ETV Bharat / state

ନୂଆ ମୋଟର ଯାନ ଆଇନ: ଅଟୋ ଚାଳକଙ୍କୁ 40 ହଜାର 500 ଟଙ୍କା ଫାଇନ - ନୂଆ ମୋଟର ଯାନ ଆଇନ

ସେପ୍ଟେମ୍ବର ମାସ ପହିଲାରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ଯାହାର ଶିକାର ହୋଇଛନ୍ତି ବାରିପଦା ଟାଉନର ଜଣେ ଅଟୋ ଚାଳକ । ଯାହାଙ୍କ ଉପରେ ଏବେ ଲାଗିଛି 40 ହଜାର 500ଟଙ୍କାର ଫାଇନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Sep 14, 2019, 3:47 AM IST

ବାରିପଦା: ସେପ୍ଟେମ୍ବର ମାସ ପହିଲାରୁ ରାଜ୍ୟରେ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ଏଥିସହ ନିୟମ ଭଙ୍ଗକାରୀଙ୍କଠାରୁ ଆଦାୟ ହେଉଛି ମୋଟା ଅଙ୍କର ଫାଇନ । ଯାହାର ଶିକାର ହୋଇଛନ୍ତି ବାରିପଦା ଟାଉନର ଜଣେ ଅଟୋ ଚାଳକ । ଗତ 2 ତାରିଖରେ କାଗଜପତ୍ର ଯାଞ୍ଚ ସମୟରେ ଧରା ପଡିଥିଲେ ଚାଳକ । ଯାହାଙ୍କ ଉପରେ ଏବେ ଲାଗିଛି 40 ହଜାର 500ଟଙ୍କାର ଫାଇନ ।

ସୂଚନା ଅନୁଯାୟୀ ଗତ 2 ତାରିଖ ବିଳମ୍ବିତ ରାତିରେ ପେଟ୍ରୋଲିଂ ସମୟରେ ଧରା ପଡିଥିଲେ ଅଟୋ ଚାଳକ ଜଣଙ୍କ । ହେଲେ କୌଣସି କାଗଜପତ୍ର ଦେଖାଇ ନପାରିବାରୁ ଅଟୋକୁ ଜବତ କରିବା ସହ ଜିଲ୍ଲା ପରିବହନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ଟାଉନ ପୋଲିସ । ଏନେଇ ତଦନ୍ତ ସମୟରେ ଅଟୋର କୌଣସି କାଗଡପତ୍ର ଦେଖାଇ ନପାରିବାରୁ ଅଟୋ ମାଲିକଙ୍କ ଉପରେ ବେଆଇନ ଗାଡି ଚଲାଇବା ଅଭିଯୋଗରେ 40 ହଜାର 500 ଟଙ୍କା ଫାଇନ ଲଗାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ତେବେ ଘଟଣାକୁ 10 ଦିନ ବିତିଥିଲେ ବି ଏପର୍ଯ୍ୟନ୍ତ ଗାଡିର କାଗଜପତ୍ର ନଦେଖାଇବା ସହ ଫାଇନ ଅର୍ଥ ମଧ୍ୟ ଜମା କରି ନାହାନ୍ତି ଅଟୋ ଚାଳକ । ତେଣେ ଜବତ ଅଟୋ ବାରିପଦା ଟାଉନ ଥାନାରେ ଅଟକ ରଖାଯାଇଛି । ପରିବହନ ବିଭାଗର ରିପୋର୍ଟ ପରେ ଯଦି ଗାଡିର କାଗଡପତ୍ର ଦାଖଲ କରାନଯାଏ ତେବେ ପୋଲିସ ବିଧିବଦ୍ଧ ଭାବେ ଚୋରି ମାମଲା ରୁଜୁ କରିବା ନେଇ ସୂଚନା ଦେଇଛି ବାରିପଦା ଟାଉନ ପୋଲିସ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ସେପ୍ଟେମ୍ବର ମାସ 02 ତାରିଖ ବିଳମ୍ବିତ ରାତ୍ରିରେ ବାରିପଦା ଟାଉନ ପୋଲିସ ବିନା କୋୖଣସି କାଗଜପତ୍ର ରେ ଚାଲୁଥିବା ଏକ ଅଟୋ କୁ ଜବତ କରି ଜିଲ୍ଲା ପରିବହନ ବିଭାଗର ଦୃଷ୍ଟି ଆକର୍ଷଣ କରିବା ପରେ ଜବତ ଅଟୋ ମାଲିକଙ୍କ ଉପରେ ଚାଳିଶ ହଜାର ପାଞ୍ଚଶହ ଟଙ୍କା ଜରିମାନା କରାଯାଇଛି। ବାରିପଦା ଟାଉନ ପୋଲିସ ବିଳମ୍ବିତ ରାତିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ନମ୍ବର ବିହୀନ ଅଟୋ କୁ ଜବତ କରିଥିଲା। କୋୖଣସି କାଗଜପତ୍ର ନଥିବାରୁ ଏ ସମ୍ପର୍କରେ ଜିଲ୍ଲା ପରିବହନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ତଦନ୍ତ ସମୟରେ ସେ ଅଟୋର ଡ୍ରାଇଭର ଗାଡ଼ି ର କୋୖଣସି କାଗଜପତ୍ର ଦେଖାଇ ପାରିନଥିଲା। ଜିଲ୍ଲା ପରିବହନ ବିଭାଗର ଅଧିକାରୀମାନେ ଏହି ସମ୍ପୂର୍ଣ୍ଣ ଭାବେ ବେଆଇନ ଅଟୋ ମାଲିକଙ୍କ ଉପରେ ୪୦ ହଜାର ୫ଶହ ଟଙ୍କା ଜରିମାନା କରିଥିଲେ। ଘଟଣାର ଦଶଦିନ ବିତିଯାଇଥିଲେ ମଧ୍ୟ ଅଟୋ ମାଲିକ କୋୖଣସି କାଗଜପତ୍ର ଦେଖାଇ ପାରୁନାହାଁନ୍ତି କିମ୍ବା ଜରିମାନା ଅର୍ଥ ପାଇଠ କରି ନାହାନ୍ତି। ଜବତ ଅଟୋ ବାରିପଦା ଟାଉନ ଥାନାରେ ଅଟକ ରଖାଯାଇଛି। ପରିବହନ ବିଭାଗର ରିପୋର୍ଟ ପରେ ଯଦି ଗାଡ଼ି ର କାଗଜପତ୍ର ଦାଖଲ କରି ନ ପାରିଲେ, ପୋଲିସ ବିଧିବଦ୍ଧ ତଦନ୍ତ ପରେ ଚୋରି ମାମଲା ରୁଜୁ କରିବାକୁ ବାଧ୍ୟ ହେବେ ବୋଲି ବାରିପଦା ଟାଉନ ପୋଲିସ କହିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.