ETV Bharat / state

ଗିରିଶ ମୁର୍ମୁଙ୍କ ନିଯୁକ୍ତି ପରେ ପରିବାରରେ ଖୁସିର ମାହୋଲ - ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦି

ଓଡିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ଦାୟିତ୍ୱ ପ୍ରଦାନ କରାଯାଇଛି । ଏନେଇ ତାଙ୍କ ପରିବାର କ’ଣ କହୁଛନ୍ତି ଦେଖନ୍ତୁ ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : Oct 26, 2019, 11:58 AM IST

ବାରିପଦା: ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ଭାବେ ନିଯୁକ୍ତି ହୋଇଛନ୍ତି ଓଡିଆ ପୁଅ ତଥା ଗୁଜୁରାଟ କ୍ୟାଡର ଆଇଏଏସ ଅଫିସର ଗିରିଷ ଚନ୍ଦ୍ର ମୁର୍ମୁ । 1985 ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବେତନଟୀର ପୁଅ ଗିରିଷ । ବର୍ତ୍ତମାନର ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ, ସେ ପ୍ରମୁଖ ସଚିବ ହୋଇଥିଲେ।

2014ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଗିରିଷ ଚନ୍ଦ୍ର ମୁର୍ମୁ ମଧ୍ୟ କେନ୍ଦ୍ରକୁ ଫେରିଥିଲେ । ଏହାପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ସେ ସଚିବ, ଯୁଗ୍ମ ସଚିବ ଓ ସ୍ବତନ୍ତ୍ର ସଚିବ ପଦ ସମ୍ଭାଳିଥିଲେ । ପରେ ଅର୍ଥ ବିଭାଗକୁ ଆସି ବଜେଟ ପ୍ରସ୍ତୁତିରେ ମଧ୍ୟ ସାମିଲ ହୋଇଥିଲେ।

ବର୍ତ୍ତମାନ ଗିରିଷ ଅର୍ଥ ବିଭାଗର ବ୍ୟୟ ସଚିବ ଅଛନ୍ତି । ଆସନ୍ତା ନଭେମ୍ବର 20ରେ ସେ ଏହି ପଦରୁ ଅବସର ନେଇଥାନ୍ତେ । ତା ପୂର୍ବରୁ ତାଙ୍କୁ କେନ୍ଦ୍ର ସରକାର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଛନ୍ତି । ମୟୁରଭଞ୍ଜର ମୂଳ ବାସିନ୍ଦା ଗିରିଷଙ୍କ ପରିବାର ସମେତ ମୟୁରଭଞ୍ଜ ଜିଲ୍ଲାରେ ଖୁସୀର ଲହରୀ ଖେଳିଯାଇଛି । ତେବେ ଏନେଇ ତାଙ୍କର ପରିବାର ସହ ଅଧିକ ଆଲୋଚନା କରିଛନ୍ତି ଆମ ମୟୁରଭଞ୍ଜ ସମ୍ବାଦଦାତା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:

Body:ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀର ର ପ୍ରଥମ ଉପ ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି ଭାରତ ସରକାର ଙ୍କ ଗୃହ ମନ୍ତ୍ରଣାଳୟ । ଏ ନେଇ ଗଣମାଧ୍ୟମ ରୁ ଖବର ପାଇବା ପରେ ଜିଲ୍ଲାରେ ଖୁସିର ଲହରୀ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେ 1985 ମସିହା ଗୁଜୁରାଟ କ୍ୟାଡର ର ଆଇ ଏ ଏସ ଗିରିଶ ମୂର୍ମୁ ଙ୍କ ପରିବାରରେ ମଧ୍ୟ ଖୁସିର ଲହରୀ। ଭାରତ ସରକାରଙ୍କ ଏତେ ବଡ ଗୁରୁ ଦାୟିତ୍ୱ ପରେ ପରିବାର ପକ୍ଷରୁ ଭାରତ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ଗିରିଶ ମୂର୍ମୁ ଙ୍କୁ ଉପ ରାଜ୍ୟପାଳ ନିଯୁକ୍ତି ପରେ ଆମ ଇ ଟି ଭି ଭାରତ ପ୍ରତିନିଧି ସିଧାସଳଖ କଥା ହୋଇଛନ୍ତି ତାଙ୍କ ପରିବାର ବର୍ଗ ଙ୍କ ସହ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.