ETV Bharat / state

ମୋରଡ଼ା ବ୍ଲକ ଅଫିସକୁ ଆସିଲୋନି କର୍ମଚାରୀ, ତାଲା ପକାଇଲେ ଉପାଧ୍ୟକ୍ଷ - mayurbhanja news

ମୋରଡ଼ା ବ୍ଲକରେ ନାହାନ୍ତି କର୍ମଚାରୀ । ବ୍ଲକ ଅଫିସରେ ତାଲା ପକାଇଲେ ଉପାଧ୍ୟକ୍ଷ । ଅଧିକ ପଢନ୍ତୁ....

no employees in the Morada block, the block office is locked by the vice president
ମୋରଡ଼ା ବ୍ଲକରେ ନାହାନ୍ତି କର୍ମଚାରୀ, ବ୍ଲକ ଅଫିସକୁ ତାଲା ପକାଇଲେ ଉପାଧ୍ୟକ୍ଷ
author img

By

Published : Mar 12, 2021, 5:50 PM IST

ବାରିପଦା: ମୋରଡା ବ୍ଲକକୁ ଆସିଲେନି କର୍ମଚାରୀ । ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଲେ ଉପାଧକ୍ଷ୍ୟ । ଚିତ୍ରଡା ଠାରେ ଥିବା ମୋରଡ଼ା ବ୍ଲକରେ ଶୁକ୍ରବାର ଦିନ କାର୍ଯ୍ୟାଳୟକୁ ବିଡିଓ କି କର୍ମଚାରୀ ଆସି ନଥିଲେ । ଫଳରେ ଅସନ୍ତୋଷ ଜାହିର କରି ବ୍ଲକ ଉପାଧକ୍ଷ୍ୟ ସଚ୍ଚିଦାନନ୍ଦ ମହାନ୍ତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । ବ୍ଲକ ଉପାଧକ୍ଷ୍ୟଙ୍କୁ ଏଥିରେ ସହଯୋଗ କରିଥିଲେ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ସ୍ଥାନୀୟବାସିନ୍ଦା ।

ମୋରଡ଼ା ବ୍ଲକରେ ନାହାନ୍ତି କର୍ମଚାରୀ, ବ୍ଲକ ଅଫିସକୁ ତାଲା ପକାଇଲେ ଉପାଧ୍ୟକ୍ଷ

ଅଭିଯୋଗ ଅନୁଯାୟୀ ଦୀର୍ଘ ଦିନ ହେବ, ବିଡିଓ ପ୍ରିୟବ୍ରତ ପାଢ଼ୀ ମୋରଡ଼ା ବ୍ଲକ ବିଡ଼ିଓ ଦାୟିତ୍ବ ସହ ଡିଆରଡିଏରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦୁଇଟି ଅଫିସରେ କାର୍ଯ୍ୟ ତୁଲାଉଛନ୍ତି। ତେବେ ମୋରଡ଼ା ବ୍ଲକ ଅନ୍ୟ କର୍ମଚାରୀମାନଙ୍କ ମଧ୍ୟରୁ ଆଜି ଅନେକ ଅନୁପସ୍ଥିତ ଥିବା ବେଳେ ବ୍ଲକର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଲୋକେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖିନ ହୋଇ ଫେରି ଯାଉଥିଲେ । ତୁରନ୍ତ ଏ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଏହାର ସ୍ଥାୟୀ ସମାଧାନ ନ ହେଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.