ETV Bharat / state

OLIC ଅଧ୍ୟକ୍ଷଙ୍କ ବାରିପଦା ଗସ୍ତ, ଜଳସେଚନ ସୁବିଧା ପାଇଁ ସହାୟତା କରିବାକୁ ପରାମର୍ଶ - OLIC ଅଧ୍ୟକ୍ଷଙ୍କ ବାରିପଦା ଗସ୍ତ

ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ । ଅଧିକ ପଢ଼ନ୍ତୁ

OLIC ଅଧ୍ୟକ୍ଷଙ୍କ ବାରିପଦା ଗସ୍ତ, ଜଳସେଚନ ସୁବିଧା ପାଇଁ ସହାୟତା କରିବାକୁ ପରାମର୍ଶ

author img

By

Published : Dec 22, 2021, 10:50 PM IST

ବାରିପଦା : ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି ଓଡ଼ିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ । ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ବାରିପଦା OLIC ଡିଭିଜନ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଉଠା ଜଳସେଚନ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ଓ ସ୍ଥିତି ସଂପର୍କରେ ସେ ଅନୁଧ୍ୟାନ କରିଛନ୍ତି । ଏକ ସମୀକ୍ଷା ବୈଠକ ଡାକି ଉଠା ଜଳସେଚନ ପ୍ରକଳ୍ପ ଜରିଆରେ କୃଷକମାନେ କିପରି ଲାଭବାନ ହୋଇପାରିବେ, ସେସମ୍ପର୍କରେ ଉପସ୍ଥିତ ଯନ୍ତ୍ରୀ ଓ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

OLIC ଅଧ୍ୟକ୍ଷଙ୍କ ବାରିପଦା ଗସ୍ତ, ଜଳସେଚନ ସୁବିଧା ପାଇଁ ସହାୟତା କରିବାକୁ ପରାମର୍ଶ
OLIC ଅଧ୍ୟକ୍ଷଙ୍କ ବାରିପଦା ଗସ୍ତ, ଜଳସେଚନ ସୁବିଧା ପାଇଁ ସହାୟତା କରିବାକୁ ପରାମର୍ଶ

ମୁଖ୍ୟମନ୍ତ୍ରୀ କୃଷିର ଉନ୍ନତି ଓ କୃଷକମାନଙ୍କ କଲ୍ୟାଣ ପ୍ରତି ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । କୃଷକମାନଙ୍କର ରହିଥିବା ସମସ୍ୟାକୁ ବୁଝି ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇଦେଇ କୃଷି କ୍ଷେତ୍ରକୁ ଜଳଯୋଗାଣକୁ ସୁନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଏବଂ ‘ମୋ ସରକାର’ ଆଭିମୁଖ୍ୟ ଆଧାରରେ ଡିଭିଜନରେ ନିର୍ମାଣାଧିନ ପ୍ରକଳ୍ପକୁ ତ୍ୱରିତ ପଦକ୍ଷେପ ନେଇ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପରେ ନିଗମର ଅଧ୍ୟକ୍ଷ ଜିଲ୍ଲାର ସାରସକଣା ବ୍ଲକର ଝାରପୋଖରିଆ ଗ୍ରାମ ପଂଚାୟତରେ ଝାରବେଡା ଗ୍ରାମରେ ସ୍ଥାପିତ ଗଭୀର ନଳକୂପ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ଏହିି ପ୍ରକଳ୍ପ ଯୋଗୁଁ ୨୪ ହେକ୍ଟର ଜମିକୁ ଜଳସେଚନ ସୁବିଧା ଉପଲବ୍‌ଧ ହେବାକୁ ଥିବାବେଳେ ପ୍ରକଳ୍ପର ଅଧିକ ଉନ୍ନତିକରଣ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସେ ସଂପୃକ୍ତ ଯନ୍ତ୍ରୀ ଓ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ସେହିପରି ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଗୋଳମୁଣ୍ଡାକଟା ଗ୍ରାମ ପଂଚାୟତର ଶାଳବଣୀ ଗ୍ରାମସ୍ଥିତ ଶାଳବଣୀ -୨ ନଦୀ ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ୨୦ ହେକ୍ଟର ଜମିକୁ ଜଳସେଚିତ ହେଉଥିବା ପ୍ରକଳ୍ପକୁ ସେ ପରିଦର୍ଶନ କରିଛନ୍ତି । ଏବଂ କୃଷକମାନଙ୍କ ସହ ଆଲୋଚନା କରିଛନ୍ତି । ବୈଠକ ଓ ପରିଦର୍ଶନ ସମୟରେ ନିର୍ବାହୀ ଯନ୍ତ୍ରୀ ଗୋକୁଳାନନ୍ଦ ପାତ୍ର, ଏଷ୍ଟିମେଟର ପ୍ରଦୀପ କୁମାର ବେହେରା ଓ ସହକାରୀ ଯନ୍ତ୍ରୀ ସରୋଜ କୁମାର ନାୟକ, ଶୁକଦେବ ଭୋଇ, ଗୋରା ସିଂ, ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.