ETV Bharat / state

ନାଳରୁ ଉଦ୍ଧାର ପରେ ମା’ କୋଳକୁ ଫେରିଲା ନବଜାତ ଶିଶୁ କନ୍ୟା

author img

By

Published : Aug 11, 2020, 1:01 PM IST

ଅଲୋଡ଼ା ଶିଶୁ କନ୍ୟାକୁ ଫେରାଇ ନେଲେ ଅଭିଭାବକ । ସ୍ଥାନୀୟ ଝାରପୋଖରିଆ ଥାନା ମହୁଲବରେଇ ଗାଁ ନିକଟସ୍ଥ ଏକ ନାଳରୁ ଉଦ୍ଧାର ହୋଇଛି ନବଜାତ ଶିଶୁ କନ୍ୟା । ଉଦ୍ଧାର ପରେ ଶିଶୁକନ୍ୟାଟିକୁ ମା’ କୋଳକୁ ଫେରାଇ ଦିଆଯାଇଛି । ଅଧିକ ପଢନ୍ତୁ...

mayurbhanj latest news, new born girl child thrown in gutter, girl child rescued from gutter in mayurbhanj, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍‌, ମୟୂରଭଞ୍ଜରେ ଅଲୋଡା ଶିଶୁ କନ୍ୟା, ନାଳରୁ ଶିଶୁ କନ୍ୟା ଉଦ୍ଧାର, ମୟୂରଭଞ୍ଜରେ ନାଳରୁ ଶିଶୁ କନ୍ୟା ଉଦ୍ଧାର
ନାଳରୁ ଉଦ୍ଧାର ପରେ ମା’ କୋଳକୁ ଫେରିଛି ନବଜାତ ଶିଶୁ କନ୍ୟା

ବାରିପଦା: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ସ୍ଥାନୀୟ ଝାରପୋଖରିଆ ଥାନା ମହୁଲବରେଇ ଗାଁ ନିକଟସ୍ଥ ଏକ ନାଳରୁ ଉଦ୍ଧାର ହୋଇଛି ନବଜାତ ଶିଶୁ କନ୍ୟା । ଉଦ୍ଧାର ପରେ ଶିଶୁକନ୍ୟାଟିକୁ ମା’ କୋଳକୁ ଫେରାଇ ଦିଆଯାଇଛି । ଘଟଣାଟି ଦେଖିବାକୁ ମିଳିଛି ଜିଲ୍ଲାର ସାରସକଣା ବ୍ଲକ ମହୁଲବରେଇ ଗାଁ ନିକଟରେ। ଶିଶୁଟିକୁ ଗାଁ ନିକଟସ୍ଥ ଏକ ନାଳ କଡ କାଶୀ ବୁଦା ନିକଟକୁ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

ସୂଚନା ମୁତାବକ ଗ୍ରାମବାସୀ ଶିଶୁକନ୍ୟାର କାନ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚି ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ । ଏହାପରେ ଝାରପୋଖରୀଆ ପୋଲିସକୁ ଖବର ଦେଇଥିଲେ । ଉଦ୍ଧାର ପରେ ନବଜାତ ଶିଶୁକନ୍ୟାଟି ଶଙ୍ଖାଭଙ୍ଗା ଗାଁର ରତନି ସିଂଙ୍କର ବୋଲି ଜଣା ପଡିଥିଲା । ଶିଶୁ କନ୍ୟାକୁ ତାଙ୍କ ମାଙ୍କୁ ହସ୍ତାନ୍ତର କରିବା ସହ ଉଭୟ ମା’ ଓ ଶିଶୁକନ୍ୟାଙ୍କୁ ଶୀର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଶିଶୁଟିକୁ ନାଳ କଡରେ ଅଭିଭାବକ ଛାଡି ଦେଇଥିଲେ ତାହା ଜଣାପଡିନାହିଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.