ETV Bharat / state

ଚମତ୍କାର ! ୨ ଘଣ୍ଟା ବନ୍ଦ ରହିଥିଲା ହାର୍ଟ, ଦ୍ବିତୀୟ ଜୀବନ ଦେଲା ଭୁବନେଶ୍ବର AIIMS - AIIMS BHUBANESWAR

ଭୁବନେଶ୍ବର AIIMS ଡାକ୍ତରଙ୍କ ବିରଳ ଚିକିତ୍ସା । ଇ-ସିପିଆର (ECPR) ପ୍ରଣାଳୀରେ, ପୁଣି କାର୍ଯ୍ୟକ୍ଷମ ହେଲା ଆର୍ମି ଯବାନଙ୍କ ହୃଦୟ(HEART) ।

AIIMS Bhubaneswar
AIIMS Bhubaneswar (ETV Bharat Odisha)
author img

By ETV Bharat Odisha Team

Published : Nov 18, 2024, 10:22 PM IST

ଭୁବନେଶ୍ବର: AIIMS ଡାକ୍ତରୀ ଟିମ୍‌ଙ୍କୁ ପୁଣି ଏକ ସଫଳତା । ଯବାନ ଫେରିଯାଇଛନ୍ତି ନୂଆ ଜୀବନ । ହାର୍ଟରେ ସମସ୍ୟା ଥିବାରୁ ସମ୍ପୂର୍ଣ୍ଣ ଭାବରେ ହାର୍ଟ ବନ୍ଦ ହୋଇଯାଇଥିଲା । ଡାକ୍ତରଙ୍କ ନିକଟରେ ୨ଟି ରାସ୍ତା ଥିଲା । ଗୋଟିଏ ମୃତ୍ୟୁ ଘୋଷଣା କରିବା ଆଉ ଅନ୍ୟ ଟି ଇ-ସିପିଆର୍‌ ପ୍ରଣାଳୀରେ ଚେଷ୍ଟା କରିବା । ତେବେ ୨ ଘଣ୍ଟା ଧରି ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଯବାନ ଯୁବକ ଜଣଙ୍କ ନୂଆ ଜୀବନ ଫେରି ପାଇଛନ୍ତି ।

କିଏ ସେହି ଯବାନ:

AIIMS Bhubaneswar (ETV Bharat Odiash)
ନୟାଗଡ଼ ଜିଲ୍ଲାର ରଣପୁର ଅଞ୍ଚଳର ଶୁଭକାନ୍ତ ସାହୁ । ବୟସ ୨୪ ବର୍ଷ । ଶୁଭକାନ୍ତ ଜଣେ ଯବାନ । ସେ ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଚାକିରି କରନ୍ତି । ୫ ବର୍ଷ ଧରି ଯବାନରେ କାର୍ଯ୍ୟରତ । ପରିବାର କହିଲେ ୪ ଜଣ । ମାଆ ମୀନତି ସାହୁ, ବାପା ଧ୍ରୁବ ଚରଣ ସାହୁ ଏବଂ ସାନ ଭାଇ ସୂର୍ଯ୍ୟକାନ୍ତ ସାହୁ । ଚାକିରିରୁ ଛୁଟି ନେଇ ସେପ୍ଟେମ୍ବର ୧୮ ତାରିଖରେ ଘରକୁ ଆସିଥିଲେ । ତେବେ ଘରେ ରାତିରେ ଶୋଇଥିବା ସମୟରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କ ପ୍ରଥମେ ରଣପୁର ମେଡିକାଲକୁ ନିଆଯାଇଥିଲା । ଶୁଭକାନ୍ତ ସ୍ବାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ AIIMSକୁ ସ୍ଥାନାନ୍ତର କରାଯାଇଥିଲା । ୨ ଘଣ୍ଟା ଧରି ବନ୍ଦ ରହିଗଲା ହାର୍ଟ:
AIIMS Bhubaneswar
AIIMS Bhubaneswar (ETV Bharat Odisha)

ଡାକ୍ତର ଶ୍ରୀକାନ୍ତ ବେହେରା କହିଛନ୍ତି, "୨୪ ବର୍ଷ ବୟସ୍କ ଆର୍ମୀ ଯବାନ ଶୁଭକାନ୍ତ ସାହୁଙ୍କୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଛନ୍ତି । ଏହି ଯୁବକଙ୍କ ହାର୍ଟ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ବନ୍ଦ ହୋଇଯାଇଥିଲା । ଯାହା ଫଳରେ ଉକ୍ତ ଯୁବକ ଜଣଙ୍କ ମୃତ ଭାବରେ ଡାକ୍ତର ଘୋଷଣା କରାଯାଇଥାନ୍ତା । କିନ୍ତୁ ଭୁବନେଶ୍ୱର AIIMS ଡାକ୍ତରୀ ଦଳଙ୍କ ନିଷ୍ଠାପର ଉଦ୍ୟମ ଏବଂ ଚିକିତ୍ସା ଜ୍ଞାନକୌଶଳର ସଫଳ ପ୍ରୟୋଗ ଉକ୍ତ ଯବାନଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଛନ୍ତି । ଓଡ଼ିଶା ସମେତ ପୂର୍ବ ଭାରତରେ ପ୍ରଥମ କୁହାଯାଉଥିବା ଏହି ଇସିପିଆର୍‌ (ECPR) ପ୍ରଣାଳୀର ଚମତ୍କାର ଉପଯୋଗ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳର ସମ୍ମୀଶ୍ରଣ ତଥା AIIMSର ଡାକ୍ତରୀ ଦଳଙ୍କ ଅଦମ୍ୟ ପ୍ରତିବଦ୍ଧତାର ଉଦାହରଣ ସାବ୍ୟସ୍ତ ହୋଇଛି ।"

ଘଟଣା ଥିଲା ଏଭଳି:

ଆର୍ମୀ ଯବାନ ଶୁଭକାନ୍ତଙ୍କୁ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବା ବେଳେ ଗୁରୁତର ଭାବରେ ଅକ୍ଟୋବର ପହିଲାରେ ଏମ୍‌ସ ଭୁବନେଶ୍ୱରକୁ ରେଫର୍ କରାଯାଇଥିଲା । ଏମ୍‌ସରେ ପହଞ୍ଚିବାର କିଛି ସମୟ ପରେ ଯୁବକ ଜଣଙ୍କ ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ । ଜୀବନ ବଞ୍ଚାଇବା ନିମିତ୍ତ ୪୦ ମିନିଟ୍‌ର ପ୍ରାଥମିକ ସିପିଆର୍‌ ସତ୍ତ୍ବେ ତାଙ୍କର ହାର୍ଟ କାମ କରିନଥିଲା । ଏପରି ଅବସ୍ଥାରେ ସାଧାରଣତଃ ୨ଟି ନିଷ୍ପତ୍ତି ନିଆଯାଇଥାଏ । ମୃତ୍ୟୁ ଘୋଷଣା କରିବା କିମ୍ବା ଇ-ସିପିଆର୍‌ ପ୍ରଣାଳୀ ପ୍ରୟୋଗ କରିବା । ତେବେ ଏମ୍‌ସ ଡାକ୍ତରୀ ଦଳ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ଯବାନଙ୍କର ଜୀବନ ବଞ୍ଚାଇବା ପାଇଁ ନିରନ୍ତର ଉଦ୍ୟମ କରିଥିଲେ ।

୧୨୦ ମିନିଟ ଧରି ଦିଆଯାଇଥିଲା ସିପିଆର/ଏକମୋ:

AIIMS Bhubaneswar
AIIMS Bhubaneswar (ETV Bharat Odisha)

ଏନେଇ ଏକ୍‌ମୋ ବିଶେଷଜ୍ଞ ଡ. ଶ୍ରୀକାନ୍ତ ବେହେରା କହିଛନ୍ତି, "ଏକ ଟିମ୍ ପ୍ରାୟ ୧୨୦ ମିନିଟ୍‌ର ମାରାଥନ୍ ସିପିଆର୍‌ ପରେ ଯୁବକଙ୍କୁ ଏକ୍‌ମୋ ପ୍ରଣାଳୀ ପ୍ରଦାନ ଆରମ୍ଭ କରିଥିଲେ । ଇସିପିଆର୍‌ ଦେବାର ୪୦ ମିନିଟ୍‌ ପରେ ଯୁବକଙ୍କ ହାର୍ଟ କାମ କରିବା ଆରମ୍ଭ କରିଥିଲା । ପରବର୍ତ୍ତୀ ୩୦ ଘଣ୍ଟା ମଧ୍ୟରେ, ହୃଦୟର କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ହେଲା ଏବଂ ୯୬ ଘଣ୍ଟା ପରେ ରୋଗୀଙ୍କୁ ସଫଳତାର ସହିତ ଏକ୍‌ମୋରୁ ବାହାର କରାଯାଇଥିଲା ।"

ସାରା ଭାରତରେ ଏଭଳି ଚିକିତ୍ସା ବିରଳ:

ଇ-ସିପିଆର୍‌ ପ୍ରଣାଳୀ ଏକ କଷ୍ଟସାଧ୍ୟ ପ୍ରକ୍ରିୟା । ଏହାକୁ ସଫଳତାର ସହିତ ପ୍ରୟୋଗ କରିବା ଏକ ଆହ୍ବାନ । ମାତ୍ର ଆମ ଡାକ୍ତରୀ ଦଳ ଏବଂ ଅନ୍ୟାନ୍ୟ ସହଯୋଗୀଙ୍କ ଦଳଗତ ମନୋଭାବ କାରଣରୁ ଏହା ସଫଳ ହୋଇପାରିଛି । ଏହି ସଫଳତା ଓଡ଼ିଶାର ଚିକିତ୍ସା ଇତିହାସରେ ଏକ ମାଇଲଖୁଣ୍ଟ ଭାବେ ହୃଦ୍‌ଘାତର ଚିକିତ୍ସାରେ ଏକ ସମ୍ଭାବନାପୂର୍ଣ୍ଣ ପଦ୍ଧତିର ପ୍ରତିନିଧିତ୍ବ କରିବ। ସାରା ଭାରତରେ ଏଭଳି ଚିକିତ୍ସା ବିରଳ । ବିଶେଷ ଭାବରେ ଚେନ୍ନାଇ ଓ ମୁମ୍ବାଇରେ କୋଚିତ ଭାବରେ ଏହି ଇ-ସିପିଆର୍‌ ପ୍ରଣାଳୀକୁ ଆପଣାଇଥାନ୍ତି । କିନ୍ତୁ ଅନେକ ଏଥିରେ ଫେଲ ମଧ୍ୟ ହୋଇଥାନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଇତିହାସ ରଚିଲା ଏମ୍ସ, ବୃଦ୍ଧଙ୍କ ମୁଣ୍ଡରୁ 7କେଜିର ଟ୍ୟୁମର ବାହାର କଲେ ଡାକ୍ତରୀ ଟିମ୍‌ - Bhubaneswar AIIMS

ଏହା ମଧ୍ୟ ପଢ଼ନ୍ତୁ...ହୃଦରୋଗରୁ ଦୂରେଇ ରଖିପାରିବ ଏହି ABCDE ଫର୍ମୁଲା, ବତାଇଲେ ଏମ୍ସ ଡାକ୍ତର

ଡାକ୍ତରୀ ଦଳକୁ କୃତଜ୍ଞତା ଦେଲେ ଯବାନଙ୍କ ମାଆ:

ଏନେଇ AIIMS ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ କହିଛନ୍ତି, "ଏପରି ଅନନ୍ୟ କାର୍ଯ୍ୟକୁ ସଫଳ ରୂପ ପ୍ରଦାନ କରିଥିବା ଡାକ୍ତରୀ ଦଳର ପ୍ରଶଂସା ଯୋଗ୍ୟ । ଏମ୍‌ସ ଭୁବନେଶ୍ୱର ଚିକିତ୍ସା ବିଜ୍ଞାନ ଓ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୁକ୍ତ ସମନ୍ବୟ ସହିତ ଅଗ୍ରଗାମୀ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସର୍ବଦା ଆଗରେ ରହିଆସିଛି । ଜୀବନ ବଞ୍ଚାଇବା ଏବଂ ଚିକିତ୍ସା ସେବାକୁ ଆଗକୁ ନେବା ପାଇଁ ଏହା ଆମର ଉତ୍ସର୍ଗୀକୃତ ଭାବନାର ଏକ ଉଦାହରଣ ।" ସେପଟେ ପୁଅକୁ ଦ୍ବିତୀୟ ଜୀବନ ପ୍ରଦାନ କରିଥିବାରୁ ଏମ୍‌ସ ଭୁବନେଶ୍ୱର ଡାକ୍ତରୀ ଦଳକୁ କୃତଜ୍ଞତା ପ୍ରଦାନ କରିଛନ୍ତି ଯବାନଙ୍କ ମାଆ ମୀନତି ସାହୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.