମରେ କେଜିଏ ବି ଧାନ କାହାକୁ ଦିଅନ୍ତୁ ନାହିଁ । ୩୧୦୦ ଟଙ୍କାରେ ସବୁ ଧାନ ସରକାର ନେବେ । ବାହାର ବେପାରୀ ଓ କଳାବଜାରୀଙ୍କ ଉପରେ ବିଭାଗ ତୀକ୍ଷ୍ଣ ନଜର ରଖିଛି । ଯିଏ ଗାଁ ଭିତରେ ଧରା ପଡ଼ିବ ତାକୁ ଧରାଯାଇ କଠୋର ଦଣ୍ଡ ଦିଆଯିବ । ସେଥିପାଇଁ ସମସ୍ତ ବିଧାୟକ ସ୍ଥାନୀୟ ନେତୃବୃନ୍ଦମାନଙ୍କୁ ମଧ୍ୟ ଦାୟିତ୍ୱ ଦିଆଯାଇଛି । ୨୦ ତାରିଖରୁ ଧାନ କିଣା ଆରମ୍ଭ ହେବ । ଏଥିପାଇଁ ମଣ୍ଡି ସବୁକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି ରଖାଯାଇଛି । କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ ହେବ । ମଣ୍ଡିରେ ସିସିଟିଭି ବ୍ୟବସ୍ଥା ହୋଇଛି, ପ୍ୟାଡି କ୍ଲିନର, ଗ୍ରେନ ଆନାଲାଇଜର, ତାରପୋଲୀନ ବ୍ୟବସ୍ଥା ହୋଇଛି । ଚାଷୀମାନେ ମଣ୍ଡିକୁ ଆସିଲେ ସେମାନଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯିବା ସହ ସବୁଠି ଶୌଚାଳୟ, ପିଇବା ପାଣିର ବ୍ୟବସ୍ଥା କରାଯାଇଛି ।"

'କଟନୀଛଟନୀ ବନ୍ଦ ହୋଇନାହିଁ କି ହୋଇପାରିବ ନାହିଁ':

ସେପଟେ ଧାନ ମଣ୍ଡି ଖୋଲିବାକୁ ନେଇ ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, "ଉପମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ସ୍ୱାଗତ କରୁଛି । ଯାହା ସେ କହିଛନ୍ତି, ତାହା ସରକାର ଅକ୍ଷରେ ଅକ୍ଷରେ ପାଳନ କରିବେ । ଅଭିଜ୍ଞତାରୁ ମୋର ଏହା ଉପରେ ଘୋର ସନ୍ଦେହ ଅଛି । ମୋ ଜ୍ଞାନ କହୁଛି, କଟନୀଛଟନୀ ବନ୍ଦ ହୋଇନାହିଁ କି ହୋଇପାରିବ ନାହିଁ । ଯଦି ଏହାକୁ ସେ ବନ୍ଦ କରିପାରିଲେ ବଡ଼ ସଫଳତା ହେବ । ସରକାର ବଡ଼ ସଫଳତା ଅର୍ଜ୍ଜନ କରନ୍ତୁ । ଧାନ କିଣାରେ ସାମନ୍ୟତମ ବ୍ୟତିକ୍ରମ ନହେଉ । ଯେଉଁ ମାନେ ପଞ୍ଜିକରଣ କରି ଟୋକେନ ପାଇଛନ୍ତି, ସେମାନଙ୍କ ସମସ୍ତେ ସମସ୍ତ ଧାନ ବିକ୍ରି କରିବାର ସୁଯୋଗ ପାଆନ୍ତୁ । ମଣ୍ଡିରେ ବିକ୍ରି କରନ୍ତୁ । ଯଦି ଏହା ହୋଇପାରିଲା ତାହାଲେ ସରକାର ନୂଆ ଅଧ୍ୟାୟ ସୃଷ୍ଟି କରିବେ ।

ଏହା ମଧ୍ୟ ପଢ଼ନ୍ତୁ...ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି, ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ବର୍ଦ୍ଧିତ MSP

ଏହା ମଧ୍ୟ ପଢ଼ନ୍ତୁ...ସରକାର-ବ୍ୟବସାୟୀ ଆଲୋଚନା; ଖୁବଶୀଘ୍ର ଭୁବନେଶ୍ବର ଓ କଟକରେ ହେବ ମଣ୍ଡି ସୁବିଧା - Government discuss with Traders

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାର ଚାଷୀଙ୍କୁ କୌଣସି ସମସ୍ୟା ସମ୍ମୁଖିନ ହେବାକୁ ଦେବେ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର - Minister Krushna Ch Patra Review

'କ୍ୱିଣ୍ଟାଲରୁ ୫ କେଜି ଧାନ କାଟି ଦେଉଛନ୍ତି':
ସେ ଆହୁରି ମଧ୍ୟ କହିଛନ୍ତି, "ଅଭିଜ୍ଞତାରୁ କହୁଛି କଟନୀଛଟନୀ ହେଉଛି । ଧାନ ସଂଗ୍ରହ ସମୟରେ ୩ଟି ମୁଖ୍ୟତଃ ସମସ୍ୟା ରହୁଛି । ୧ କ୍ୱିଣ୍ଟାଲରୁ ସର୍ବନିମ୍ନ ୫ କେଜି ଧାନ କାଟି ଦେଉଛନ୍ତି । ୯୫ କେଜି ଧାନର ହିସାବ ଦେବେ । ଏହା ହେବା ଉଚିତ ନୁହେଁ । ସରକାର ଅଖା ପଇସା ଚାଷୀଙ୍କୁ ଦେବାର ବ୍ୟବସ୍ଥା ରହିଛି । ଟୋକେନ୍ ଅନୁସାରେ ଧାନ ବିକ୍ରି କରିପାରୁନାହାନ୍ତି । ଅଧା ନେଉଛନ୍ତି ଆଉ ବଳକା ନେଉନାହାନ୍ତି । ମଣ୍ଡିରେ ଧାନ ବିକ୍ରି ହେଉ । ମିଲରେ ଧାନ ବିକ୍ରି ନହେଉ । ଘୋଷଣା ଅନୁସାରେ କେବଳ ମଣ୍ଡିରେ ଧାନ ସଂଗ୍ରହ ହେଉ । ଏହା ହେଲେ ଆମେ ସରକାରଙ୍କୁ ପୂର୍ଣ୍ଣ ସହଯୋଗ କରିବୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.