ETV Bharat / state

ଓଡିଆ ଝିଅ ଶୁଭାଙ୍ଗି ପିନ୍ଧିଲେ ଅପେରା ମିସ ଇଣ୍ଡିଆ ସିଜିନ-2ର ତାଜ୍‌ - 2021 ଅପେରା ମିସ ଇଣ୍ଡିଆ ସିଜିନ-2

ଅପେରା ମିସ ଇଣ୍ଡିଆ ଅନ ଲାଇନ କଣ୍ଟେସ୍ଟ ସିଜିନ-2ରେ ୨୦୨୧ ଅପେରା ମିସ ଇଣ୍ଡିଆର ତାଜ ପିନ୍ଧିଛନ୍ତି ବାରିପଦା ଝିଅ ଶୁଭାଙ୍ଗି ଜାନା । ଏନେଇ ଶୁଭାଙ୍ଗି ଜାନାଙ୍କ ଅଧିକ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତର ମୟୂରଭଞ୍ଜ ସମ୍ବାଦଦାତା ମୃତ୍ୟୁଞ୍ଜୟ ସେନାପତି ।

ଅପେରା ମିସ ଇଣ୍ଡିଆ ସିଜିନ-2ରେ ବିଜେତା ହେଲ
ଅପେରା ମିସ ଇଣ୍ଡିଆ ସିଜିନ-2ରେ ବିଜେତା ହେଲ
author img

By

Published : Feb 10, 2021, 10:13 AM IST

Updated : Feb 10, 2021, 10:34 AM IST

ବାରିପଦା:ଓଡିଶା ପାଇଁ ଗର୍ବ ଓ ଗୌରବ ଆଣିଲେ ଆଉ ଜଣେ ଓଡିଆ ଝିଅ ଶୁଭାଙ୍ଗି ଜାନା । ୨୦୨୧ ଅପେରା ମିସ ଇଣ୍ଡିଆ ଅନଲାଇନ କଣ୍ଟେସ୍ଟ ସିଜିନ-2ରେ ମିସ ଇଣ୍ଡିଆର ତାଜ୍‌ ପିନ୍ଧିଛନ୍ତି ବାରିପଦା ଝିଅ । ସର୍ବଭାରତୀୟ ସ୍ତରରେ 200 ରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଶୁଭାଙ୍ଗି ।

ଅପେରା ମିସ ଇଣ୍ଡିଆ ସିଜିନ-2ରେ ବିଜେତା ହେଲେ ଶୁଭାଙ୍ଗି

ବାରିପଦା ଝିଅ ଶୁଭାଙ୍ଗି ଜାନା । ନିଜ ଚେଷ୍ଟା, ଆତ୍ମବିଶ୍ବାସ ଓ ଜୀବନରେ କିଛି କରି ଦେଖାଇବାର ସ୍ପୃହା ତାଙ୍କୁ ଏହି ସଫଳତା ଆଣିଦେଇଛି । ପ୍ରଥମେ ଅନଲାଇନ ମାଧ୍ୟମରେ ପ୍ରତିଯୋଗିତା ପାଇଁ ଆବେଦନ କରିଥିଲେ । ଏହାପରେ ଅନଲାଇନ ମାଧ୍ୟମରେ ବିଭିନ୍ନ ପରୀକ୍ଷା ଦେବାପରେ ଫେବୃଆରୀ ୭ ତାରିଖରେ ଅନୁଷ୍ଠିତ ଭର୍ଚ୍ଚୁଆଲ ମାଧ୍ୟମରେ ଫଳାଫଳ ଘୋଷଣା ହୋଇଥିଲା । ଦୁଇ ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଫାଇନାଲ କୁ ୬୪ ଜଣ ମନୋନୀତ ହୋଇଥିଲେ । ସେଥିମଧ୍ୟରୁ ଶୁଭାଙ୍ଗି ସମସ୍ତଙ୍କୁ ପଛରେ ପକାଇ ରାଜ୍ୟ ତଥା କଳା ଓ ସଂସ୍କୃତିର ସହର ବାରିପଦା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।

ବାରିପଦା ସହର ବାସିନ୍ଦା ସୁଦୀପ୍ତ ଜାନା ଓ ଅଞ୍ଜୁଳା ଜାନାଙ୍କ ସୁକନ୍ୟା ଶୁଭାଙ୍ଗି। ସେ ଏବେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ବୟଂଶାସିତ କଲେଜରେ ଯୁକ୍ତ ତିନି ଦ୍ବିତୀୟ ବର୍ଷର କଳା ଛାତ୍ରୀ ଭାବେ ଅଧ୍ୟୟନରତ ଅଛନ୍ତି। ତେବେ ବାପା ମାଙ୍କ ପ୍ରେରଣାରେ ସେ ଏହି ବିଜେତା ହୋଇପାରିଛନ୍ତି ବୋଲି କହିଛନ୍ତି । ତେବେ ଆଗକୁ ଫେମିନା ମିସ ଇଣ୍ଡିଆରେ ଭାଗ ନେବାକୁ ଆଶା ରଖିଛନ୍ତି ଶୁଭାଙ୍ଗି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Feb 10, 2021, 10:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.