ETV Bharat / state

ହେଲମେଟ ପାଇଁ କେତେ ସୁରକ୍ଷିତ ବାଇକ ଚାଳକ?

author img

By

Published : Jul 23, 2020, 1:30 PM IST

ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଲୋକେ ବ୍ୟବହାର କରୁଛନ୍ତି ହେଲମେଟ। ତେବେ ଲୋକେ ବ୍ୟବହାର କରୁଥିବା ହେଲେମେଟ କିଣିବା ପାଇଁ ମଧ୍ୟ ସରକାରୀ ଗାଇଡ଼ ଲାଇନ ରହିଛି । ତେବେ ମୟୂରଭଞ୍ଜରେ ଏହାର ବାସ୍ତବତା ପରଖିଛି ଇଟିଭି ଭାରତ...

ହେଲମେଟ ପାଇଁ କେତେ ସୁରକ୍ଷିତ ବାଇକ ଚାଳକ?
ହେଲମେଟ ପାଇଁ କେତେ ସୁରକ୍ଷିତ ବାଇକ ଚାଳକ?

ବାରିପଦା: ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଲୋକେ ବ୍ୟବହାର କରୁଛନ୍ତି ହେଲମେଟ। ତେବେ ଲୋକେ ବ୍ୟବହାର କରୁଥିବା ହେଲେମେଟ କିଣିବା ପାଇଁ ମଧ୍ୟ ସରକାରୀ ଗାଇଡ଼ ଲାଇନ ରହିଛି । ହେଲେ ଜନସାଧାରଣ ଗାଇଡ ଲାଇନ ଅନୁଯାୟୀ କିଣୁଛନ୍ତି ନା ଫୁଟପାଥରୁ କିଣୁଛନ୍ତି ? କେମିତି ହେଲମେଟ କିଣି ବ୍ୟବହାର କରିବା ଦରକାର ସେ ନେଇ ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ...

ବଢୁଛି ଜନସଂଖ୍ୟା, ବଢୁଛି ଯାନବାହାନ ଆଉ ତାକୁ ତାଳ ଦେଇ ବଢୁଛି ସଡକ ଦୁର୍ଘଟଣା। ଧନହାନୀ ସହ ଦୁର୍ଲଭ ଜୀବନ ମଧ୍ୟ ଚାଲିଯାଉଛି ଏହି ଦୁର୍ଘଟଣାରେ । ହେଲେ ସରକାରୀ ନିୟମ ଅନୁଯାୟୀ ହେଲମେଟ ପିନ୍ଧିବାକୁ ରହିଛି ବାଇକ ଚାଳକଙ୍କ ପାଇଁ ନିୟମ। ନୂତନ ମୋଟର ଯାନ ଆଇନ ଅନୁଯାୟୀ ହେଲମେଟ ପିନ୍ଧିବା ଜରୁରୀ ହୋଇଥିବାବେଳେ ହେଲମେଟ ନ ପିନ୍ଧିଲେ ଗାଡି ଯାଞ୍ଚ ସମୟରେ ଦେବାକୁ ପଡୁଛି ମୋଟା ଅଙ୍କର ଜୋରିମାନା, ଆଉ ଏହାକୁ ନଜରରେ ରଖି ସାଧାରଣ ଲୋକେ ବଜାରରୁ ହେଲମେଟ କିଣୁଛନ୍ତି ସତ ହେଲେ ମାନ ପରଖୁନଥିବା ଦେଖିବାକୁ ମିଳିଛି। ଶସ୍ତାରୁ ହିନସ୍ତା ଭଳି ଜୀବନ ପ୍ରତି ବିପଦ ଥିବାବେଳେ କେତେ ସୁରକ୍ଷିତ ସାଧାରଣ ଜନତା, ସେ ନେଇ କଣ କହୁଛନ୍ତି ବାଇକ ଚାଳକ ଶୁଣନ୍ତୁ...

ହେଲମେଟ ପାଇଁ କେତେ ସୁରକ୍ଷିତ ବାଇକ ଚାଳକ?

ଭାରତ ସରକାରଙ୍କ ମୋଟର ଯାନ ଆଇନ 1988 ଧାରା 129 ଅନୁଯାୟୀ ହେଲମେଟର ମାନ BIS କିମ୍ବା ISI ମାର୍କ ହୋଇଥିବା ଜରୁରୀ। ତେବେ ବଜାରରେ ବିକ୍ରି ହେଉଥିବା ହେଲମେଟ ଅତି ନିମ୍ନମାନର ବୋଲି ଖୋଦ ବିକ୍ରେତା କହିଛନ୍ତି। ଅନ୍ୟ ପକ୍ଷରେ ନିମ୍ନମାନର ହେଲମେଟ ପିନ୍ଧି ଗାଡି ଚାଳନା ବିପଦଜନକ ହୋଇଥିବାବେଳେ ISI ମାର୍କ ହେଲମେଟ ବ୍ୟବହାର କରିବାକୁ ଅନୁରୋଧ କରୁଛନ୍ତି। ହେଲେ ପ୍ରକୃତରେ ବାଇକ ଚାଳକଙ୍କ ପାଇଁ କେତେ ସଜାଗ ସରକାର? ନିୟମ କରି ଚାଳକମାନେ କିଭଳି ଓ କେଉଁ ପ୍ରକାର ହେଲମେଟ ବ୍ୟବହାର କରିବେ, ସେନେଇ ସରକାରୀ ଗାଇଡ଼ଲାଇନ ବିଷୟରେ ପଚାରିବାରୁ ଆଞ୍ଚଳିକ ପରିବହନ ଅଧିକାରୀ ଇଂ ଗୋପାଳକୃଷ୍ଣ ଦାସ କ୍ୟାମେରା ସାମ୍ନାରେ ଚୁପ ରହିଥିଲେ।

ବାଇକ ଚାଳକମାନେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ହେଲମେଟ ବ୍ୟବହାର କରିବା ଜରୁରୀ । ହେଲେ ତାହା ନିମ୍ନ ମାନର ନୁହେଁ ବରଂ ବି.ଆଇ.ଏସ. କିମ୍ବା ଆଇ.ଏସ.ଆଇ ମାର୍କ ଥିବା ହେଲମେଟ ବ୍ୟବହାର କରିବାକୁ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.