ETV Bharat / state

ଶ୍ବଶୁର ଘରକୁ ଯାତ୍ରା ହେଲା ଶେଷ ଯାତ୍ରା, ପିକଅପ ଭ୍ୟାନ ଧକ୍କାରେ ଜ୍ବାଇଁ ମୃତ - ମୟୂରଭଞ୍ଜ ସଡକ ଦୁର୍ଘଟଣା

ଶ୍ବଶୁର ଘରକୁ ଯିବା ବାଟରେ ଅଣ୍ଡା ବୋଝେଇ ପିକଅପ ଭ୍ୟାନ ଧକ୍କାରେ ପ୍ରାଣ ହରାଇଲେ ଜ୍ବାଇଁ । ଡ୍ରାଇଭର ଅଟକ । ଅଧିକ ପଢନ୍ତୁ

ଶ୍ବଶୁର ଘରକୁ ଯାତ୍ରା ହେଲା ଶେଷ ଯାତ୍ରା,   ପିକଅପ ଭ୍ୟାନ ଧକ୍କାରେ ଜ୍ବାଇଁ ମୃତ

author img

By

Published : Jan 6, 2022, 2:20 PM IST

ରାଇରଙ୍ଗପୁର : ଯାଉଥିଲେ ଶ୍ବଶୁର ଘର, ପଛରୁ ଧକ୍କା ଦେଲା ଅଣ୍ଡା ବୋଝେଇ ପିକଅପ ଭ୍ୟାନ। ଘଟଣାସ୍ଥଳରେ ପ୍ରାଣ ହରାଇଲେ ଜ୍ବାଇଁ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ନିକଟ ୨୨୦ ନଂ ଜାତୀୟ ରାଜପଥରେ । ମୃତକ ଜଣଙ୍କ ହେଉଛନ୍ତି ବାସିଙ୍ଗି ଗ୍ରାମର ସୁକଲାଲ ସର୍ଦ୍ଧାର ।

ଶ୍ବଶୁର ଘରକୁ ଯାତ୍ରା ହେଲା ଶେଷ ଯାତ୍ରା, ପିକଅପ ଭ୍ୟାନ ଧକ୍କାରେ ଜ୍ବାଇଁ ମୃତ

ସୂଚନାଅନୁଯାୟୀ ଗତକାଲି ରାତିରେ ସୁକଲାଲ ବାସିଙ୍ଗିରୁ ରାଇରଙ୍ଗପୁର ପଟକୁ ଯାଉଥିବା ସମୟରେ ଗମ୍ଭାରିଆ ନାଳ ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ଏକ ଅଣ୍ଡା ବୋଝେଇ ପିକ୍ଅପ ଭ୍ୟାନ ତାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଖବର ପାଇ ଘଟଣାସ୍ଥଳରେ ବହଳଦା ଥାନା ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଡାକ୍ତରଖାନାକୁ ପଠାଇଥିଲେ। ତେବେ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଖସି ପଳାଇଥିବା ପିକ୍ଅପ୍ ଭ୍ୟାନ୍ ଟିକୁ ବହଳଦା ଥାନା ପୋଲିସ ବାଇପାସ ନିକଟସ୍ଥ ପେଟ୍ରୋଲପମ୍ପ ନିକଟରେ ଅଟକାଇବା ସହ ଚାଳକକୁ ଅଟକ ରଖି ତଦନ୍ତ ଚଲାଇଥିବା ଜଣା ପଡିଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି ପୋଲିସ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.