ETV Bharat / state

ଜମି ବିବାଦରୁ ଦାଦାକୁ ଟାଙ୍ଗିଆରେ ହାଣିଲା ପୁତୁରା - ଜମି ବିବାଦରୁ ହତ୍ୟାକାଣ୍ଡ

ଜମି ବିବାଦରୁ ନିର୍ମମ ହତ୍ୟାକାଣ୍ଡ । ଦାଦାକୁ ଟାଙ୍ଗିଆରେ ହାଣିଲା ପୁତୁରା । ସେପଟେ, ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ଅଧିକ ପଢନ୍ତୁ...

land dispute to murder
ଜମି ବିବାଦରୁ ହତ୍ୟାକାଣ୍ଡ:ଦାଦାକୁ ଟାଙ୍ଗିଆରେ ମାରିଲା ପୁତୁରା
author img

By

Published : Feb 11, 2020, 2:21 PM IST

ରାଇରଙ୍ଗପୁର: ଜମି ବିବାଦକୁ ନେଇ ଜଙ୍ଘନ୍ୟକାଣ୍ଡ । ପୁତୁରାର ଟାଙ୍ଗିଆ ଚୋଟରେ ଦାଦା ମୃତ। ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଜାମପାଣି ଗାଁରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଝାଡଖଣ୍ଡର ଡୁମୁରିଆ ଠାରେ ଶିକ୍ଷକତା କରୁଥିବା ଉକ୍ତ ଗାଁର ଶୁକଦେବ ମାରାଣ୍ଡି ।

ଜମି ବିବାଦରୁ ହତ୍ୟାକାଣ୍ଡ:ଦାଦାକୁ ଟାଙ୍ଗିଆରେ ମାରିଲା ପୁତୁରା

ଜାମବଣି ଗାଁରେ ଜମି ବିବାଦ ଲାଗି ରହିଥିବାରୁ ଶୁକଦେବ ମାରାଣ୍ଡି ବିଲକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ଏକ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଯାହାର ଖବର ପାଇ ଗୋରୁମହିଷାଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି । ସେପଟେ, ମୁଖ୍ୟ ଅଭିଯୁକ୍ତ ତଥା ପୁତୁରା ଜଣକ ହତ୍ୟାକାଣ୍ଡ କରିଥିବା ନେଇ ସ୍ବୀକାର କରିବା ପରେ ଗୋରୁମହିଷାଣୀ ପୋଲିସ ତାକୁ ଗିରଫ କରିବା ସହ ପଚରା ଉଚରା ଜାରି ରଖିଛି ।

ଏହା ସହ ଏହି ଘଟଣାରେ ଅଭିଯୁକ୍ତର ବାପା ଓ ବଡ ଭାଇ ସମ୍ପୃକ୍ତ ଥିବା ନେଇ ପୋଲିସ ସେମାନଙ୍କୁ ଅଟକ ରଖିଛି । ଅନ୍ୟପଟେ, ଘଟଣାସ୍ଥଳରେ ବାରିପଦାରୁ ସାଇଣ୍ଟିଫିକ ଟିମ ଆସି ଅଧିକ ତଦନ୍ତ ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଜମି ବିବାଦକୁ କେନ୍ଦ୍ର କରି ନିର୍ମମ ହତ୍ୟାକାଣ୍ଡ। ପୁତୁରା ର କୁରାଢି ଚୋଟରେ କକା ମୃତ। ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଜାମପାଣି ଗ୍ରାମରେ ଘଟିଛି ଏପରି ଏକ ଅଘଟଣ। ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଜଣକ ହେଲେ ଝାଡ଼ଖଣ୍ଡ ରାଜ୍ୟର ଡୁମୁରିଆ ଠାରେ ଶିକ୍ଷକତା କରୁଥିବା ତଥା ସେହି ଗ୍ରାମର ଶୁକୁଦେବ ମାରାଣ୍ଡି (୪୫)। ସୂଚନା ଅନୁଯାୟୀ ଜାମବଣି ଗ୍ରାମରେ ଜମି ବିବାଦକୁ କେନ୍ଦ୍ର କରି ଶୁକଦେବ ମାରାଣ୍ଡି ବିଲକୁ ଯାଇଥିବା ସମୟରେ ତାଙ୍କୁ ଏକ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଗୋରୁମହିଷାଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିବା ସହିତ ଏହି ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଥିବା ତିନି ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତ ପୁତୁରା ଜଣକ ସ୍ବୀକାର କରିବା ପରେ ଗୋରୁମହିଷାଣୀ ପୋଲିସ ତାକୁ ଗିରଫ କରିଛି ଓ ଅଭିଯୁକ୍ତ ଙ୍କ ବାପା ଓ ବଡବାପା ପୁଅ ଭାଇ କୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ରେ ଅଟକ ରଖି ପଚରାଉଚରା ଜାରି ରଖିଛି। ଘଟଣାସ୍ଥଳରେ ବାରିପଦା ରୁ ସାଇଣ୍ଟିଫିକ୍ ଟିମ୍ ଆସି ଅଧିକ ତଦନ୍ତ ଜାରି ରଖିଛି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.