ETV Bharat / opinion

Opinion: ଟ୍ରମ୍ପ 2.0ରେ ଆମେରିକା ବୈଦେଶିକ ନୀତି, ବିଶ୍ବରେ କ'ଣ ପ୍ରଭାବ ପକାଇବ ? - DIRECTIONS UNDER TRUMP

ଆରମ୍ଭ ହେବାକୁ ଯାଉଛି ଟ୍ରମ୍ପ ଶାସନ । ଆମେରିକାର ବୈଦେଶିକ ନୀତି ବିଶ୍ବରେ କେଉଁ ପ୍ରଭାବ ପକାଇବ? । ପଢନ୍ତୁ ବିବେକ ମିଶ୍ରାଙ୍କ ଆଲେଖ୍ୟ ।

US Foreign Policy
US Foreign Policy (ETV Bharat)
author img

By Vivek Mishra

Published : Nov 18, 2024, 9:11 PM IST

ହାଇଦ୍ରାବାଦ: ଗୋଟିଏ ପଟେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନିକ କାର୍ଯ୍ୟଭାର ସମ୍ଭାଳିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅନ୍ୟପଟେ ରାଜନୈତିକ ଚିତ୍ରପଟ୍ଟରେ ନିଶ୍ଚିତତା ଓ ଅପ୍ରତ୍ୟାଶିତତାର ମିଶ୍ରଣ ହୋଇ ରହିଛି । ନିଜର ବିଶ୍ବସନୀୟ ସହଯୋଗୀମାନଙ୍କୁ ଏକଜୁଟ କରୁଛନ୍ତି ଟ୍ରମ୍ପ । ଯାହାକି ଆଗକୁ ଏକ ନୂଆ ରୂପ ନେବ ବୋଲି ସଂକେତ ମିଳିଛି ।

ଟ୍ରମ୍ପ ସରକାରରେ ପ୍ରମୁଖ ନିଯୁକ୍ତି ହେବାକୁ ଥିବାବେଳେ ବୈଦେଶିକ ମନ୍ତ୍ରୀ ଭାବେ ମାର୍କୋ ରୁବିୟୋ, ରାଷ୍ଟ୍ରୀୟ ପରାମର୍ଶଦାତା ଭାବେ ମାଇକଲ ବାଲ୍ଟେଜ, ପ୍ରତିରକ୍ଷା ମନ୍ତ୍ରୀ ଭାବେ ପିଟ୍ ହେଗସେଥ ଏବଂ ସ୍ବାସ୍ଥ୍ୟ ଓ ମାନବ ସେବା ମନ୍ତ୍ରୀ ଭାବେ ରୋବର୍ଟ ଏଫ କେନେଡି ଜୁନିୟରଙ୍କ ନାଁ ସାମିଲ ରହିଛି । ସବୁଠୁ ବଡ଼ କଥା ହେଉଛି ଏଲନ ମସ୍କ ଏବଂ ବିବେକ ରାମସ୍ବାମୀଙ୍କୁ ନବ ସ୍ଥାପିତ ସରକାରୀ ଦକ୍ଷତା ବିଭାଗର ନେତୃତ୍ବ ନେବା ପାଇଁ ଚୟନ କରାଯାଇଛି । ପ୍ରଶାସନର ବୈଦେଶିକ ନୀତି ବିଶ୍ବ ପାଇଁ କେତେ ଲାଭଦାୟକ ହେବ ?

Modi And Trump
Modi And Trump (ETV Bharat)

ଟ୍ରମ୍ପ ପ୍ରଶାସନ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ତାଙ୍କର ବୈଦେଶିକ ନୀତି ଘରୋଇ ପ୍ରାଥମିକତାକୁ ପ୍ରାଧାନ୍ୟ ଦେବ । ତଥାପି ସୀମା ବିବାଦ, ଅନ୍ତରାଷ୍ଟ୍ରୀୟ ସମ୍ବନ୍ଧ ଆଦିକୁ ପ୍ରଶାସନର ନିଷ୍ପତ୍ତି ପ୍ରଭାବିତ କରିପାରେ । ଡୋନାଲ୍ଡ ଟ୍ରମ୍ପ ପ୍ରଥମେ କେଉଁ ପ୍ରସଙ୍ଗ ଉପରେ ଗୁରୁତ୍ବ ଦେବେ, ସେକଥା ମନକୁ ଆସିଲେ ପ୍ରଥମେ ଆସେ ସଂଘର୍ଷ ସମାଧାନ ପ୍ରସଙ୍ଗ । ବିଶେଷ କରି ଋଷ-ୟୁକ୍ରେନ ଯୁଦ୍ଧ ଏବଂ ମଧ୍ୟ ପୂର୍ବରେ ଇସ୍ରାଏଲ-ହମାସ ୟୁଦ୍ଧ।

President Of Russia
President Of Russia (ETV Bharat)

ଋଷ:

ଟ୍ରମ୍ପ ପ୍ରଶାସନ ଅଧୀନରେ ବୈଦେଶିକ ନୀତି ଅନୁସାରେ ଋଷର ପ୍ରାଥମିକତା ରହିବ । ୟୁକ୍ରେନରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପ୍ରାରମ୍ଭିକ ପଦକ୍ଷେପ ସବୁ ନିଆଯାଇପାରେ । ସେହିପରି ମସ୍କୋ ସହିତ କୂଟନୈତିକ ସ୍ତରରେ ଜଡିତ ହେବାକୁ ଟ୍ରମ୍ପ ଟିମ୍ ପ୍ରସ୍ତୁତ ଥିବା ଜଣାପଡିଛି ।

President Of China
President Of China (ETv Bharat)

ଚୀନ:

ଟ୍ରମ୍ପଙ୍କ ବୈଦେଶିକ ନୀତି ଅନୁସାରେ ଚୀନ୍ ସବୁଠାରୁ ଜଟିଳ ତଥା ବିବାଦୀୟ ଦିଗ ହୋଇ ରହିଛି । ପ୍ରଶାସନ ଏକ ବିବାଦୀୟ ଆଭିମୁଖ୍ୟ ବଜାୟ ରଖିବ ବୋଲି ଆଶା କରାଯାଉଛି । ଏହା ବୋଧହୁଏ ସାମରିକ ଆଭିମୁଖ୍ୟ ଅପେକ୍ଷା ଅର୍ଥନୈତିକ ପଦକ୍ଷେପ ଉପରେ ଧ୍ୟାନ ଦେବ । ଚୀନର ଅର୍ଥନୈତିକ ଅଭବୃଦ୍ଧିକୁ ପ୍ରତିହତ କରିବା ଏବଂ ବିଶ୍ବର ଯୋଗାଣ ଶୃଙ୍ଖଳା ଉପରେ ଏହାର ପ୍ରଭାବକୁ ହ୍ରାସ କରିବା ପାଇଁ ଶୁଳ୍କ, ବାଣିଜ୍ୟିକ ପ୍ରତିବନ୍ଧକ ଲଗାଇପାରେ । ଏହାସହ ପ୍ରଯୁକ୍ତିବିଦ୍ୟା ଉପରେ ପ୍ରତିବନ୍ଧକ ଲଗାଇବାକୁ ଟ୍ରମ୍ପଙ୍କ ଦଳ ସଙ୍କେତ ଦେଇଛନ୍ତି।

ଭାରତ-ପ୍ରଶାନ୍ତ

ଇଣ୍ଡୋ-ପାସିଫିକରେ ଟ୍ରମ୍ପ ପ୍ରଶାସନ ଆଞ୍ଚଳିକ ଶକ୍ତିକୁ ନେଇ ଏକ ସହ ରଣନୀତି ଆପଣାଇପାରେ ବୋଲି ଆଶା କରାଯାଉଛି । ଚୀନର ପ୍ରଭାବ ବୃଦ୍ଧି ପାଉଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ଟ୍ରମ୍ପଙ୍କ ଟିମ୍ ଭାରତକୁ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଉତ୍ସାହିତ କରିପାରେ ।

ଏହା ବି ପଢନ୍ତୁ...Opinion: ଆମେରିକାରେ କ୍ଷମତା ପରିବର୍ତ୍ତନ ପରେ ଟ୍ରମ୍ପ, ଟ୍ରୁଡୋ ଓ ମୋଦି

ଏହା ବି ପଢନ୍ତୁ...ଆକ୍ସନ ମୋଡରେ ଟ୍ରମ୍ପ: ଋଷିଆ-ୟୁକ୍ରେନ ଯୁଦ୍ଧ ନେଇ ପୁଟିନଙ୍କ ସହ ଆଲୋଚନା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.